୨ ବିଏସ୍‌ଏଫ୍‌ ଯବାନଙ୍କୁ ୪୨ ବର୍ଷ ଜେଲ୍‌ ଦଣ୍ଡ

ଆଇଜଲ: ମିଜୋରାମର ଏକ ଜିଲାକୋର୍ଟ ୯ ବର୍ଷ ପୁରୁଣା ଏକ ଗଣଦୁଷ୍କର୍ମ ମାମଲାରେ ୨ଜଣ ବିଏସ୍‌ଏଫ୍‌ ଯବାନଙ୍କୁ ୪୨ ବର୍ଷ କାରାଗାରରେ ରଖିବାକୁ ରାୟ ଶୁଣାଇଛନ୍ତି। କୋର୍ଟ ୨୦୧୭ ମସିହାରେ ଜଣେ ସ୍ଥାନୀୟ ମହିଳାଙ୍କ ସହିତ ଗଣଦୁଷ୍କର୍ମ ମାମଲାରେ ଏହି ରାୟ ଆସିଛି। ଆଇଜଲର ଅତିରିକ୍ତ ଜିଲା ଓ ସେସନ୍‌ ଜଜ ଦୁଇଜଣ ଯବାନଙ୍କୁ ଗଣଦୁଷ୍କର୍ମ ମାମଲାରେ ଦୋଷୀ ବୋଲି ରାୟ ଦେଇଛନ୍ତି। ୨୦୧୭ ଜୁଲାଇରେ ପୀଡ଼ିତା ମହିଳାଜଣକ ନିଜ ବନ୍ଧୁ ସହିତ ବାଂଲାଦେଶ ସୀମା ସ୍ଥିତ […]

Read More Text.

ଗଭୀର ଖାଇକୁ ଖସିଲା କାର୍, ୭ ମୃତ

ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶ ଚମ୍ବାରେ ଦୁର୍ଘଟଣାରେ ଚାଲିଗଲା ୭ ଜୀବନ । ବିଳମ୍ବିତ ରାତି ୨ଟାରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ଏକ ଗାଡ଼ି ଅନିୟନ୍ତ୍ରିତ ହୋଇ ଗଭୀର ଖାଇକୁ ଖସିପଡିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡ଼ିଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଏବଂ ୩ ଜଣ ପୁରୁଷ ସାମିଲ ରହିଛନ୍ତି । ଖବର ମୁତାବକ, ଚମ୍ବା ମସରୁଡ-ହମଲ ମାର୍ଗରେ ଗାଡ଼ି ବିଳମ୍ବିତ ରାତିରେ ଅନିୟନ୍ତ୍ରିତ […]

Read More Text.
Iran us

ଅନ୍ତ ହେଲା ଆମେରିକା-ଇରାନ ଯୁଦ୍ଧ, ଐତିହାସିକ ଚୁକ୍ତି ସ୍ବାକ୍ଷରିତ

ଆମେରିକା : ଯୁଦ୍ଧର ହେଲା ଅନ୍ତ । ଆମେରିକା-ଇରାନ ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ। ଯୁଦ୍ଧ ଶେଷ କରିବା ପାଇଁ ଚୁକ୍ତି ସ୍ବାକ୍ଷର କଲେ ଉଭୟ ଦେଶ। ଚୁକ୍ତିନାମାରେ ସ୍ବାକ୍ଷର କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ପେଜେସ୍କିଆନ। ଫ୍ରାନ୍ସର ଭର୍ସାଇଲ୍ସଠାରେ ରାତ୍ରୀ ଭୋଜନ ସମୟରେ ରାଷ୍ଟ୍ରପତି ଟ୍ରମ୍ପ ଏହାକୁ ବ୍ୟକ୍ତିଗତ ଭାବେ ସ୍ୱାକ୍ଷର କରିଥିବା ନେଇ ସୂଚନା ରହିଛି। ଉଭୟ ଦେଶ ସେମାନଙ୍କର ସାମରିକ କାର୍ଯ୍ୟକଳାପ ବନ୍ଦ କରିବାକୁ ରାଜି ହୋଇଛନ୍ତି। ଫଳରେ ବନ୍ଦ ହୋଇଥିବା ହର୍ମୁଜ୍ […]

Read More Text.
Telegram delhi

ସରକାରଙ୍କ ଅସ୍ଥାୟୀ ବ୍ୟାନ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ , ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ଟେଲିଗ୍ରାମ

ନୂଆଦିଲ୍ଲୀ : ନିଟ୍ ପରୀକ୍ଷା ପୂର୍ବରୁ କୋର୍ଟରେ ପହଞ୍ଚିଲା ଟେଲିଗ୍ରାମ୍ । ସରକାରଙ୍କ ଅସ୍ଥାୟୀ ବ୍ୟାନ ନିଷ୍ପତ୍ତିକୁ ଟେଲିଗ୍ରାମର ଚ୍ୟାଲେଞ୍ଜ । ନିଟ୍-ୟୁଜି ପୁନଃ ପରୀକ୍ଷାର କିଛିଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଲଗାଯାଇଥିବା ସାମୟିକ ବ୍ୟାନକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଟେଲିଗ୍ରାମ । ମାମଲାର ଗୁରୁତ୍ୱକୁ ଦେଖି ଜଷ୍ଟିସ୍ ତେଜସ କାରିଆଙ୍କ ଖଣ୍ଡପୀଠ ଆଜି ଏହାର ଜରୁରୀ ଶୁଣାଣି କରିବେ । ଗତ ମେ ୩ ତାରିଖରେ ହୋଇଥିବା ମୂଳ NEET-UG ପରୀକ୍ଷାର […]

Read More Text.

ଜି-୭ ଶିଖର ସମ୍ମିଳନୀରେ ଭାରତୀୟ ନାବିକଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ ଉଠାଇଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ବିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି। ଏହି ବହୁ ପ୍ରତୀକ୍ଷତ ସାକ୍ଷାତ ସମୟରେ ଦୁଇ ନେତା ଉଭୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କଥାବାର୍ତ୍ତା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୭ ଶିଖର ସମ୍ମିଳନୀ ଅବସରରେ ହର୍ମୁଜ୍ ପ୍ରଣାଳୀ ଅବରୋଧ ଏବଂ ଭାରତୀୟ ନାବିକଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ଯେ ହର୍ମୁଜ୍ ପ୍ରଣାଳୀକୁ ଖୋଲା ରଖିବା ବିଶ୍ୱ ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥି […]

Read More Text.

କୂଅକୁ ଖସିଲା ତୀର୍ଥଯାତ୍ରୀ ଭ୍ୟାନ୍, ୧୪ ମୃତ

ମୁମ୍ବଇ : ମହାରାଷ୍ଟ୍ରର ପଣ୍ଡରପୁରରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଏକ କୂଅ ମଧ୍ୟକୁ ଖସିପଡ଼ିଛି। ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ତୀର୍ଥଯାତ୍ରୀମାନେ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପଣ୍ଡରପୁର ଅଭିମୁଖେ ଯାଉଥିଲେ। ତେବେ ଡ୍ରାଇଭର ଗାଡ଼ି ଉପରେ ନିୟନ୍ତ୍ରଣ ହରାଇବାରୁ ତାହା ରାସ୍ତା କଡ଼ରେ ଥିବା ଏକ ଗଭୀର କୂଅକୁ ଖସି ପଡ଼ିଥିଲା। ଘଟଣା ସମ୍ପର୍କରେ ଖବର […]

Read More Text.

NEET UG ପରୀକ୍ଷା ପାଇଁ ଟେଲିଗ୍ରାମକୁ ଜୁନ୍ ୨୨ ଯାଏଁ ଅସ୍ଥାୟୀ ଭାବେ ବନ୍ଦ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : NEET UG ପୁନଃ ପରୀକ୍ଷାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ସରକାର ଜୁନ୍ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମକୁ ଅସ୍ଥାୟୀ ଭାବେ ବନ୍ଦ କରିଛନ୍ତି । ପରୀକ୍ଷାର ସୁରକ୍ଷିତ ପରିଚାଳନା ସୁନିଶ୍ଚିତ କରିବା ଏବଂ କପି ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ଅସ୍ଥାୟୀ ପ୍ରତିବନ୍ଧକ ଲାଗିଛି । ଭାରତରେ ଟେଲିଗ୍ରାମକୁ ବନ୍ଦ କରାଯାଇଛି । NEET UG ପୁନଃପରୀକ୍ଷା ଜୁନ୍ ୨୧ ତାରିଖରେ […]

Read More Text.

B-52 ବୋମାବର୍ଷୀ ବିମାନ ଦୁର୍ଘଟଣାଗ୍ରସ୍ତ, ୮ ମୃତ

ଆମେରିକା : ଆମେରିକା ଏୟାରଫୋର୍ସର B-52 ବୋମାବର୍ଷୀ ବିମାନ ଦୁର୍ଘଟଣା ଘଟିଛି । ବିମାନଟି ଦକ୍ଷିଣ କାଲିଫୋର୍ନିଆରେ ଅବସ୍ଥିତ ଏଡୱାର୍ଡସ୍ ଏୟାର ଫୋର୍ସ ବେସରୁ ଉଡ଼ାଣ ଭରିବାର କେବଳ କିଛି ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଏହି ଭୟାବହ ଦୁର୍ଘଟଣାରେ ସମସ୍ତ ୮ ଜଣ କ୍ରୁ ସଦସ୍ୟଙ୍କର ମୃତ୍ୟୁ ହୋଇଛି । ସୋମବାର ସ୍ଥାନୀୟ ସମୟ ପ୍ରାୟ ସକାଳ ୧୧ଟା ୨୦ ମିନିଟରେ ଏଡୱାର୍ଡସ ଏୟାରଫୋର୍ସ ବେସରୁ ଉଡ଼ାଣ ଭରିବା ମାତ୍ରେ ଏହି ଦୁର୍ଘଟଣା ଘଟିଥିଲା। […]

Read More Text.

କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କୁ ଆକ୍ରମଣ

ଜୟପୁର : ରାଜସ୍ଥାନ ଜୟପୁରରେ ଏକ ପ୍ରତିବାଦ ସମୟରେ କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କୁ ଜଣେ ଯୁବକ ଚାପୁଡ଼ା ମାରିଛନ୍ତି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଜୟପୁରରେ ଚାଲିଥିବା ପ୍ରତିବାଦ ସମୟରେ ଏହି ଘଟଣା ଘଟିଥିଲା । ଖବର ମୁତାବକ, ସୋମବାର ଦିନ ଜୟପୁରର ସହିଦ ସ୍ମାରକୀରେ କୋକରୋଚ ଜନତା ପାର୍ଟିର କର୍ମୀମାନେ ପ୍ରତିବାଦ କରୁଥିଲେ । ଏହି ସମୟରେ ଦଳର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ସଭାସ୍ଥଳରେ […]

Read More Text.

ମଝି ଆକାଶରେ ଧକ୍କା ହେଲା ଦୁଇ ହେଲିକପ୍ଟର, ୬ ମୃତ

ବ୍ରାଜିଲ : ବ୍ରାଜିଲର ରିଓ ଡି ଜେନେରିଓରେ ଦୁଇ ହେଲିକପ୍ଟର ମୁହାଁମୁହିଁ ଧକ୍କା । ହେଲିକପ୍ଟର ଦୁଇଟି ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏଠାରେ ଆକାଶରେ ଦୁଇଟି ହେଲିକପ୍ଟର ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଛି । ହେଲିକପ୍ଟର ପରସ୍ପର ସହିତ ଧକ୍କା ହେବା ପରେ ଏକ କାର୍ ଶୋ ରୁମରେ ଖସିପଡିଥିଲା । ଏଠାରେ ଥିବା ଇଲେକଟ୍ରିକ୍ କାର୍ ରେ ନିଆଁ ଲାଗିଯାଇଥିଲା । ତେଣୁ ସେଥିରେ ନିଆଁ ଲାଗିଯାଇଥିଲା । […]

Read More Text.