Screenshot 2026 06 17 194817 2026 06 17 20 02

ଜି-୭ ଶିଖର ସମ୍ମିଳନୀରେ ଭାରତୀୟ ନାବିକଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ ଉଠାଇଲେ ମୋଦୀ

ଦେଶ - ବିଦେଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ବିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି। ଏହି ବହୁ ପ୍ରତୀକ୍ଷତ ସାକ୍ଷାତ ସମୟରେ ଦୁଇ ନେତା ଉଭୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କଥାବାର୍ତ୍ତା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୭ ଶିଖର ସମ୍ମିଳନୀ ଅବସରରେ ହର୍ମୁଜ୍ ପ୍ରଣାଳୀ ଅବରୋଧ ଏବଂ ଭାରତୀୟ ନାବିକଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ଯେ ହର୍ମୁଜ୍ ପ୍ରଣାଳୀକୁ ଖୋଲା ରଖିବା ବିଶ୍ୱ ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥି ସହିତ ସେ କହିଛନ୍ତି, ଭାରତୀୟ ନାବିକଙ୍କ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ` ଆଶା କରୁଛg ଯେ ଇରାନ ସହିତ ଯେକୌଣସି ଶାନ୍ତି ଚୁକ୍ତିରେ ନାବିକଙ୍କ ସୁରକ୍ଷାକୁ ନିଶ୍ଚିତ ଭାବରେ ପ୍ରାଥମିକତା ଦିଆଯିବ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମେରିକା ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଦୃଶ୍ୟମାନ ଭାବରେ ଶାନ୍ତ କିନ୍ତୁ ଆଲୋଚନାରେ ବହୁତ କଠୋର। ଆମେ ଖୁବ୍ ଶୀଘ୍ର ଭାରତ ସହିତ ଏକ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କରିବୁ। ମୁଁ ଭବିଷ୍ୟତରେ କେବେ ଭାରତ ମଧ୍ୟ ଗସ୍ତ କରିବି। ମୋର ଭାରତ ପ୍ରତି ବହୁତ ସମ୍ମାନ ଅଛି।