ବ୍ରାଜିଲ : ବ୍ରାଜିଲର ରିଓ ଡି ଜେନେରିଓରେ ଦୁଇ ହେଲିକପ୍ଟର ମୁହାଁମୁହିଁ ଧକ୍କା । ହେଲିକପ୍ଟର ଦୁଇଟି ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏଠାରେ ଆକାଶରେ ଦୁଇଟି ହେଲିକପ୍ଟର ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଛି । ହେଲିକପ୍ଟର ପରସ୍ପର ସହିତ ଧକ୍କା ହେବା ପରେ ଏକ କାର୍ ଶୋ ରୁମରେ ଖସିପଡିଥିଲା । ଏଠାରେ ଥିବା ଇଲେକଟ୍ରିକ୍ କାର୍ ରେ ନିଆଁ ଲାଗିଯାଇଥିଲା । ତେଣୁ ସେଥିରେ ନିଆଁ ଲାଗିଯାଇଥିଲା । ତେବେ ଦୁର୍ଘଟଣାର ସଠିକ୍ କାରଣ ଏଯାଏଁ ଜଣାପଡିନାହିଁ ।
ଖବର ମୁତାବକ, ରବିବାର ବ୍ରାଜିଲର ରିଓ ଡି ଜେନେରିଓରେ ଦୁଇଟି ହେଲିକପ୍ଟର ମୁହାଁମୁହିଁ ଧକ୍କା ହୋଇଛନ୍ତି । ଧକ୍କା ହେବା ଫଳରେ ହେଲିକପ୍ଟର ଦୁଇଟିରେ ନିଆଁ ଲାଗିଯାଇଥିଲା । ଏହାସହ ଏକ କାର୍ ଶୋ ରୁମ ଉପରେ ଖସିପଡିଥିଲା । ଫଳରେ ଏଠାରେ ଥିବା ଇଲେକଟ୍ରିକ୍ କାର୍ ରେ ନିଆଁ ଲାଗିଯାଇଥିଲା । ତେଣୁ ସେଥିରେ ନିଆଁ ଲାଗିଯାଇଥିଲା ।
ଦମକଳ ବାହିନୀ ମୁତାବକ, ଦୁଇଟି ହେଲିକପ୍ଟର ଆକାଶରେ କୌଣସି କାରଣକୁ ପରସ୍ପରକୁ ଧକ୍କା ଦେଇଥିଲେ । ଏହାପରେ ଉଭୟ ଖସିପଡିଥିଲେ । କାର୍ ଶୋ ରୁମ ଉପର ଖସିପଡିଥିବାରୁ ସେଠାରେ ଥିବା ୨୦ଟି ଗାଡିରେ ନିଆଁ ଲାଗିଯାଇଥିଲା । ଯେଉଁଥିରେ ୬ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ସମସ୍ତ ମୃତକ ବିମାନର କ୍ରୁ ମେମ୍ବର ଅଟନ୍ତି ।
ସ୍ଥାନୀୟ ଗଣମାଧ୍ୟମ ହେଲିକପ୍ଟର ଦୁର୍ଘଟଣାର ଅନେକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ରାସ୍ତାରେ ଖସି ପଡିବା ପରେ ସବୁଆଡେ କଳା ଧୂଆଁ ଖେଳିଯାଇଛି । କାରଣ ଦୁର୍ଘଟଣା ପରେ ଅନେକ ଗାଡିରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଏୟାରବସ୍ H125 ଏବଂ ଦ୍ବିତୀୟଟି 206B ଜେଟ ରେଞ୍ଜର ଥିଲା । ଦୁର୍ଘଟଣା ସକାଳ ୮.୯୫ରେ ହୋଇଥିବା ଜଣାପଡିଛି ।
