Guw4 q wuaafwmd

ଆଇଆଇଟି ବମ୍ବେରେ ପରିଚୟ ଲୁଚାଇ ୧୪ ଦିନ ରହିଲେ ନକଲି ଛାତ୍ର

ମୁମ୍ବାଇ: ନିଜକୁ ଆଇଆଇଟି ବମ୍ବେର ଛାତ୍ର ବୋଲି ଉପସ୍ଥାପନ କରି କଲେଜ କ୍ୟାମ୍ପସ୍‌ରେ ରହିଥିବା ଜଣେ ୨୨ ବର୍ଷୀୟ ଯୁବକଙ୍କୁ ଗତ ସପ୍ତାହରେ ଗିରଫ କରାଯାଇଥିଲା। ଏବେ ତାଙ୍କୁ ଜେରା କରିବାରୁ ନୂଆ ନୂଆ ତଥ୍ୟ ସବୁ ହସ୍ତଗତ ହେବାରେ ଲାଗିଛି। ଛାତ୍ର ରୂପଧାରୀ ନକଲି ଯୁବକ ଜଣକ ହେଉଛନ୍ତି ବିଲାଲ ଅହମଦ ତେଲି। ଘଟଣା ସଂପର୍କରେ ଜୁନ ୨୬ ତାରିଖରେ ଜାଣିବାକୁ ମିଳିଲା। ବିଲାଲଙ୍କୁ ସୋଫାରେ ଶୋଇଥିବାର ଦେଖି ଆଇଆଇଟି-ବମ୍ବେର ଜଣେ କର୍ମଚାରୀଙ୍କ ମନରେ ସନ୍ଦେହ […]

Read More Text.
Download

ଗୋଟିଏ ମାସ ପାଇଁ ନିରାପତ୍ତା ପରିଷଦର ସଭାପତି ହେଲା ପାକିସ୍ତାନ

ଇସଲାମାବାଦ: ପାକିସ୍ତାନ ମଙ୍ଗଳବାର ଜୁଲାଇ ୨୦୨୫ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ଗ୍ରହଣ କରିବାକୁ ଯାଉଛି। ପାକିସ୍ତାନର ସରକାରୀ ଗଣମାଧ୍ୟମ ଏ ବିଷୟରେ ସୂଚନା ଦେଇଛି। ଏହା ହେଉଛି ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବରେ ପାକିସ୍ତାନର ଦୁଇ ବର୍ଷ କାର୍ଯ୍ୟକାଳର ଏକ ଅଂଶବିଶେଷ। ଜାନୁଆରୀ ୨୦୨୫ରେ ପାକିସ୍ତାନ ଦୁଇ ବର୍ଷ ପାଇଁ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲା। ପାକିସ୍ତାନ ଜାତିସଂଘରେ ବିପୁଳ ସମର୍ଥନ ସହିତ ସୁରକ୍ଷା ପରିଷଦର ଅସ୍ଥାୟୀ […]

Read More Text.
Sbi 300x166

୭୦ ବର୍ଷରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଶୁଭେଚ୍ଛା ଜଣାଇଲେ ଅର୍ଥମନ୍ତ୍ରୀ ସୀତାରମଣ

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଆଜି ୭୦ ବର୍ଷ ପୂର୍ତ୍ତି ଅବସରରେ ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ, ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ୨୩ ହଜାରରୁ ଅଧିକ ଶାଖା, ୭୮ ହଜାର ଗ୍ରାହକ ସେବା ପଏଣ୍ଟ ଏବଂ ୬୪ ହଜାର ଏଟିଏମ ସହିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ସେବା ଅତ୍ୟନ୍ତ ଲୋକପ୍ରିୟ ଏବଂ ଏହା ପ୍ରତ୍ୟେକ ଭାରତୀୟଙ୍କ ବ୍ୟାଙ୍କ। ସେ ଆହୁରି କହିଛନ୍ତି ଯେ ଗତ ଦଶନ୍ଧିରେ […]

Read More Text.
Save hindus 750x430

ନ୍ୟାୟ ପାଇଁ ଲଢେଇ କରିବେ ଦୁଷ୍କର୍ମ ଶିକାର ୨୫ ବର୍ଷୀୟ ହିନ୍ଦୁ ମହିଳା

ଢାକା : ବାଂଲାଦେଶରେ, ଜଣେ ୨୫ ବର୍ଷୀୟ ହିନ୍ଦୁ ମହିଳା, ଯିଏକି ଏକ ଜଘନ୍ୟ ଦୁଷ୍କର୍ମର ଶିକାର ହୋଇଥିଲେ, ତାଙ୍କ ସ୍ୱାମୀ ଏବଂ କିଛି ସ୍ଥାନୀୟ ବାସିନ୍ଦାଙ୍କ ଚାପ ପରେ ପ୍ରଥମେ ସେ ପ୍ରତ୍ୟାହାର କରିବାକୁ ଚିନ୍ତା କରିଥିଲେ, ତଥାପି ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛନ୍ତି। ପୋଲିସ ରବିବାର ପ୍ରତ୍ୟୁଷରେ ଢାକାର ସୂତ୍ରପୁର ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତ ଫଜାର ଅଲି ଫଜାର (୩୬)କୁ ଗିରଫ କରିଛି। ଗତକାଲି, କୁମ୍ଭିଲାର ମୁରାଦନଗରରେ ଘଟିଥିବା ଏହି ଘଟଣାରେ […]

Read More Text.
Twjfhjh 2025 07 01 14 53 30

ଇର୍ଷା କରି ଚାକିରିଆ ପ୍ରେମିକାକୁ ମାରିଦେଲା ପ୍ରେମିକ

ଭୋପାଳ: ଚାକିରି କରିଥିବା ପ୍ରେମିକାକୁ ଈର୍ଷା କରୁଥିଲା ବେରୋଜଗାର ପ୍ରେମିକ। ଲିଭ୍-ଇନରେ ରହି ବି ବଦଳିଲାନି ମନ। ନିଜ ଈର୍ଷାକୁ ମାରିବା ପାଇଁ ହତ୍ୟା ଭଳି ଅପରାଧକୁ ବାଛିଲା ପ୍ରେମିକ। ଏଭଳି ଘଟଣା ଘଟିଛି ଭୋପାଳର ଗାୟତ୍ରୀ ନଗରରେ। ଜଣେ ୨୯ ବର୍ଷୀୟ ମହିଳାଙ୍କୁ ତାଙ୍କ ଲିଭ-ଇନ୍ ପାର୍ଟନର ଗଳାକାଟି ହତ୍ୟା କରିଛନ୍ତି। ଅଭିଯୁକ୍ତ ୩୨ ବର୍ଷୀୟ ସଚିନ ରାଜପୁତ ବୋଲି ଚିହ୍ନଟ କରାଯାଇଥିବା ବେଳେ ମୃତକ ହେଲେ ରିତିକା ସେନ। ସଚିନ, କେବଳ ରିତିକାଙ୍କୁ ହତ୍ୟା […]

Read More Text.
Download

ନାରାଣୟଣ ମୂର୍ତ୍ତିଙ୍କ ୭୦ ଘଣ୍ଟା କାର୍ଯ୍ୟସପ୍ତାହ ମନ୍ତବ୍ୟ ପରେ ‘ଓଭର୍‌ଟାଇମ୍‌’କୁ ବିରୋଧ କଲା ଇନ୍‌ଫୋସିସ୍‌

ନୂଆଦିଲ୍ଲୀ: ଅତୀତରେ ଇନଫୋସିସ୍ ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ୭୦ ଘଣ୍ଟା କାର୍ଯ୍ୟସପ୍ତାହ ଉପରେ ମନ୍ତବ୍ୟ ଦେଇ ବିବାଦରେ ରହିଥିଲେ। ଏବେ ଇନଫୋସିସ୍ ତାର କର୍ମଚାରୀମାନଙ୍କୁ ବୃତ୍ତି ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ବଜାୟ ରଖିବାକୁ ପରାମର୍ଶ ଦେଇଛି। ଯାହା ଜଣାପଡୁଛି କମ୍ପାନି ତା’ର ଆଭ୍ୟନ୍ତରୀଣ ଅଭିଯାନ ଆରମ୍ଭ କରି ସାରିଲାଣି। ଯେଉଁଥିରେ ମାନବ ସମ୍ବଳ (ଏଚ୍‌ଆର୍‌) ସମସ୍ତ କର୍ମଚାରୀଙ୍କ କାର୍ଯ୍ୟ ସମୟ ଉପରେ ନଜର ରଖୁଛି ଏବଂ କାର୍ଯ୍ୟ ଘଣ୍ଟା ପାଳନ କରିବାକୁ ଅନୁରୋଧ କରୁଛି। […]

Read More Text.

‘ଆମେରିକା ପାର୍ଟି’- ମସ୍କଙ୍କ ନୂଆ ରାଜନୈତିକ ଦଳ

ୱାସିଂଟନ: ଶିଳ୍ପପତି ଏଲନ ମସ୍କ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟର ତିକ୍ତତା ଆହୁରି ବଢିଯାଇଛି । ସଂପର୍କ ଏତେ ଖରାପ ହୋଇଯାଇଛି ଯେ ମସ୍କଙ୍କୁ ତାଙ୍କ ମୂଳ ଦେଶ ଦକ୍ଷିଣ ଆଫ୍ରିକାକୁ ପ୍ରତ୍ୟାର୍ପଣ କରିବାକୁ ଧମକ ଦେଇଛନ୍ତି ଟ୍ରମ୍ପ । ଏହାର ଜବାବରେ ଏକ ନୂଆ ରାଜନୈତିକ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି ମସ୍କ । ଏହାର ନାଁ ରହିବ ‘ଆମେରିକା ପାର୍ଟି’ । ମସ୍କ କହିଛନ୍ତି ଯେ ଯଦି ଡୋନାଲ୍ଡ ଟ୍ରମ୍ପଙ୍କ […]

Read More Text.
Untitled 1 copy

ଔଷଧ କାରଖାନା ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୩୫ ଛୁଇଁଲା

ସାଙ୍ଗାରେଡ୍ଡି: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ଏକ ଔଷଧ କାରଖାନାରେ ସୋମବାର ଦିନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏବେ ସୁଦ୍ଧା ୩୫ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି।। ଏବେ ବି ଧ୍ୱଂସପ୍ରାପ୍ତ ସ୍ଥାନରୁ ଭଗ୍ନାବଶେଷ ସଫା କାର୍ଯ୍ୟ ଜାରି ରହିଛି। ଉଦ୍ଧାରକାରୀମାନେ ଅନେକଙ୍କୁ ଉଦ୍ଧାର କରି ସାରିଥିବା‌ ବେଳେ ଆହୁରି କିଛି ଜଣ ଫସି ରହିଛନ୍ତି ବୋଲି ସନ୍ଦେହ କରାଯାଉଛି। ଏନେଇ ଜିଲ୍ଲା ପୁଲିସ ଅଧୀକ୍ଷକ ପାରିତୋଷ ପଙ୍କଜ ମଙ୍ଗଳବାର […]

Read More Text.

ବିଜେପିରୁ ଟି.ରାଜା ସିଂହଙ୍କ ଇସ୍ତଫା

ହାଇଦ୍ରାବାଦ : ତେଲେଙ୍ଗାନାର କଠୋରପନ୍ଥୀ ନେତା ଏବଂ ଗୋଶାମହଲ ବିଧାୟକ ଟି. ରାଜା ସିଂହ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଛନ୍ତି। ତେଲେଙ୍ଗାନା ବିଜେପି ନେତୃତ୍ୱ ସହିତ ତାଙ୍କର ଗତ କିଛି ଦିନ ଧରି ବିବାଦ ଚାଲିଥିଲା। ରାଜ୍ୟ ବିଜେପି ସଭାପତି ପଦ ପାଇଁ ଏନ. ରାମଚନ୍ଦ୍ର ରାଓଙ୍କ ନାମ ଉପରେ ବିଜେପି ହାଇକମାଣ୍ଡ ସହମତ ହୋଇଛନ୍ତି, ଯାହା ତାଙ୍କୁ କ୍ରୋଧିତ କରିଛି। କୁହାଯାଉଛି ଯେ ଏଥିରେ କ୍ରୋଧିତ ହୋଇ ସେ ରାଜ୍ୟ ସଭାପତି ଜି. କିଶନ […]

Read More Text.

ମଣିପୁର: ଚୁରାଚାନ୍ଦପୁରରେ ୪ ଜଣଙ୍କୁ ଗୁଳିକରି ହତ୍ୟା

ଇମ୍ଫାଲ ୩୦।୬: ମଣିପୁର ଚୁରାଚାନ୍ଦପୁର ଜିଲ୍ଲାରେ ସୋମବାର ଅଜ୍ଞାତ ବନ୍ଧୁକଧାରୀ ୪ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି। କୁହାଯାଉଛି ମୃତକଙ୍କ ମଧ୍ୟରେ ଜଣେ ୬୦ ବର୍ଷ ବୟଷ୍କା ମହିଳା ମଧ୍ୟ ଅଛନ୍ତି। ପୋଲିସ ଅନୁସାରେ ଏହି ଗୁଳିକାଣ୍ଡ ଚୁରାଚାନ୍ଦପୁରର ମୋଙ୍ଗଜାଙ୍ଗ ଗାଁ ନିକଟରେ ହୋଇଛି। ଅପରାହ୍ନ ପ୍ରାୟ ୨ଟା ବେଳେ ଘଟିଥିବା ଏହି ଘଟଣାର ଏବେ ପୋଲିସ ତଦନ୍ତ ଆରମ୍ଭ କରିଛି। କୁହାଯାଉଛି ମୃତକମାନେ ଏକ କାରରେ ଯାଉଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଛି। ପୂର୍ବରୁ ଛକି […]

Read More Text.