F35

୩୮ ଦିନ ପରେ ଫେରିଗଲା ବ୍ରିଟିଶ ଏଫ-୩୫ ଲଢ଼ୁଆ ବିମାନ

କେରଳର ତିରୁବନନ୍ତପୁରମ ବିମାନବନ୍ଦରରେ ୩୮ ଦିନ ଅଚଳ ରହିବା ପରେ ବ୍ରିଟିଶ ରୟାଲ ନୌସେନାର ଏଫ-୩୫ ଲଢ଼ୁଆ ବିମାନ ସ୍ୱଦେଶ ଫେରିଯାଇଛି। ଜୁନ୍ ୧୪ ତାରିଖରୁ ବିମାନଟି ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ପାର୍କିଂ କରାଯାଇଥିଲା। ମଝି ଆକାଶରେ ଉଡାଣ ସମୟରେ ଜରୁରୀକାଳୀନ ପରିସ୍ଥିତି ପାଇଁ ସମ୍ପୃକ୍ତ ଲଢୁଆ ବିମାନଟି ଦିଗ ପରିବର୍ତ୍ତନ କରୁଥିବା ବେଳେ ଗମ୍ଭୀର ଇଞ୍ଜିନିୟରିଂ ସମସ୍ୟା ସୃଷ୍ଟି ହୋଇଥିଲା। ତେବେ ବିଶ୍ୱର ସବୁଠାରୁ ଉନ୍ନତ ଲଢ଼ୁଆ ବିମାନ ଏଫ-୩୫ ୩୮ ଦିନ ଧରି ବିମାନବନ୍ଦରରେ […]

Read More Text.
Hari2

ରାଷ୍ଟ୍ରପତିଙ୍କୁ ଭେଟିଲେ ହରିବଂଶ ନାରାୟଣ ସିଂ

ନୂଆଦିଲ୍ଲୀ : ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ଜଗଦୀପ ଧନଖର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାର ୨୪ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତିଙ୍କ ସହ ତାଙ୍କର ସାକ୍ଷାତକୁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ନିୟମ ଅନୁଯାୟୀ, ରାଜ୍ୟସଭା ସଭାପତି (ଉପରାଷ୍ଟ୍ରପତି) ପଦ ଖାଲି ହେବା ପରେ ହରିବଂଶ ନାରାୟଣ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏପରି ପରିସ୍ଥିତିରେ ତାଙ୍କୁ ଉପରାଷ୍ଟ୍ରପତି କରିବା ନେଇ କଳ୍ପନାଜଳ୍ପନା ମଧ୍ୟ ତୀବ୍ର […]

Read More Text.
Jagdeep dhankhar

ଜଗଦୀପଙ୍କ ଇସ୍ତଫାକୁ ନେଇ କଂଗ୍ରେସର ଅଭିଯୋଗ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଦେଶରେ ରାଜନୀତି ତୀବ୍ର ହୋଇଯାଇଛି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଦେଇଥିବା ଇସ୍ତଫାପତ୍ରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁର କରି ଦେଇଛନ୍ତି। ଜଗଦୀପଙ୍କ ଇସ୍ତଫାପତ୍ରକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ‌ଘେରି ଅଭିଯୋଗ କରି କହିଛି,‘ପରଦା ପଛରେ ଜଗଦୀପଙ୍କ ଅନ୍ୟ କିଛି କାରଣ ରହିଛି।ସୋମବାର (୨୧ ଜୁଲାଇ, ୨୦୨୫) ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଦଳ ଜଷ୍ଟିସ୍ ବର୍ମାଙ୍କୁ ବହିଷ୍କାର ବିରୋଧରେ ଏକ ପ୍ରସ୍ତାବ ଆଣିଥିଲେ। […]

Read More Text.
In

ଭାରତୀୟ ଅର୍ଥନୀତିକୁ ତଳିତଳାନ୍ତ କରିଦେବୁ, ଆମେରିକାର ଧମକ

ଓ୍ବାସିଂଟନ : ରୁଷରୁ ଶସ୍ତାରେ ତେଲ କିଣୁ ଥିବା ଚୀନ, ଭାରତ ଓ ବ୍ରାଜିଲକୁ ପୁଣି ଥରେ ଧମକ ଦେଇଛି ଆମେରିକା । ଯଦି ଏହି ଦେଶଗୁଡ଼ିକ ରୁଷରୁ ଶସ୍ତା ତେଲ କିଣିବା ଜାରି ରଖନ୍ତି, ତେବେ ସେମାନଙ୍କର ଅର୍ଥନୀତିକୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ ବୋଲି ଆମେରିକାର ଜଣେ ସିନେଟର ଧମକ ଦେଇଛନ୍ତି। ଆମେରିକାର ସେନେଟର ଲିଣ୍ଡସେ ଗ୍ରାହାମ୍ ସମ୍ପ୍ରତି ଫକ୍ସ ନ୍ୟୁଜ୍ରେ ଖୋଲାଖୋଲି ଭାରତ, ଚୀନ ଓ ବ୍ରାଜିଲକୁ ଧମକାଇଥିଲେ। ଏହି ତିନିଦେଶକୁ ଟାର୍ଗେଟ […]

Read More Text.
Jag

ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଉପରାଷ୍ଟ୍ରପତି ପଦକୁ ନେଇ ମୋଦୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଜୁଲାଇ ୨୧ ତାରିଖରେ ସଂସଦରେ ମୌସୁମୀ ଅଧିବେଶନର ପ୍ରଥମ ଦିନ ଥିଲା। ଅଧିବେଶନ ଶେଷ ହେବା ପରେ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼। ଧନଖଡ଼ଙ୍କ ହଠାତ ଏତେ ବଡ଼ ନିଷ୍ପତ୍ତି ପରେ ଏକ୍ସ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି,‘ଜଗଦୀପ ଧନଖଡ଼ଜୀ ଭାରତର ଉପରାଷ୍ଟ୍ରପତି ସମେତ ଅନେକ ଭୂମିକାରେ ଦେଶ ସେବା କରିବାର ସୁଯୋଗ ପାଇଛନ୍ତି। ମୁଁ ତାଙ୍କର ସୁସ୍ଥତା କାମନା କରୁଛି। […]

Read More Text.
Nimisha priya

ମୁକ୍ତ ହେବେ ନିମିଷା ପ୍ରିୟା !

କୋଚି : ୟେମେନରେ ମୃତ୍ୟୁଦଣ୍ଡ ଅପେକ୍ଷାରେ ଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କୁ ଖୁବ୍ ଶୀଘ୍ର ମୁକ୍ତ କରାଯାଇପାରେ। ଏହି ଦାବି କରିଛନ୍ତି ଡାକ୍ତର କେ ଏ ପଲ୍, ଯିଏ ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ନିମିଷା ମୁକ୍ତି ପରେ ଖୁବ୍ ଶୀଘ୍ର ଭାରତ ଫେରି ଆସିବେ। ୟେମେନରେ ଏକ କ୍ଲିନିକ୍ ଚଳାଉଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ବିରୋଧରେ ତାଙ୍କ ନିଜ ସାଥୀ ଆବଦୋ ମହଦିଙ୍କୁ […]

Read More Text.

ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ଇସ୍ତଫା, ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଲେ

ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖର ସୋମବାର ଦିନ ନିଜ ପଦରୁ ଇସ୍ତଫା ଦେଇଛନ୍ତି, ଯାହାଫଳରେ ଦେଶର ରାଜନୈତିକ ମହଲରେ ହଠାତ୍ ଚର୍ଚ୍ଚା ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି।  ସମ୍ବିଧାନର ଧାରା ୬୭(କ) ଅନୁଯାୟୀ ସେ ଏହି ଇସ୍ତଫା ପ୍ରଦାନ କରିଛନ୍ତି, ଯେଉଁଥିରେ ଜଣେ ଉପରାଷ୍ଟ୍ରପତି ନିଜ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଲିଖିତ ଭାବେ ଇସ୍ତଫା ଦେଇପାରିବେ।  ନିଜ ଇସ୍ତଫା […]

Read More Text.
Wre

ଦକ୍ଷିଣ ଷ୍ଟାରଙ୍କୁ ଇଡି ର ସମନ

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବେ ଦକ୍ଷିଣ ଭାରତର କିଛି ବଡ଼ ବଡ଼ ତାରକାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ସୋମବାର ଦିନ, ଇଡି ବିଜୟ ଦେବରକୋଣ୍ଡା, ରାଣା ଦଗ୍ଗୁବତୀ, ପ୍ରକାଶ ରାଜ ଏବଂ ଲକ୍ଷ୍ମୀ ମାଞ୍ଚୁଙ୍କ ଭଳି ସେଲିବ୍ରିଟିମାନଙ୍କୁ ସମନ କରିଛି ଏବଂ ସେମାନଙ୍କୁ  ହାଜର ହେବାକୁ ନିର୍ଦ୍ଦେଶ ଦେଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବେଆଇନ ବେଟିଂ ଆପ୍ ମାମଲାରେ ଏହି କଳାକାରମାନଙ୍କୁ ସମନ କରିଛି। ଇଡି ଏହି ଅଭିନେତାମାନଙ୍କୁ ଜୁଲାଇ ଶେଷ […]

Read More Text.
E591c83a 8eb6 4b06 ac6a cbf6b0f8

କମ ଭକ୍ତ, ଅଧିକ ଗୁଣ୍ଡା: କାଉଡିଆଙ୍କୁ ନେଇ ବିବାଦୀୟ ବୟାନ ଦେଲେ ସପା ବିଧାୟକ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଏବଂ ସମ୍ଭଲର ଏସପି ବିଧାୟକ ନବାବ ଇକବାଲ ମହମୁଦ କାଉଡିଆମାନଙ୍କ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏସପି ବିଧାୟକ କହିଛନ୍ତି ଯେ କାଉଡିଆମାନଙ୍କ ମଧ୍ୟରେ ଶିବ ଭକ୍ତ କମ୍ ଏବଂ ଗୁଣ୍ଡା ଅଧିକ। ଏସପି ବିଧାୟକ କହିଛନ୍ତି ଯେ ଯେଉଁମାନେ ଖୋଲାଖୋଲି ରାସ୍ତାରେ ଗୁଣ୍ଡାଗିରି କରୁଥିବାର ଦେଖାଯାଉଛି ସେମାନେ ପ୍ରକୃତ ଧାର୍ମିକ ଭକ୍ତ ନୁହଁନ୍ତି ବରଂ ଅରାଜକତାବାଦୀ। ପୂର୍ବତନ ମନ୍ତ୍ରୀ ଇକବାଲ ମହମୁଦ କହିଛନ୍ତି ଯେ ଯେଉଁମାନେ […]

Read More Text.
Dha

ଢାକାରେ କଲେଜ ଉପରେ ଖସିପଡ଼ିଲା ବିମାନ: ମୃତ୍ୟୁ ସଂଖ୍ୟା ୧୯ ଛୁଇଁଲା

ଢାକା: ବାଂଲାଦେଶ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୋମବାର ଦ୍ଵିପ୍ରହର ସମୟରେ ବାଂଲାଦେଶ ବାୟୁସେନାର F7 ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଢାକାର ଉତ୍ତରାରେ ଥିବା ଦିଆବାରି ଅଞ୍ଚଳରେ ମାଇଲଷ୍ଟୋନ ସ୍କୁଲ ଆଣ୍ଡ କଲେଜ ପରିସରରେ ବିମାନଟି ଖସିପଡ଼ିଛି। ବିମାନ କଲେଜ ବିଲ୍ଡିଂରେ ଧକ୍କା ହୋଇଛି।  ଆଜି ଦିନ ପ୍ରାୟ ୧:୩୦ (ଭାରତୀୟ ସମୟ ୧:୦୦) ସମୟରେ ବଂଲାଦେଶର ରାଜଧାନୀ ଢାକାରେ ଏକ ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଜେଟ୍‌ ଦୁର୍ଘଟଣାରେ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ […]

Read More Text.