ସାଲେପୁର : ସ୍ଥାନୀୟ ବିଜ୍ଞାନ ପ୍ରଚାର ସମିତି, ସାଲେପୁର ଶାଖା ରେ ସମିତିର ଉପସଭାପତି ଶିକ୍ଷାବିତ୍ ଶ୍ରୀ ବିପିନ୍ ବିହାରୀ କରଙ୍କ ଅଧ୍ୟକ୍ଷତାରେ ଜଜଗନ୍ନାଥ ଗୋପୀନାଥ ଟ୍ରଷ୍ଟ ସଭାଗୃହରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଲିଟିଲ୍ ମାଷ୍ଟର ସମର୍ପିତଙ୍କ ଯନ୍ତ୍ର ସଙ୍ଗୀତ ପରିବେଷିତ “ବନ୍ଦେ ଉତ୍କଳ ଜନନୀ ‘ ଗାନ ସହ କୁଇଜ ମାଷ୍ଟର ଇଂ ନୈବେଦ୍ୟ କର ଓ ସୁନିତା କରଙ୍କ ଦ୍ୱାରା ଏକ ସୁନ୍ଦର “କୁଇଜ” କାର୍ଯ୍ୟକ୍ରମ କଲେଜର ଛାତ୍ରଛାତ୍ରୀଙ୍କର କମ୍ପୁଟର ସମ୍ବନ୍ଧୀୟ ଜ୍ଞାନ ଆଧାରରେ କରାଯାଇଥିଲା । ଜଗନ୍ନାଥ ଗୋପୀନାଥ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ତଥା ପ୍ରାକ୍ତନ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସୁକାନ୍ତ କିଶୋର ମହାନ୍ତିଙ୍କ ସ୍ୱାଗତ ଭାଷଣ ପରେ ସମ୍ମାନୀତ ଅତିଥି ଶାନ୍ତିଲତା ଶତପଥୀ, ମୁଖ୍ୟବକ୍ତା ଡ. ଜୟନ୍ତୀ ମିଶ୍ର, ମୁଖ୍ୟ ଅତିଥି ଡ. ମିନତୀ ମହାନ୍ତି ସମଗ୍ର ବିଶ୍ୱରେ ମହିଳା ମାନଙ୍କର ଶିଳ୍ପ, ଶିକ୍ଷା, ସଂସ୍କୃତି ବିଜ୍ଞାନ ଓ ରାଜନିତୀ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସ୍ମରଣ କରିବା ସହ ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ସମ୍ବନ୍ଧରେ ଦୃଷ୍ଟି ଆକର୍ଷଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଡ. ଉମେଶ ଚନ୍ଦ୍ର ପତି, ଡ. ପୂର୍ଣ୍ଣଚନ୍ଦ୍ର ଓଝା, ଡ. ମହେଶ ଚନ୍ଦ୍ର କର ଓ ଶାରଦା ପ୍ରସାଦ ରଥ ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଶ୍ରୀମତୀ ସୁନିତା କର ଧନ୍ୟବାଦ ପ୍ରଦାନ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମ ପରିଚାଳନାରେ ବିଜୟଲକ୍ଷ୍ମୀ ରଣା, ପୁରୁଷୋତ୍ତମ ବେହେରା, ତାପସ ତ୍ରିପାଠୀ, ମାନସ ରଞ୍ଜନ ଦାଶ, ଆଡ୍ଭୋକେଟ୍ କଳ୍ପତରୁ ବେହେରା, ମାନସ କୁମାର ମଲ୍ଲ ଆଦି ସହଯୋଗ କରିଥିଲେ । କୁଇଜ କାର୍ଯ୍ୟକ୍ରମରେ ସ୍ୱାଗତିକା ପାତ୍ର ଓ ସୁକାନ୍ତି ସେଠୀ ପ୍ରଥମ ସ୍ଥାନ, ପ୍ରସିଦ୍ଧି ପଦ୍ମିନୀ ବେହେରା ଓ ରୋଜାଲିନ୍ ବେହେରା ଦ୍ୱିତୀୟ ସ୍ଥାନ ଏବଂ ଶୁଭଲକ୍ଷ୍ମୀ ବେହେରା ଓ ବିଜୟ ଲକ୍ଷ୍ମୀରଣା ତୃତୀୟ ସ୍ଥାନ ଲାଭ କରିଥିଲେ ।

