Hirakud

ଜୁନ୍ ୧ରେ ଖୋଲିବ ହୀରାକୁଦ ଜଳଭଣ୍ଡାର, ଆଲର୍ଟରେ ୧୫ ଜିଲ୍ଲା

ସମ୍ବଲପୁର: ଉପରମୁଣ୍ଡରେ ଲଗାତାର ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାର ଲାଗିଛି । ଯାହାକୁ ନଜରରେ ରଖି ଜୁନ ୧ରେ ଖୋଲିବ ହୀରାକୁଦ ଜଳଭଣ୍ଡାର । ଏନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଏକ ଚେତାବନୀ ଜାରି କରିଛନ୍ତି । ତଳ ମୁଣ୍ଡର ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଯାଇଛି । କର୍ତ୍ତୃପକ୍ଷଙ୍କ ଚିଠି ଅନୁସାରେ, ଜୁନ୍ ୧ରୁ ୩୧ ଜୁନ୍ ମଧ୍ୟରେ ଯେକୌଣସି ସମୟରେ ହୀରାକୁଦ ଡ୍ୟାମର ଗେଟ୍ ଖୋଲାଯାଇପାରେ । […]

Read More Text.
Img 20250522 wa0150

ଜିଲ୍ଲା ସ୍ତରୀୟ ପିସି-ପିଏନଡ଼ିଟି ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ

ବାରିପଦା: ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ପିସିପିଏନଡ଼ିଟି ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି I ଲିଙ୍ଗ ନିରୂପଣକୁ କିଭଳି କଡାକଡି ଭାବରେ ରୋକାଯାଇପାରିବ ସେଥିପାଇଁ ଗୁରୁତର ସହ ଧ୍ୟାନ ଦେବାକୁ ଜିଲ୍ଲାପାଳ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଥିଲେ I ଉକ୍ତ ବୈଠକରେ କାର୍ଯ୍ୟକ୍ଷମ ଥିବା ପଞ୍ଜିକୃତ ଅଲ୍ଟ୍ରାସାଉଣ୍ଡ କ୍ଲିନିକ ଗୁଡିକର ସମୀକ୍ଷା କରାଯାଇଥିଲା I ବୈଠକରେ ନୂତନ […]

Read More Text.
Werrwe

ନବଜାତ ଶିଶୁ କନ୍ୟା ଜନ୍ମ ଦେଇ ମା’ ଆର ପାରିରେ

ବାରିପଦା: ସରକାର ମାତୃ ଶିଶୁ ମୃତ୍ୟୁ ହାର ରୋକିବା ପାଇଁ  କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ହେଲେ କେଉଁଠି ନା କେଉଁଠି ସଠିକ୍  ରୂପାୟନ ଫେଲ ମାରିବା ଯୋଗୁଁ ପ୍ରସୂତି ମହିଳା ହେଉ ଅବା ଶିଶୁ ମୃତ୍ୟୁ ର ଶିକାର ହେଉଛନ୍ତି । ଏଭଳି ଏକ ଅଭାବନୀୟ ଦୁଃଖଦ ଘଟଣା ଦେଖିବାକୁ ମିଳିଛି  ଉପଖଣ୍ଡ ଚିକିତ୍ସାଳୟରେ ।ଗତ ୧୯ ତାରିଖ ଦିନ  ବିଜାତଳା ବ୍ଳକର ବଡ଼ ଝରଣ ପଞ୍ଚାୟତ ମଦନଶିଳା ଗ୍ରାମର  ଶଙ୍କର ନାଏକ ତାଙ୍କ ସ୍ତ୍ରୀ […]

Read More Text.
Img 20250522 wa0143

ଅବକାରୀ ବିଭାଗର ଚଢାଉ, ୮୭ ଲିଟରଦେଶୀ ରନ୍ଧା ମଦ ଜବତ ସହ ୫ ଜଣ ଗିରଫ

ବାରିପଦା : ବେଆଇନ ମଦ କାରବାରକୁ ରୋକିବା ଏବଂ ମଦ ମାଫିଆଙ୍କୁ ସାଵାଡ କରିବା ପାଇଁ ଅବକାରୀ ବିଭାଗ କଠୋର ହୋଇଛି । ରାଇରଙ୍ଗପୁର ଅବକାରୀ ଅଧିକ୍ଷକ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ଅବକାରୀ ନିରୀକ୍ଷକ ବିନୟ ପ୍ରକାଶ ତୀର୍କୀ ଓ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ […]

Read More Text.
Rwe

ସର୍ପାଘାତରେ ଶିଶୁ ମୃତ 

ବାରିପଦା: ଗ୍ରୀଷ୍ମ ଋତୁ ।ପ୍ରବଳ ଗରମ ,ମୁଣ୍ଡ ଫଟା ଖରା, ପ୍ରବଳ ଧାଇଁ,ଢୋ ଢୋ ଖରା,ମାଟିରେ ତାତି ଲାଗିଛି ।ଜନ ,ଜୀବନ, ଜୀବଜନ୍ତୁ ଗରମରେ ଛଟପଟ ଓ ଅସ୍ତବ୍ୟସ୍ତ । ପ୍ରବଳ ଗୁଳୁଗୁଳି ଓ  ଗରମ ଯୋଗୁଁ କେହି ଘରେ ରହି ପାରୁ ନାହାନ୍ତି  ।ମାଟି ଗରମ ଯୋଗୁଁ ଜୀବଜନ୍ତୁ ବାହାରକୁ ପଳାଇ ଆସୁଛନ୍ତି । ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ଲୁପୁଙ୍ଗ ପଞ୍ଚାୟତ ର ହେସେଲଡିହି ଗ୍ରାମରେ ସାପ କାମୁଡାରେ ଏକ ୧୨ ବର୍ଷ […]

Read More Text.
Img 20250521 wa0272

ନିମ୍ବ ଗଛରୁ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର 

ବାରିପଦା- ଦିନକୁ ଦିନ ଯୁବ ମହଲରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି । ଯାହାକୁ ନେଇ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ଚିନ୍ତିତ । ମାନସିକ ବିକାରଗ୍ରସ୍ତ,ଅଭାବ ,ଅନାଟନ, ନିଯୁକ୍ତି, ହାତକୁ କାମ ନାହିଁ,ଏକଲା ପଣ ,ଏକ ତରଫା ପ୍ରେମ ନେଇ ମୁଁ ମହଲରେ ଆତ୍ମହତ୍ୟା ବୃଦ୍ଧି ପାଉଛି ।  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଭେଣ୍ଡିଆ ଗ୍ରାମ୍ୟ ଖେଳ ପଡିଆ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଥିବା ନିମ୍ବ ଗଛରେ ଏକ ଯୁବକ […]

Read More Text.
20250522 071847

ବାରିପଦାରେ ଦୁଇଗୋଟି ସ୍ଥାନରେ ଭୟବହ ଅଗ୍ନିକାଣ୍ଡ, ହୁଦୁ ହୁଦୁ ହୋଇ ଜଳିଗଲା ଦୋକାନ

ବାରିପଦା: ଆଜି ବାରିପଦା ପାଇଁ କାଳ ସାଜିଛନ୍ତି ଅଗ୍ନିଦେବତା l ଦୁଇଗୋଟି ସ୍ଥାନରେ ଘଟିଛି ଭୟାବହ ଅଗ୍ନିକାଣ୍ଡ l ସକାଳ ପାଖାପାଖି ସାତଟା ସମୟରେ ବାରିପଦା ସହରର ମୁଖ୍ୟବଜାର ଠାରେ ଥିବା ଏକ କେ କେ ଇଲେକ୍ଟ୍ରିକାଲ ଦୋକାନ ଜଳି ସମ୍ପୂର୍ନ ପାଉଁଶ ହୋଇଗଲା l ଦୋକାନଟି ବନ୍ଦ ଥିବା ଯୋଗୁଁ ନିଆଁ କୁ ଆଯାତ୍ତ କରିବା ସମ୍ଭବପର ହୋଇପାରିନଥିଲା l ସକାଳ ସମୟରେ ଲୋକମାନଙ୍କର ଯାତାୟତ ମଧ୍ଯ କମଥିଲା l ଦୋକାନ ଭିତରୁ ଧୂଆଁ ବାହାରୁ […]

Read More Text.
222

ସ୍ଥିତି ମୁକାବିଲା ପାଇଁ ସରକାର ପ୍ରସ୍ତୁତ, କୋଭିଡକୁ ନେଇ ଭୟଭୀତ ନ ହେବାକୁ ସ୍ୱାସ୍ଥ୍ୟ ସଚିବଙ୍କ ପରାମର୍ଶ

ଭୁବନେଶ୍ବର : ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ଵତୀ ଏସ୍ ଜନସାଧାରଣଙ୍କୁ କୋଭିଡକୁ ନେଇ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାର କୋଭିଡ୍ ଘଟଣା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ଏବଂ ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି। ସେ କହିଛନ୍ତି, ୨୦୨୦-୨୧ ମସିହାରେ କୋଭିଡ୍ ନିୟନ୍ତ୍ରଣ ପରଠାରୁ ଦେଶର ବିଭିନ୍ନ ରାଜ୍ୟରେ କାଁଭାଁ କୋଭିଡ୍ ଲକ୍ଷଣ ଥିବା ରୋଗ […]

Read More Text.

‘ଦୁର୍ଗମ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରନ୍ତୁ ସଚିବ’: ପିଏମ୍‌ ଜନମନ ଯୋଜନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ୧୪ଟି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ(ପିଏମ୍‌ ଜନମନ) କାର୍ଯ୍ୟକାରୀ ହେଉଛି। ଯୋଜନା କାର୍ଯ୍ୟକାରୀ ହେଉଥିବା ପ୍ର‌ତ୍ୟେକ ଦୁର୍ଗମ ଅଞ୍ଚଳକୁ ପରିଦର୍ଶନରେ ଯାଇ ସେଠାକାର ପରିସ୍ଥିତି ପରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପିଏମ୍‌ ଜନମନ ଯୋଜନାର ଅଗ୍ରଗତିର ସମୀକ୍ଷା କରିଛନ୍ତି। ବୈଠକରୁ ମିଳିଥିବା ସୂଚନା ଅନୁସାରେ, ପ୍ରତ୍ୟେକ ଜିଲ୍ଲାପାଳ ଓ ଜିଲ୍ଲାସ୍ତରରେ କାର୍ଯ୍ୟ କରୁଥିବା ବିଭାଗୀୟ ଅଧିକାରୀମାନେ […]

Read More Text.
8

ଲିଙ୍ଗରାଜ ଷ୍ଟେସନ ରୋଡ଼ ସମ୍ମୁଖରୁ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ବର: ଭୁବନେଶ୍ବର ଲିଙ୍ଗରାଜ ଷ୍ଟେସନ ରୋଡ଼ ସମ୍ମୁଖରୁ ଗୁରୁବାର ସକାଳେ ମୃତଦେହ ଉଦ୍ଧାର ହୋଇଛି । ଏନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତ ଯୁବକଙ୍କ ନାଁ ସନାତନ ରାଉତ। ମୃତକଙ୍କ ଘର ଭୀମଟାଙ୍ଗି ସ୍ଥିତ ଖଣ୍ଡୁଆଳ ସାହିରେ ବୋଲି ଜଣାପଡ଼ିଛି। କ୍ଷତବିକ୍ଷତ ଅବସ୍ଥାରେ ସନାତନଙ୍କ ମୃତଦେହ ପଡିରହିଥିବା ଦେଖିବାକୁ ମିଳିଥିଲା ସନାତନଙ୍କ ଭାଇ ରବୀନ୍ଦ୍ର ବେହେରା ହତ୍ୟା ଅଭିଯୋଗ ଆଣିଛନ୍ତି। କେହି ତାଙ୍କ ଭାଇଙ୍କୁ ହତ୍ୟା କରିଥିବା ସେ କହିଛନ୍ତି। ମୃତକଙ୍କ ବୟସ ୩୩ […]

Read More Text.