ଏନକାଉଣ୍ଟରରେ ଟଳିଲା ମାଓ କମାଣ୍ଡର, ମୁଣ୍ଡ ଉପରେ ଥିଲା ୫ ଲକ୍ଷ ଟଙ୍କା ପୁରସ୍କାର

ରାଉରକେଲା  : ଏନକାଉଣ୍ଟରରେ ଟଳିଲା ମାଓ କମାଣ୍ଡର । ପୋଲିସ ଗୁଳିରେ ଝାଡ଼ଖଣ୍ଡ ଲାତେହାରରେ ମାଓ କମାଣ୍ଡର ମନୀଷ ଯାଦବ ମୃତ। ଆଉ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ମାଓବାଦୀଙ୍କ ଉପରେ ଥିଲା 10 ଲକ୍ଷ ଟଙ୍କାର ପୁରସ୍କାର ରାଶି । ମୃତ ମନୀଷ ଉପରେ ମଧ୍ୟ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ସେମାନଙ୍କ ନିକଟରୁ ଦୁଇଟି ଏକ୍ସ ୯୫ ରାଇଫଲ ଜବତ କରାଯାଇଥିବା ସୂଚନା ଦେଇଛନ୍ତି ପାଲାମୁ ଡିଆଇଜି ଓ୍ବାଇ ଏସ […]

Read More Text.

ପୁଣି ମଣିପୁର ଅଶାନ୍ତ: ସୁରକ୍ଷାକର୍ମୀ-ଆନ୍ଦୋଳନକାରୀ ମଧ୍ୟରେ ଧସ୍ତାଧସ୍ତି, ୫ ଆହତ

ଇମ୍ଫାଲ: ରାଜଭବନ ଅଭିମୁଖେ ଯିବାବେଳେ ଇମ୍ଫାଲରେ ସୁରକ୍ଷାକର୍ମୀ-ଆନ୍ଦୋଳନକାରୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି। ଏହି ଧସ୍ତାଧସ୍ତିରେ ୫ଜଣ ଆନ୍ଦୋଳନକାରୀ ଆହତ ହୋଇଛନ୍ତି। ରାଜ୍ୟପାଳଙ୍କ ବିବୃତିକୁ ନେଇ ତାତିଲେ ମେତେଇ। ଆଲୋଚନା ପାଇଁ ମେତେଇ ଟିିମ ଆଜି ନୂଆଦିଲ୍ଲୀ ଯିବ ଏବଂ ଆସନ୍ତାକାଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ସହ ଆଲୋଚନା କରିବ ବୋଲି ଜଣାପଡ଼ିଛି। ରବିବାର ଦିନ ଏକ ସରକାରୀ ବସରୁ ରାଜ୍ୟର ନାମ ହଟାଇବା ବିରୋଧରେ ରାଜଭବନ ଘେରାଓ କରିବାକୁ ଯାଉଥିବା ସମୟରେ ପ୍ରଦର୍ଶନକାରୀ ଏବଂ […]

Read More Text.

ଓଲଟିଲା ସ୍ପିଡ୍‌ବୋଟ୍; ଅଳ୍ପକେ ବର୍ତ୍ତିଲେ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ଓ ଭାଉଜ

ପୁରୀ: ପୂର୍ବତନ ଭାରତୀୟ କ୍ରିକେଟ୍ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ସ୍ନେହାଶିଷ ଗାଙ୍ଗୁଲି ଏବଂ ଭାଉଜ ଅର୍ପିତା ଗାଙ୍ଗୁଲି ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ପୁରୀରେ ଗଭୀର ସମୁଦ୍ର ଜଳରେ ସ୍ପିଡ୍‌ବୋଟର ମଜା ନେଉଥିବା ବେଳେ ଏହା ହଟାତ୍ ଓଲଟି ପଡ଼ିଥିଲା। ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ଏହି ଦମ୍ପତିଙ୍କ ସମେତ ଅନେକ ପର୍ଯ୍ୟଟକ ଜଳକ୍ରୀଡା ଉପଭୋଗ କରୁଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏକ ଭିଡିଓ ଫୁଟେଜରୁ ଦେଖାଯାଉଛି ଯେ କିପରି ଡଙ୍ଗାଟି ଅଶାନ୍ତ […]

Read More Text.

ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ପ୍ରଧାନମନ୍ତ୍ରୀଙ୍କ ସହ ସମସ୍ତ କେନ୍ଦ୍ରମନ୍ତ୍ରୀ ଏବଂ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ମଧ୍ୟ ରଥଯାତ୍ରା ପାଇଁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । […]

Read More Text.

ପାକିସ୍ତାନ ହେବ ଖଣ୍ଡ ଖଣ୍ଡ!: ବେଲୁଚିସ୍ତାନ ପିଓକେ ହେବ ଅଲଗା

ଇସଲାମାବାଦ: ଅପରେସନ ସିନ୍ଦୂର କେବଳ ପାକିସ୍ତାନ ସେନାକୁ ଏକ ବଡ଼ ପରାଜୟ ଦେଇନାହିଁ, ବରଂ ପାକିସ୍ତାନକୁ ଭିତରରୁ ଭାଙ୍ଗି ଦେଇଛି। ପ୍ରକୃତରେ, ଅସୀମ ମୁନିରଙ୍କ ବିଫଳ ସେନାର ଫମ୍ପା ଶକ୍ତି ବିଶ୍ୱ ସମ୍ମୁଖରେ ପ୍ରକାଶ ପାଇଛି। ଏବେ ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ସ୍ୱାଧୀନତା ପାଇଁ ବିଦ୍ରୋହ ହେଉଛି ଏବଂ ବେଲୁଚିସ୍ତାନ ଏଥିରେ ସବୁଠାରୁ ଆଗରେ ଅଛି। ଯେଉଁଠାରେ ବାଲୁଚ୍ ସଂଗ୍ରାମୀଙ୍କ ଗର୍ଜନ ପାକିସ୍ତାନ ସେନାକୁ ଥରାଇ ଦେଉଛି। ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ସେନାମୁଖ୍ୟ ଅସୀମ ମୁନିର […]

Read More Text.

ଆପେକ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଚ୍ୟୁତ ସାମନ୍ତଙ୍କୁ ୬୬ତମ ସମ୍ମାନଜନକ ଡକ୍ଟରେଟ୍ ପ୍ରଦାନ

ଭୁବନେଶ୍ୱର : ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରାଜସ୍ଥାନ ଜୟପୁରସ୍ଥିତ ଆପେକ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି । ରାଜସ୍ଥାନ ରାଜ୍ୟପାଳ ହରିଭାଉ କିଶନରାଓ ବାଗଡେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ଆନୁଷ୍ଠାନିକ ଭାବରେ ପ୍ରଦାନ କରିଥିଲେ  ।  ଏହା ହେଉଛି ଅଚ୍ୟୁତ ସାମନ୍ତଙ୍କ ୬୬ତମ ସମ୍ମାନଜନକ ଡକ୍ଟରେଟ୍ ।  ଶିକ୍ଷା ଜରିଆରେ ସମାଜର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ […]

Read More Text.

ଦେଶରେ ହଜାରେ ଟପିଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ; ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସକାଳ ସୁଦ୍ଧା ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୯ରେ ପହଞ୍ଚିଛି ବୋଲି ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେରଳ, ତାମିଲନାଡୁ, ତେଲେଙ୍ଗାନା, ଦିଲ୍ଲୀ ଓ ମହାରାଷ୍ଟ୍ରରେ ସଂଖ୍ୟା ଅଧିକ ବୋଲି କୁହାଯାଇଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦିଲ୍ଲୀରେ ବର୍ତ୍ତମାନ ୧୦୪ ସକ୍ରିୟ କୋଭିଡ ମାମଲା ରହିଛି। ସେହିପରି ମହାରାଷ୍ଟ୍ରରେ ୨୦୯  ଏବଂ କେରଳରେ ୪୩୦ ସକ୍ରିୟ ମାମଲା […]

Read More Text.

ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା, ୨୭ ରୁ ୩୦ ଯାଏ ହୋଇପାରେ ପ୍ରବଳରୁ ଅତି ବର୍ଷା

ଭୁବନେଶ୍ୱର : ଆସୁଛି ଲଘୁଚାପ । ୨୭ ରୁ ୩୦ ଯାଏ ପ୍ରବଳରୁ ଅତି ବର୍ଷା ସମ୍ଭାବନା ।  ୨୯ ରୁ ୧ ଯାଏ ବର୍ଷା ସହ ୫୦ କିମି ପବନ ବହିବାର ସମ୍ଭାବନାକୁ ନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ପାଇଁ ସତର୍କ କରାଇଛି ପାଣିପାଗ ବିଭାଗ ।  ଆସନ୍ତାକଲି ଅର୍ଥାତ୍ ୨୭ ତାରିଖ ରେ ପଶ୍ଚିମ କେନ୍ଦ୍ରୀୟ ଓ ତାର ପାଶ୍ୱବର୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ […]

Read More Text.

ବଲାଙ୍ଗୀରରେ ସାମ୍ବାଦିକଙ୍କୁ ନିର୍ମମ ଆକ୍ରମଣ: ଦୁଇ ଅଭିଯୁକ୍ତ ଗିରଫ, ମୁଖ୍ୟ ଠିକାଦାର ଫେରାର

ବଲାଙ୍ଗୀର: ଖବର ସଂଗ୍ରହ କରୁଥିବା ବେଳେ ଜଣେ ସାମ୍ବାଦିକଙ୍କୁ ଅମାନବୀୟ ନିର୍ଯାତନାର ଶିକାର ହେବାର ଘଟଣା ବଲାଙ୍ଗୀର ଜିଲ୍ଲା ସମେତ ସାରା ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ପୁଇଁତଳା ଥାନା ଅନ୍ତର୍ଗତ କୁଲଥିପାଲି ଗାଁରେ ଏକ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିବା ସାମ୍ବାଦିକ ବିଜୟ କୁମାର ପ୍ରଧାନଙ୍କୁ ଠିକାଦାର ଓ କିଛି ଅସାମାଜିକ ବ୍ୟକ୍ତି ମିଳିତ ଭାବେ ଆକ୍ରମଣ କରିଥିଲେ। ଏହି ଘଟଣାରେ ବଲାଙ୍ଗୀର ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ […]

Read More Text.

ଦୀଘା ଜଗନ୍ନାଥ ଧାମ ନାମକରଣ ସଂସ୍କୃତି ବିରୁଦ୍ଧ : ଗଜପତି ମହାରାଜା ଦିବ୍ୟ ସିଂହ ଦେବ

ପୁରୀ : ଦୀଘା ଜଗନ୍ନାଥଧାମ ନାମକରଣ ପରମ୍ପରା ବିରୁଦ୍ଧ ।  ଶ୍ରୀମନ୍ଦିର ପରିଚାଳନା କମିଟି ଉଚ୍ଚସ୍ତରୀୟ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଜଗନ୍ନାଥ ଧାମ କହିଲେ କେବଳ ପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର, ପୁରୀକୁ ବୁଝାଏ ।  ଦୀଘା ଜଗନ୍ନାଥ ମନ୍ଦିରର ଏଭଳି ନାମକରଣକୁ ନେଇ ଆମେ ଆଶ୍ଚର୍ଯ୍ୟ । ବିଶ୍ବରେ ଅନେକ ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଛି ।  କିନ୍ତୁ ଏଭଳି ନାମକରଣ କେହି କରିନାହାନ୍ତି। କେବଳ ଶ୍ରୀକ୍ଷେତ୍ର ପୁରୀ ହେଉଛି ଜଗନ୍ନାଥ […]

Read More Text.