ପ୍ରବେଶ ଉତ୍ସବ ଓ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ଆଗରପଡ଼ା :ବନ୍ତ ବ୍ଲକ ଛୟାଳସିଂହ ପଂଚାୟତ ସରକାରୀ ସଂଯୁକ୍ତ ଉପ୍ରା ବିଦ୍ୟାଳୟ ମଙ୍ଗୁଲିରେ ଆଜି ପ୍ରବେଶ ଉତ୍ସବ ଖଡ଼ିଛୁଆଁ ଓ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦ୍ୱାରା ଶିଶୁବାଟିକା ପିଲା ମାନଙ୍କୁ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଓ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିଦ୍ୟାଳୟ ସହକାରୀ ଶିକ୍ଷକ ହୃଷିକେଶ ଦାସଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ […]

Read More Text.

ପ୍ରଦୀପ ମେମୋରିଆଲ ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ, ଭଦ୍ରକ ଡାଲଚିନ୍ ଚାମ୍ପିଅନ

ଆଗରପଡ଼ା :ବନ୍ତ ବ୍ଲକ ଅନ୍ତର୍ଗତ ଟିଲୋ ହନୁମାନ ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ଦିବାରାତ୍ର ଦିନିକିଆ ପ୍ରଦୀପ ମେମୋରିଆଲ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଇଂ ସୁଧାଂଶୁ ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଟୁର୍ନାମେଣ୍ଟକୁ ପୂର୍ବତନ ପିସିସି ସଭାପତି ନିରଜଂନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ । ଏଥିରେ ରାଜ୍ୟର ପ୍ରମୁଖ ୪ ଗୋଟି ଦଳ ଏପିସିକ୍ସର,ଯାଜପୁର,ବ୍ଲୁଡାଇମଣ୍ଡ, ବାଲେଶ୍ୱର,ଜେଭିସି ମୟୁରଭଞ୍ଜ ଓ ଡାଲଚିନି ଭଦ୍ରକ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ୍ ମୟୂରଭଞ୍ଜ ଜେବିସି ଓ ଭଦ୍ରକ ଡାଲଚିନ୍ ମଧ୍ୟରେ […]

Read More Text.

ରାଜ୍ୟସ୍ତରୀୟ ‘ପ୍ରବେଶ ଉତ୍ସବ’, ‘ଖଡିଛୁଆଁ’ ଓ ‘ଶିଶୁ ବାଟିକା’ ର ଶୁଭାରମ୍ଭ

ଭୁବନେଶ୍ବର: ହସ ହସ ମୁହଁ, ଚାରି ପାଖରେ କଅଁଳା ଶିଶୁ… କାହାକୁ ତା ହାତ ଧରି ସିଲଟରେ ବ୍ରହ୍ମା… ବିଷ୍ଣୁ… ମହେଶ୍ବର କହି ଶୂନ ବୁଲାଇ ଦେଉଛନ୍ତି ତ କାହା ମଥାରେ ଆଶୀର୍ବାଦର ହାତ ବୁଲାଇ ଆଣୁଛନ୍ତି । ପୁଣି ମଝିରେ ମଝିଲେ ପିଲାଙ୍କ ସହ ମିଶି ଫଟୋ ଉଠାଉଛନ୍ତି, ସେମାନଙ୍କୁ ବ୍ୟାଗ ଓ ଫଟୋ ଚିତ୍ର ଉପହାର ଦେଉଛନ୍ତି… ଏମିତି ଲାଗୁଛି ପିଲାଙ୍କ ଗହଣରେ ଓଡିଶାର ମୁଖ୍ୟମନ୍ତ୍ରୀ ନୁହେଁ ଶିଶୁ ମନ୍ଦିରର ସେ ଗୁରୁଜୀ ଜଣଙ୍କ […]

Read More Text.

‘କୋଶଳି ଭାଷା ହେଉ ରାଜ୍ୟ ଭାଷା’; ଦାବି କଲେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ବର: ବିଧାନସଭାରେ ଉଠିଲା କୋଶଳିକୁ ରାଜ୍ୟ ଭାଷାର ମାନ୍ୟତା ପ୍ରଦାନ ପ୍ରସଙ୍ଗ । ଗୃହରେ ଦାବି ରଖିଛନ୍ତି, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ରାଜ୍ୟ ବିଧାନସଭାରେ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁରୀ କୋଶଳିକୁ ଦ୍ବିତୀୟ ରାଜ୍ୟ ଭାଷାର ମାନ୍ୟତା ପ୍ରଦାନ କରିବା ଏବଂ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀ ଅନୁସାରେ ଏହାକୁ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଶୂନ୍ୟ କାଳରେ ଏହି ଦାବି ଉଠାଇ ପ୍ରସନ୍ନ […]

Read More Text.

ପୁନମ ଗୁପ୍ତା ଆରବିଆଇ ଡେପୁଟି ଗଭର୍ଣ୍ଣର ନିଯୁକ୍ତ

ଅର୍ଥନୀତିଜ୍ଞ ତଥା ନ୍ୟାସନାଲ କାଉନସିଲ ଅଫ ଆପ୍ଲାଏଡ ଇକୋନୋମିକ ରିସର୍ଚ୍ଚ(ଏନସିଏଇଆର)ର ମହାନିର୍ଦେଶକ ପୁନମ ପାଣ୍ଡେଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର। ସେ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ। ଗତ ଜାନୁୟାରୀରେ ଆରବିଆଇ ଡେପୁଟି ଗଭର୍ଣ୍ଣର ଥିବା ଏମ.ଡି. ପାତ୍ରଙ୍କ କାର୍ଯ୍ୟକାଳ ସରିବା ପରଠାରୁ ଉକ୍ତ ପଦବୀଟି ଖାଲି ପଡ଼ିଥିଲା। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି(ଏସିସି) ପୁନମଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛି। ତେବେ ପୁନମଙ୍କ […]

Read More Text.

ଅନାସ୍ଥା ଭୋଟରେ ଶାସନ ଗାଦି ହରାଇଲେ ବ୍ୟାସନଗର ପୌରାଧକ୍ଷା ସଂଗୀତା ପିଙ୍ଗୁଆ

ଯାଜପୁର :  ଯାଜପୁର ବ୍ୟାସନଗର ପୌରପରିଷଦରେ ଆଜି ଅପରାହ୍ନରେ ଶେଷ ହୋଇଛି ଅନାସ୍ଥା ଭୋଟ । ବିଜେଡ଼ି ବିରୋଧରେ ବିଜେଡିର ରଣହୁଙ୍କାର ବ୍ୟାସନଗର ପୌର ପରିଷଦର ଅଧ୍ୟକ୍ଷା ପଦପାଇଁ ମହାଙ୍ଗା ପଡ଼ିଲା ।  ଅନାସ୍ଥା ଭୋଟରେ ଶାସନ ଗାଦି ହରାଇ ବସିଲେ ପୌରାଧକ୍ଷା ସଂଗୀତା ପିଙ୍ଗୁଆ ।  ଆଜି ପୌର କାର୍ଯ୍ୟାଳୟର ଅଧ୍ୟକ୍ଷାଙ୍କ ବିରୋଧରେ ଆଗତ ହୋଇଥିଲା ଅନାସ୍ଥା ଭୋଟ । ମୋଟ ୨୬ ଜଣଙ୍କ ମଧ୍ୟରୁ ୨୦ ଜଣ କାଉନସିଲର ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲେ । […]

Read More Text.

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା; ପୁଣି ତଦନ୍ତ ପାଇଁ ଦାବି କଲେ ବିଧାୟକ

ଭୁବନେଶ୍ୱର: ଗଜପତି ଜିଲ୍ଲାର ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟମୟ ମୃତ୍ୟୁ ମାମଲାର ସାନି ତଦନ୍ତ ଦାବି କରିଛନ୍ତି ଓଡ଼ିଶା ବିଧାୟକ ପଦ୍ମଲୋଚନ ପଣ୍ଡା। ବିଧାନସଭାରେ ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ସିମୁଳିଆର ବିଜେପି ବିଧାୟକ କହିଛନ୍ତି ଯେ ସୌମ୍ୟରଞ୍ଜନଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଅଧିକାରୀମାନେ ପୁଣି ଥରେ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଉଚିତ। ମାମଲାରେ ତତ୍କାଳୀନ ଜଙ୍ଗଲ ମନ୍ତ୍ରୀ ଏବଂ ବିଭାଗୀୟ ବନ ଅଧିକାରୀ (ଡିଏଫଓ)ଙ୍କ ଭୂମିକା ଉପରେ ପ୍ରଶ୍ନ […]

Read More Text.

୫୬୦୦ କିଲୋମିଟର ରାଜପଥ ନିର୍ମାଣ କରିଛି ଜାତୀୟ ରାଜପଥ କର୍ତ୍ତୃପକ୍ଷ

ଜାତୀୟ ରାଜପଥ କର୍ତ୍ତୃପକ୍ଷ – ଏନ୍ଏଚ୍ଏଆଇ ୨୦୨୪-୨୫ ଆର୍ଥିକ ବର୍ଷରେ ୫ ହଜାର ୧୫୦ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ୫୬୦୦ କିଲୋମିଟରରୁ ଅଧିକ ଜାତୀୟ ରାଜପଥ ନିର୍ମାଣ କରିଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଆଜି ଏକ ବିବୃତିରେ କହିଛି ଯେ ଜାତୀୟ ରାଜପଥ ଭିତ୍ତିଭୂମିର ବିକାଶ ପାଇଁ ପୁଞ୍ଜି ବ୍ୟୟ ୨ ଲକ୍ଷ ୪୦ ହଜାର କୋଟି ଟଙ୍କାର ଲକ୍ଷ୍ୟ ଧାର୍ଯ୍ୟ ବ୍ୟୟ ତୁଳନାରେ ଅସ୍ଥାୟୀ ଭାବେ […]

Read More Text.

ଝାଡୁ ମରାକୁ ନେଇ ଛାତ୍ରଙ୍କୁ ଆକ୍ରମଣ, ଅଭିଯୋଗ ପରେ ବୈଠକ କଲେ ପ୍ରଧାନଶିକ୍ଷକ

ବାଲେଶ୍ବର: ଝାଡୁ ମରାକୁ ନେଇ ଛାତ୍ରଙ୍କୁ ଆକ୍ରମଣ । ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରଙ୍କୁ ଆକ୍ରମଣ କଲେ ଦଶମ ଶ୍ରେଣୀ ଛାତ୍ର ।  ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ଜାମୁଡିହା ପଂଚାୟତର ବଣଭୂଇଁ ଆଶ୍ରମ ସ୍କୁଲରୁ ଅଭିଯୋଗ ହୋଇଛି ।  ଅଭିଯୋଗ ଅନୁଯାୟୀ, ସ୍କୁଲର ଦଶମ ଶ୍ରେଣୀ ଛାତ୍ରମାନେ ଜୁନିଅର ମାନଙ୍କୁ ଘର ଝାଡୁ କରିବାକୁ ବାଧ୍ୟ କରିଥିଲେ । ହେଲେ ପିଲାମାନେ  ଝାଡୁ ନକରିବାରୁ ଦଶମ ଶ୍ରେଣୀ ଛାତ୍ର ସେମାନଙ୍କୁ ବାଡିରେ ଆକ୍ରମଣ କରିଥିଲେ । […]

Read More Text.

ୱାକଫ ବିଧେୟକକୁ ସ୍ବାଗତ କଲେ ଦିଲ୍ଲୀ ହଜ୍‌ କମିଟି ଅଧ୍ୟକ୍ଷା

ୱାକଫ ସଂଶୋଧନ ବିଧେୟକ ବୁଧବାର ସଂସଦରେ ଆଗତ ହୋଇଛି। ଏହା ଉପରେ ୮ ଘଣ୍ଟା ଆଲୋଚନା ହେବ। ତେବେ ବିଧେୟକକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରିଆସୁଛନ୍ତି। ଏହା ମଧ୍ୟରେ ବିଧେୟକକୁ ସ୍ବାଗତ କରିଛନ୍ତି ଦିଲ୍ଲୀ ହଜ୍‌ କମିଟି ଅଧ୍ୟକ୍ଷା କୌସର ଜାହାଁ। କୌସର କହିଛନ୍ତି, ବିଧେୟକକୁ ସେ ସ୍ବାଗତ କରିୁଛନ୍ତି। ଯେଉଁମାନେ ଦେଶର ମଙ୍ଗଳ ଚାହୁଁନାହାନ୍ତି, ସେମାନେ ହିଁ ଏହାକୁ ବିରୋଧ କରୁଛନ୍ତି। ସ୍ବଚ୍ଛତା, ଦାୟିତ୍ଵାଧୀନତା ଏବଂ ନିରପେକ୍ଷତା ଦିଗରେ ଏହା ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ସାମ୍ପ୍ରତିକ […]

Read More Text.