ବନ୍ତ ବ୍ଳକରେ ଜନ ଅଭିଯୋଗ ଶୁଣାଣି

ଆଗରପଡ଼ା: ମଙ୍ଗଳବାର ବନ୍ତ ବ୍ଳକରେ ଜିଲ୍ଲାପାଳଙ୍କ ଦ୍ୱାରା ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦିଲୀପ ରାଉତରାୟ ଉକ୍ତ ଶିବିରରେ ଯୋଗ ଦେଇ ସମୁଦାୟ ୧୦୪ଟି ଅଭିଯୋଗ ଶୁଣିଥିଲେ । ଉକ୍ତ ଶିବିରରେ ଜିଲ୍ଲାପାଳଙ୍କ ସମେତ ଭଦ୍ରକ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରା, ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ, ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ସୁଧାଂଶୁ ବଳ,ବିଡ଼ିଓ ସିତାକାନ୍ତ ରାଉତ,ତହସିଲଦାର ସାର ହେମ୍ବ୍ରମ,ବନ୍ତ ଥାନାଧିକାରିଣୀ ମୋନାଲିସା […]

Read More Text.
Untitled 1 copy

ବଡ଼ ବଡ଼ କଣ୍ଟେନରରେ ହାଇଦ୍ରାବାଦକୁ ହେଉଥିଲା ଗୋ’ ଚାଲାଣ: ୨୪୯ ଗାଈ ଉଦ୍ଧାର, ୨୨ଗିରଫ

କୋରାପୁଟ,୨୭।୫ : କୋରାପୁଟରେ ବେଆଇନ ଗୋ’ ଚାଲାଣ ବେଳେ ପୋଲିସ ପକ୍ଷରୁ ବ୍ୟାପକ ଚଢ଼ାଉ। ଏଥିରେ ୬ କଣ୍ଟେନର ସହ ୨୪୯ ଗାଈ ଉଦ୍ଧାର ହୋଇଥିବା ବେଳେ ସମ୍ପୃକ୍ତ ୨୨ ଜଣଙ୍କୁ ଗିରଫ କରାଯାଇଥିବା ଟାଉନ ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ସୂଚନାନୁଯାୟୀ, ଅବିଭକ୍ତ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରୁ ହଜାର ହଜାର ଗାଈ ମାନଙ୍କୁ ବିଭିନ୍ନ ଟ୍ୟାଙ୍କର, କଣ୍ଟେନର ଆଦିରେ ଚଲାଣ କରାଯାଉଥିବା ଅଭିଯୋଗ ହେବାପରେ ଜିଲା ଆରକ୍ଷୀ ଅଧିକ୍ଷକଙ୍କର ଏକ ସ୍ବତନ୍ତ୍ର ଦଳ ବିଭିନ୍ନ […]

Read More Text.

ରଥ ଚକ କାର୍ଯ୍ୟ ଶେଷ ପର୍ଯ୍ୟାୟରେ

ପୁରୀ: ରଥ ନିର୍ମାଣର ୨୬ତମ ଦିବସ ସୁଦ୍ଧା ତିନି ରଥର ଚକ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ସୁଦ୍ଧା ତିନି ରଥର ୩୯ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା। ବାକି ତିନିରଥର ଶେଷ ଗୋଟିଏ ଗୋଟିଏ ଚକର ତୁମ୍ବରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ପରେ ଆଜି ତିନିରଥ ମହାରଣା ସେବକମାନେ ତୁମ୍ବ ସିଙ୍ଗଡ଼ାରେ ପଇ ରଖି ମାପ ଚିହ୍ନ ଦେଇଥିଲେ। ସିଙ୍ଗଡ଼ା କଟିଂ ସହ ଅର ମୁଖ ସାଲ କରି ପଇ ସଂଯୋଗ […]

Read More Text.

ସିଆରପି ଭାବେ କାର୍ଯ୍ୟରତ ମହିଳାଙ୍କର ନଗ୍ନ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସୁନ୍ଦରଗଡ଼: ଘର ଭିତରୁ ଜଣେ ମହିଳାଙ୍କ ଅର୍ଦ୍ଧ ନଗ୍ନ ମୃତଦେହ ଉଦ୍ଧାର ହୋଇଛି। ସୁନ୍ଦରଗଡ଼ ସଦର ଥାନା ନବରଙ୍ଗପୁରସ୍ଥିତ ଏକ ଘର ଭିତରୁ ମଙ୍ଗଳବାର ଦିନ ମହିଳାଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ ସଂଯୁକ୍ତା କିଶାନ (୩୫)। ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ହେଉଛି। ସୂଚନା ଅନୁସାରେ ସୁନ୍ଦରଗଡ଼ ସଦର ଥାନା ନବରଙ୍ଗପୁର ଗାଁରେ ସଂଯୁକ୍ତା କିଶାନ ରହୁଥିଲେ। ସେ ସିଆରପି ଭାବେ କାର୍ଯ୍ୟରତ ଥିବା ବେଳେ ସ୍ବାମୀଙ୍କ ଠାରୁ […]

Read More Text.

ଭୁଲ ଅଲଟ୍ରା ସାଉଣ୍ଡ ରିପୋର୍ଟ ପାଇଁ ଶିଶୁ ମୃତ, ମା ଗୁରୁତର

ଭଦ୍ରକ: ଭୁଲ୍ ଅଲଟ୍ରା ସାଉଣ୍ଡ ରିପୋର୍ଟ ପାଇଁ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ହୋଇଥିବାର ସୂଚନା ରହିଛି। ଏନେଇ, କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ପକ୍ଷରୁ ଭଦ୍ରକ ବାଇପାସ୍ ନିକରେ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ରାସ୍ତାରୋକ କରାଯାଇଛି। ଭଦ୍ରକର ଏକ ଅଲଟ୍ରାସାଉଣ୍ଡ କେନ୍ଦ୍ରର ଭୁଲ୍ ରିପୋର୍ଟ ପାଇଁ ଜଣେ ନବଜାତ ଶିଶୁର ମୃତ୍ୟୁ ଘଟିଛି। ମହିଳା ଜଣଙ୍କ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାକୁ ନେଇ […]

Read More Text.

ଜୁନ ୩ରେ କୋଟିଆ କମିଟିର ପ୍ରଥମ ବୈଠକ

ଭୁବନେଶ୍ବର: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ସୀମାନ୍ତ କୋଟିଆ ଉପରେ ଆନ୍ଧ୍ରପ୍ରଦେଶ ନଜର ପକାଇଛି। ସ୍ଥାନୀୟ ଲୋକଙ୍କୁ ସବୁ ଯୋଜନାର ଲୋଭ ଦେଖାଇ ଆନ୍ଧ୍ର ପକାଇଛି ନଜର। ତେଣୁ କୋଟିଆକୁ ନେଇ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି। ଜୁନ ୩ ତାରିଖରେ କୋଟିଆ କମିଟିର ପ୍ରଥମ ବୈଠକ ବସିବ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ କମିଟି ଏକାଠି ବସି ଆଲୋଚନା କରିବେ। ତା ପୂର୍ବରୁ ସୁନ୍ଦରଗଡ଼ରେ ଆଜି ଚାଲିଛି ପ୍ରସ୍ତୁତି ବୈଠକ। […]

Read More Text.

ବସ୍ତିରୁ ବାର୍‌ ସବୁଠି ମାତିଛନ୍ତି ବାଂଲାଦେଶୀ

ଭୁବନେଶ୍ୱରଳ,୨୭।୬: ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗରେ ନଗର ଉନ୍ନୟନ ମନ୍ତ୍ରୀକୃଷ୍ଣଚନ୍ଦ୍ର ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦେଶର ସୁରକ୍ଷା ପାଇଁ ସରକାର ସଂକଳ୍ପବଦ୍ଧ। ଅନୁପ୍ରବେଶକାରୀ ରହୁଥିବା ସ୍ଥାନରେ ବିଭ୍ରାନ୍ତ ସୃଷ୍ଟି ହେଉଛି। ବାଂଲାଦେଶୀ ବିଶୃଙ୍ଖଳା ଓ ଦେଶ ପ୍ରତି ବିପଦ ତିଆରି କରୁଛନ୍ତି।ସର୍ଭେ ଚାଲିଛି ପଦକ୍ଷେପ ନିଶ୍ଚୟ। ପୂର୍ବରୁ ସେ କହିଥିଲେ, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଟୁଇନ୍‌ ସିଟିରେ ଅପରାଧ ବଢୁଛି। ବସ୍ତିରୁ ବାର୍‌ ସବୁଠି ମାତିଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ। ଚୋରା ନିଶା କାରବାର ସହିତ ଅପରାଧ […]

Read More Text.
11

ଦିଲ୍ଲୀରେ ରାଜନାଥଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଦିଲ୍ଲୀରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜନାଥ ସିଂଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ଏକ ପ୍ରତିମୂର୍ତ୍ତି ଉପହାର ଦେଇଛନ୍ତି। ଦେଶ ଓ ରାଜ୍ୟର ସୁରକ୍ଷା ଏବଂ ବିକାଶ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଆସନ୍ତା ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁରୀ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଏପରିକି ସମସ୍ତ କେନ୍ଦ୍ରମନ୍ତ୍ରୀ, NDA ଶାସିତ ରାଜ୍ୟ […]

Read More Text.

ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ ବିଜୟ ପୁନେମ ଓରଫ ଅଜୟ

ରାୟଗଡା : ହାର୍ଡକୋର ମାଓବାଦୀ ବିଜୟ ପୁନେମ ଓରଫ ଅଜୟ ମଙ୍ଗଳବାର ରାୟଗଡା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ବିଜୟର ଘର ଛତିଶଗଡ଼ ରାଜ୍ୟ ବାଟିଗୁଡା ଗ୍ରାମରେ ହୋଇଥିବା ବେଳେ ସେ ଦୀର୍ଘ ବର୍ଷ ହେବ ବାସଧରା-ଘୁମୂସର-ନାଗାବଳୀ ଡିଭିଜନର କ୍ୟାଡର ମାଓବାଦୀ ଭାବେ କାର୍ଯ୍ୟ କରୁଥିଲେ। ସେ ୨୦୦୯ ମସିହାରେ ନକ୍ସଲ ସଂଗଠନରେ ମିଶିଥିଲେ ଓ ପ୍ରଶିକ୍ଷଣ ପରେ ୨୦୧୪ରେ ନକ୍ସଲ ସଂଗଠନର ଏସିଏମ୍ ଦାୟିତ୍ୱ ଏବଂ ୨୦୧୪ ମସିହାରେ ବାଂଶଧରା-ଘୁମୁସର-ନାଗାବଳୀ ଡିଭିଜନର କ୍ୟାଡର ଦାୟିତ୍ୱରେ […]

Read More Text.

ଖୋର୍ଦ୍ଧା- ବଲାଙ୍ଗୀର ନିର୍ମାଣାଧିନ ରେଳ ଟନେଲ, ୪୮ ଘଣ୍ଟା ନପୂରୁଣୁ ଆଉ ଏକ ଗର୍ତ୍ତ

ହରଭଙ୍ଗା : ଖୋର୍ଦ୍ଧା- ବଲାଙ୍ଗୀର ରେଳ ପ୍ରକଳ୍ପର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡ଼େଣିଗଡ଼ସ୍ଥିତ ନିର୍ମାଣଧୀନ ୪ ନମ୍ବର ରେଳ ସୁଡଙ୍ଗର କଖାରୁ ଫାଳ ନିକଟରେ ସୋମବାର ଉପରପାର୍ଶ୍ଵରୁ ଭୁଶୁଡି ପଡି ବଡ଼ ଧରଣର ଗର୍ତ୍ତ ସୃଷ୍ଟି ହୋଇଥିଲା। ଏହାର ୪୮ ଘଣ୍ଟା ନପୂରୁଣୁ ପୁଣି ଆଉ ଏକ ସ୍ଥାନରେ ୧୦ ଫୁଟ ଲମ୍ବର ଆଉ ଏକ ଗର୍ତ୍ତ ସୃଷ୍ଟି ହୋଇଛି । ଗତ ସୋମବାର ଭୁଷୁଡିବା ସ୍ଥାନରୁ କିଛି ଦୂରତା ରେ ଏହି ଗର୍ତ୍ତ ଏବଂ […]

Read More Text.