ଆଜିଠୁ ୩ ଦିନ କାଳବୈଶାଖୀ ସମ୍ଭାବନା !, ଘଡ଼ଘଡ଼ି ଓ ବର୍ଷା ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର :  ତାତିରେ ଲାଗିବ ବ୍ରେକ୍ ।  ଆଜିଠୁ ୩ ଦିନ କାଳବୈଶାଖୀ ସମ୍ଭାବନା ।  ଆସନ୍ତା ୨୪ ଘଣ୍ଟାରେ ଘଡ଼ଘଡ଼ି ଓ ବର୍ଷା ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ୩୦ରୁ ୪୦ କିଲୋମିଟର ବେଗରେ ବହିବ ପବନ ।  ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା, ବରଗଡ଼, ବୌଦ୍ଧ,ସୋନପୁର, ବଲାଙ୍ଗିର, ନୂଆପଡ଼ାକୁ ଆଲର୍ଟ କରାଯାଇଛି । ସେହିପରି କାଲି ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ […]

Read More Text.

ବିଦ୍ୟୁତ୍ ଆଘାତରେ ୫ ବର୍ଷରେ ଗଲାଣି ୨୭ ହାତୀଙ୍କ ଜୀବନ

ଭୁବନେଶ୍ବର: ବିଦ୍ୟୁତ୍ ଆଘାତରେ ଯାଉଛି ହାତୀ ଜୀବନ । ଏହି ଚିନ୍ତାଜନକ ପ୍ରସଙ୍ଗ  ବୁଧବାର ଦିନ  ବିଧାନସଭାରେ ଉପସ୍ଥାପିତ ହୋଇଛି। ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓ ଏକ ପ୍ରଶ୍ନର ଉତ୍ତରରେ ସୂଚନା ପ୍ରଦାନ କରିଛନ୍ତି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨୭ ହାତୀ ପ୍ରାଣ ହରାଇଛନ୍ତି। ପଶ୍ଚିମ ଓଡ଼ିଶାରେ ସର୍ବାଧିକ ହାତୀଙ୍କର ମୃତ୍ୟୁ ଘଟିଛି। କେବଳ ଏହି ଅଞ୍ଚଳରେ ବିଦ୍ୟୁତ୍ ଆଘାତରେ ୧୭ ହାତୀଙ୍କ ମୃତ୍ୟୁ ହୋଇଛି। ସରକାରୀ ରିପୋର୍ଟ […]

Read More Text.

ପ୍ରେମିକକୁ ଅପହରଣ କଲା ପ୍ରେମିକା, ଅଭିଯୁକ୍ତଙ୍କ ଠାରୁ ୨ ଟି କାର ଓ ୪ଟି ମୋବାଇଲ ଜବତ

ଭୁବନେଶ୍ୱର : ପ୍ରେମିକକୁ ଅପହରଣ ଷଡ଼ଯନ୍ତ୍ର ରଚିଲା ପ୍ରେମିକା ।  ୧୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରଖି ଭଉଣୀ ଦେଉଥିଲା ଧମକ । ରାଜଧାନୀରୁ ଆସିଲା ହେଟ୍ ଲଭ ଷ୍ଟୋରି ଘଟଣା ।  ପ୍ରେମିକାର ଚରିତ୍ରକୁ ପ୍ରେମିକ ସନ୍ଦେହ କରିବାରୁ ପ୍ରେମିକା ଅପରାଧୀଙ୍କୁ ଲଗେଇ କଲା ଆପହରଣ ।  ପ୍ରେମିକା ସମେତ ୫ ଜଣ ଯୁବକଙ୍କୁ ଗିରଫ କଲା ପୋଲିସ । ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରୁ ଆସିଛି ସଙ୍ଗୀନ ଘଟଣା ।  ମାର୍ଚ୍ଚ ୩୧ ତାରିଖରେ ଖାରବେଳ […]

Read More Text.

୪ରେ ବ୍ୟାଙ୍କକ୍‌ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ବେ ଅଫ୍‌ ବେଙ୍ଗଲ ଇନିସିଏଟିଭ ଫର ମଲ୍ଟି ସେକ୍ଟୋରାଲ ଟେକ୍ନିକାଲ ଆଣ୍ଡ ଇକୋନୋମିକ କୋଅପରେସନ(ବିମଷ୍ଟେକ) ଶିଖର ସମ୍ମେଳନ ଆସନ୍ତା ୪ ତାରିଖରୁ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ଆୟୋଜିତ ହେବ। ଏହି ସମ୍ମିଳନୀ ପୂର୍ବରୁ ୨ ତାରିଖରେ ବରିଷ୍ଠ ଅଧିକାରୀଙ୍କ ବୈଠକ ଏବଂ ୩ ତାରିଖରେ ବିଦେଶ ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ସମ୍ମିଳନୀରେ ସାମିଲ ହେବା ଲାଗି ଗୁରୁବାର ବ୍ୟାଙ୍କକ ଗସ୍ତରେ ଯିବେ। ପୂର୍ବ ସମ୍ମିଳନୀ ୨୦୨୨ ମାର୍ଚ୍ଚ ୩୦ରେ କଲୋମ୍ବୋରେ […]

Read More Text.

ଘରେ ଚାଲିଥିଲା ସେକ୍ସ ରକେଟ୍; ବୃଦ୍ଧ ଦମ୍ପତିଙ୍କ ସମେତ ୩ ଗିରଫ

ରାଉରକେଲା: ରାଉରକେଲାର ଜଗଦା ଅଞ୍ଚଳର ଏକ ଘରୁ ସେକ୍ସ ରାକେଟ ଚଳାଉଥିବା ଅଭିଯୋଗରେ ଜଣେ ବୃଦ୍ଧ ଦମ୍ପତି ସମେତ ତିନି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ଜୋସ୍ନା ବିଶ୍ୱାଳ (୬୨), ତାଙ୍କ ସ୍ୱାମୀ ଉପେନ୍ଦ୍ର ବିଶ୍ୱାଳ (୭୨) ଏବଂ ଜଣେ ଗ୍ରାହକ ଉମେଶ ବିଶ୍ୱାଳ (୩୬)। ମଙ୍ଗଳବାର ସନ୍ଧ୍ୟାରେ ଇନ୍ସପେକ୍ଟର-ଇନ୍-ଚାର୍ଜ ପ୍ରଦୀପ କୁମାର ନାୟକଙ୍କ ନେତୃତ୍ୱରେ ଏକ ଛଅ ଜଣିଆ ଟିମ୍ ଗ୍ରାହକ ବେଶରେ ଯାଇଥିଲେ। ରେଡ୍ ବେଳେ ଉକ୍ତ ଘରୁ ପାଞ୍ଚ […]

Read More Text.

୫ ଲକ୍ଷ ୮୦ ହଜାର ଟଙ୍କା ଘୋଟାଲା, ସମବାୟ ସମିତି ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର : ଟଙ୍କା ହଡ଼ପ ଅଭିଯୋଗରେ ସମବାୟ ସମିତି ସମ୍ପାଦକ ଗିରଫ । ବାଲେଶ୍ବର ଦୁର୍ଗାଦେବୀ ସମବାୟ ସମିତି ସମ୍ପାଦକ ଗିରୀଶ ଚନ୍ଦ୍ର ବେହେରାଙ୍କୁ ଗିରଫ କଲା ଭିଜିଲାନ୍ସ ।  ୫ ଲକ୍ଷ ୮୦ ହଜାର ଟଙ୍କା ଘୋଟାଲା କରିଥିବା ଅଭିଯୋଗ ହୋଇଛି । ୨୦୨୧- ୨୦୨୩ ମଧ୍ୟରେ ଚାଷୀଙ୍କ କ୍ଷତିପୂରଣ ଅର୍ଥ ବାଟମାରଣା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଦୁର୍ଗାଦେବୀ କୋଅପରେଟିଭ ସୋସାଇଟିରେ ଇନଚାର୍ଜ ସମ୍ପାଦକ ଥିଲେ ଗିରିଶ । ଗିରଫ ପରେ ଭିଜିଲାନ୍ସ କୋର୍ଟକୁ […]

Read More Text.

ପୁଣି ଏକ ଟ୍ରେନ୍ ଦୁର୍ଘଟଣା: ନାନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ୍ ଲାଇନଚ୍ୟୁତ

ବିଜୟନଗରମ: ନାଗାବଳୀ ଏକ୍ସପ୍ରେସ ଲାଇନଚ୍ୟୁତ । ବିଜୟନଗରମ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହେଲା ନାନ୍ଦେଡରୁ ସମ୍ବଲପୁର ଯାଉଥିବା ନାଗାବଳୀ ଏକ୍ସପ୍ରେସ । ଟ୍ରେନର ପଛପଟେ ଥିବା ଦୁଇଟି କୋଚ୍ ଲାଇନଚ୍ୟୁତ ହୋଇଥିଲା । ଏକ୍ସପ୍ରେସଟି ବିଜୟନଗରମ୍ ଷ୍ଟେସନ ଛାଡିବା ପରେ ପରେ ହିଁ ଦୁର୍ଘଟଣାର ଶିକାର ହୋଇଥିଲା । ତେବେ ୧୧ଟା ରୁ ୧୨ ଭିତରେ ଏହି ଦୁର୍ଘଟଣା ହୋଇଥିବା ବେଳେ କୌଣସି କ୍ଷୟକ୍ଷତି ହୋଇନି କିମ୍ବା କୌଣସି ମୃତାହତ ହୋଇନି । ଲାଇନଚ୍ୟୁତ ପରେ ପରେ […]

Read More Text.

୭୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିଛନ୍ତି ସରକାର, ଏଫସିଆଇ ନେବ ୪୬ ଲକ୍ଷ

ଭୁବନେଶ୍ବର: ଚଳିତ ବର୍ଷ ୭୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିଛନ୍ତି ସରକାର । ରାଜ୍ୟରେ ଧାନ କିଣା ନେଇ ଆଜି ଗୃହରେ ଏହି ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଗତ ବର୍ଷ ଅପେକ୍ଷା ୨୬ ଲକ୍ଷ ମେଟ୍ରିକ୍ ଧାନ ଅଧିକା କିଣାହୋଇଛି । ପ୍ରତ୍ୟେକ ବର୍ଷ ୧୬ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଏଫସିଏ ନିଏ । ହେଲେ ଏଥର ଅଧିକ ୨୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ନେବାକୁ ରାଜି […]

Read More Text.

ଅଧିକ କୀଟନାଶକ ବ୍ୟବହାର ଯୋଗୁଁଁ ବଢୁଛି କ୍ୟାନସର୍‌‌: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର : ଚାଷରେ ଅଧିକ କୀଟନାଶକ ଏବଂ ସାରର ବ୍ୟବହାର କ୍ୟାନସର ରୋଗୀଙ୍କ ସଂଖ୍ୟା ବଢ଼ାଉଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବିଧାନସଭା ପ୍ରଶ୍ନୋତ୍ତର କାଳରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଅର୍ଗାନିକ୍ ବା ଜୈବିକ ଚାଷ ପାଇଁ କ’ଣ ପାଇଁ ବ୍ୟବହାର କରାଯାଉଛି ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ବଲାଙ୍ଗୀର ଓ ଅବିଭକ୍ତ ସମ୍ବଲପୁର ଜିଲାରେ କ୍ୟାନସର୍‌‌ ରୋଗୀଙ୍କ ସଂଖ୍ୟା […]

Read More Text.

ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ

ବଲାଙ୍ଗିର: ପାରିବାରିକ କଳହର କରୁଣ ପରିଣତି। ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ। ଏଠାରେ ସ୍ୱାମୀ ସାଜିଲା ସଇତାନ। ଏହି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟାକାରୀ ସ୍ୱାମୀକୁ ଅଟକ ରଖି ପଚରା ଉଚରା କରୁଛି ଦେଓଗାଁ ପୋଲିସ। ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଅନ୍ତର୍ଲା ଗାଁରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସୂଚନା ମୁତାବକ, ମଙ୍ଗଳବାର ବିଳମ୍ୱିତ ରାତିରେ ଖାଇସାରି ସ୍ତ୍ରୀ ଶୋଇବାକୁ ଯାଇଥିଲେ। ଏହି ସମୟରେ ଏକ ଟାଙ୍ଗିଆ ଆଣି […]

Read More Text.