ପାନୀୟ ଜଳ ସମସ୍ୟା କୁ ନେଇ ଭଞ୍ଜସେନା ର ବିକ୍ଷୋଭ

ବାରିପଦା  –  ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାରେ ସାଧାରଣ ଜନତାଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ “ୱାଟକୋ” ବିଭାଗ ନିୟୋଜିତ ଥିବା ସତ୍ବେ କେବଳ ତାଙ୍କର ଠିକାଦାରୀ କାର୍ଯ୍ୟରେ ବ୍ୟାପକ ଅନିୟମିତତାକୁ ଗୁରୁତ୍ୱ ପ୍ରଦାନ କରିବା ପ୍ରୀତି ଯୋଗୁଁ ସହରର ୨୮ଗୋଟି ୱାର୍ଡ ମଧ୍ୟରୁ ବହୁ ୱାର୍ଡରେ ଲୋକଙ୍କୁ ପାନୀୟ ଜଳ ପାଇଁ ସଂଘର୍ଷ କରିବାକୁ ପଡିଥାଏ  ମାତ୍ର  ବେଡି ଉପରେ କୋରଡ଼ା ମାଡ଼ ଭଳି ୱାଟକୋ ବିଭାଗର ଦାୟିତ୍ୱହୀନତା ଯୋଗୁଁ ମଧ୍ୟ ବାରିପଦା […]

Read More Text.

ଉପଖଣ୍ଡ ଚିକିତ୍ସାଳୟରେ ଅବ୍ୟବସ୍ଥା ଓ ପ୍ରସୂତି ମହିଳା ମୃତ ନନ୍ଦିନୀ ନାଏକଙ୍କ କ୍ଷୟକ୍ଷତି ପୂରଣ ଦାବିରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ତରଫରୁ ଗଣବିକ୍ଷୋଭ

ବାରିପଦା: ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବା ଅବ୍ୟବସ୍ଥା ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ତରଫରୁ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଗଣବିକ୍ଷୋଭ ଆଜି ଅନୁଷ୍ଠିତ ହୋଇଯାଇଛି । ମହାମହିମ ରାଷ୍ଟ୍ରପତିଙ୍କ ସହର ହେଉଛି ରାଇରଙ୍ଗପୁର ।ଏହା ସହରରେ ଉପଖଣ୍ଡ ଚିକିତ୍ସାଳୟରେ ଭଲ ବିଶେଷଜ୍ଞ ଡାକ୍ତରଙ୍କ ଘୋର ଅଭାବ ଦେଖାଦେଇଛି ।ଟିକେ କଥାରେ ରୋଗୀମାନଙ୍କୁ ସଦର ଜିଲ୍ଲା ଡାକ୍ତରଖାନା ଯାହାକି ୯୦ କିମି ଦୂରକୁ ରୋଗୀମାନଙ୍କୁ ସ୍ଥାନାନ୍ତରିତ କରାଯାଉଛି । ରାସ୍ତାରେ ଦୁଆର ଶୁଣି ଘାଟି ।ଦୁଆରଶୁଣିଘାଟୀରେ ଦୈନିକ ଛୋଟବଡ […]

Read More Text.

ଜୁନ ୨ ରେ ଶହୀଦ ଭାବନରେ ମଞ୍ଚସ୍ଥ ହେବ ନାଟକ “ମହାକବି କାଳିଦାସ”

ବାରିପଦା : ଆସନ୍ତା ଜୁନ ମାସ ୨ ତାରିଖ ଦିନ ସ୍ଥାନୀୟ ଶହୀଦ ସ୍ମୃତି ଭବନରେ ରାଉରକେଲାର ପ୍ରତିଷ୍ଠିତ ନାଟ୍ୟସଂସ୍ଥା ସମ୍ପର୍କ ପରିବେଷଣ କରିବେ ନାଟକ “ମହାକବି କାଳିଦାସ” I ନାଟ୍ୟକାର ହରିଶ୍ଚନ୍ଦ୍ର ବେହେରାଙ୍କ ରଚିତ ନାଟକଟିକୁ ନିର୍ଦ୍ଦେଶନା ଦେଇଛନ୍ତି ଭାସ୍କର ଚନ୍ଦ୍ର ମହାପାତ୍ର I ବିଗତ କିଛି ମାସ ଧରି ବାରିପଦାର ବିଭିନ୍ନ ନାଟ୍ୟସଂସ୍ଥା ଶହୀଦ ଭବନରେ ନାଟକ ମଞ୍ଚସ୍ଥ କରି ଦର୍ଶକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି I ସେହି ଧାରାରେ ନାଟକ ଦେଖିବା ସହ କଳାକାରଙ୍କୁ […]

Read More Text.

ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶେଷ ଲିଗ ମ୍ୟାରେ ଟିମ- ଜି ବିଜୟୀ

୨୯ ତାରିଖ ଫାଇନାରେ ଟିମ- ସି ଓ ଟିମ-ଡି ଦଳ ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱାଦଶ  ଦିନର ଖେଳରେ ମୟୁରଭଞ୍ଜ କମ୍ବାଇଣ୍ଡ ସ୍କୁଲ ଟିମ – ଜି, ଟିମ – ଡି କୁ ୧୪ ରନରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ମୟୁରଭଞ୍ଜ କମ୍ବାଇଣ୍ଡ ସ୍କୁଲ ଟିମ – ଜି […]

Read More Text.

ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ପରିବାର, କେହିବି ଶୁଣୁ ନାହାନ୍ତି ଗୁହାରି

ଆଗରପଡ଼ା :ଲୋକପ୍ରତିନିଧିମାନଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଗୋଟିଏ କଥା,ବଧିର ପରିବାରକୁ ମିଳିବ ସରକାରୀ ସାହାଯ୍ୟ ମାତ୍ର ସେହି ପ୍ରତିଶୃତି କେବଳ ପ୍ରତିଶୃତିରେ ହିଁ ରହିଯାଇଛି । ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସ୍ଥିତ ପାନପଦୀ ଗ୍ରାମରେ ଏହି ବଧିର ବ୍ରାହ୍ମଣ ପରିବାର ବସବାସ କରିଥାନ୍ତି । ପରିବାରର ସମସ୍ତେ ବଧିର ଏକଥା ବିଶ୍ୱାସ ହେଉନଥିଲେ ମଧ୍ୟ ନିରାଟ ସତ୍ୟ । ଉକ୍ତ ଗ୍ରାମରେ ବାଞ୍ଛାନିଧି ପଣ୍ଡାଙ୍କ ଘର । ସେ ତାଙ୍କ […]

Read More Text.

ବୁଲା ଗୋରୁଙ୍କ ଯୋଗୁଁ ଦୁର୍ଘଟଣା

ଆଗରପଡ଼ା :ଆଗରପଡ଼ା ଅଂଚଳରେ କ୍ରମଶଃ ବୁଲା ଗୋରୁ ଗାଈଙ୍କ ଯୋଗୁଁ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବାର ଜଣାପଡ଼ିଛି । ସ୍ଥାନୀୟ କାଣ୍ଡବା ସାଳନ୍ଦୀ ସେତୁ ଉପରେ ସଂଖ୍ୟାଧିକ ଗୋରୁ ଗାଈମାନେ ଦିନରାତି ଆଡ୍ଡା ଜମାଉଥିବାରୁ ଯାନବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହେବା ସହ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଛି । ଗୋରୁ ଗାଈମାନେ ରାସ୍ତା ଅବରୋଧ କରି ଠିଆ ହେଉଥିବାରୁ ବାଇକ୍ ଧକ୍କା ହୋଇ ଆରୋହୀମାନେ କ୍ଷତ ବିକ୍ଷତ ହେବା ସହ ୪ ଚକିଆ ଯାନ ଧକ୍କାରେ […]

Read More Text.

ବ୍ଳକ ସ୍ତରୀୟ ଷ୍ଟାଡ଼ିୟମ ନିର୍ମାଣ ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଆଗରପଡ଼ା :ଗତ ମଙ୍ଗଳବାର ବନ୍ତ ବ୍ଲକରେ ଜିଲ୍ଲାପାଳଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା ଜନ ଅଭିଯୋଗ ଶୁଣାଣିରେ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଓ ଟିଲୋ ପଂଚାୟତର ପୂର୍ବତନ ସରପଂଚ ସମୁହ ଟିଲୋ ନେହ୍ନୁଆଁ ପଡ଼ିଆ ଠାରେ ବ୍ଲକ୍ ସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ଦେଇଥିବା ଜଣାପଡ଼ିଛି । ଟିଲୋ ଗ୍ରାମ ପଂଚାୟତଟି ତେରଗୋଟି ସାହିକୁ ନେଇ ଗଠିତ । ଏଠାକାର ଲୋକସଂଖ୍ୟା ୨୦ ହଜାରରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ସ୍ଥାନୀୟ ଜନସାଧାରଣ ତଥା ଯୁବ […]

Read More Text.

ଆଗରପଡ଼ା-ବରପଦା ପୂର୍ତ୍ତବିଭାଗ ର ସ୍ଥାୟୀ ରାସ୍ତା ନିର୍ମାଣ ପରିବର୍ତ୍ତେ ଆରମ୍ଭ ହେଲା ତାଳିପକା କାମ

ଆଗରପଡ଼ା :ଆଗରପଡ଼ା-ବନ୍ତ ଓ ଆଗରପଡ଼ା-ବରପଦା ରାସ୍ତା ନିର୍ମାଣ କାର୍ଯ୍ୟ ଅନୁମୋଦିତ ହୋଇଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟରେ ବିଳମ୍ବ ପ୍ରସଙ୍ଗକୁ ନେଇ ଗତ ମାର୍ଚ୍ଚ ମାସରେ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ ବିଧାନସଭାରେ ପ୍ରଶ୍ନ ଉଠାଇବା ସହ ଏହାର କାର୍ଯ୍ୟକ୍ଷମକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଚାହିଁଥିଲେ । ଉକ୍ତ ପ୍ରସଙ୍ଗକୁ ଇତି ମଧ୍ୟରେ ୨ମାସ ବିତିବାକୁ ବସିଥିବା ବେଳେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଉକ୍ତ ରାସ୍ତା ଦିନକୁ ଦିନ ବିଗିଡ଼ିବା ସହ […]

Read More Text.

ଆସନ୍ତା ୩୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର : ଆସନ୍ତା ୩୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ କେନ୍ଦୁଝର, ଯାଜପୁର, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୂଚନାଯୋଗ୍ୟ ବୁଧବାର ଓଡିଶା ଛୁଇଁଛି […]

Read More Text.

ପୋଲ ଉପରେ ୪ ଫୁଟର ପାଣି, ବୌଦ୍ଧ-ବଲାଙ୍ଗୀର ଯୋଗାଯୋଗ ବିଚ୍ଛିନ୍ନ

ବୌଦ୍ଧ ଜିଲ୍ଲାରେ ଏକ ପୋଲ ଉପରେ ୪ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିବାରୁ ବୌଦ୍ଧ ଏବଂ ବଲାଙ୍ଗୀର ଜିଲ୍ଲା ମଧ୍ୟରେ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଖବର ଅନୁସାରେ, ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ାକୁ ରେକଡୋଲ ଦେଇ ବଲାଙ୍ଗୀର ଜିଲ୍ଲା ସହିତ ସଂଯୋଗ କରୁଥିବା ମାଣ୍ଡିଆ ଜୋରରେ ସମଲେଶ୍ୱରୀ ସେତୁ ଉପରେ ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ପ୍ରଭାବିତ ହୋଇଛି । ସୂଚନାନୁସାରେ, ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଘଣ୍ଟାପଡା ଠାରୁ […]

Read More Text.