ମେୟର ସୁଲୋଚନା ଦାସଙ୍କ ବିରୋଧରେ ଥାନାରେ ଏତଲା

ବାଂଲାଦେଶୀ ପ୍ରବାସୀମାନଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ବିରୋଧରେ ଆଜି ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟମାନେ ମହିଳା ଥାନାରେ ଏତଲା ଦାୟର କରିଛନ୍ତି। ଭୁବନେଶ୍ୱର ମେୟର ସୁଲୋଚନା ଦାସ ପୂର୍ବରୁ ବାଂଲାଦେଶୀ ପ୍ରବାସୀଙ୍କୁ ସମର୍ଥନ କଲା ଭଳି ମନ୍ତବ୍ୟ ଦେଇଥିଲେ। ସେବେଠାରି ବିଜେପି ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଉଥିଲା।

Read More Text.

ଦୁଇଥର ଅସ୍ତ୍ରବିରତି ପାଇଁ ଭାରତ ସହ ସମ୍ପର୍କ କରିଥିଲା ପାକିସ୍ତାନ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୂର ଜରିଆରେ ଆତଙ୍କବାଦୀଙ୍କ ଉପରେ ଶକ୍ତିଶାଳୀ ଆକ୍ରମଣ କରି ପ୍ରତିଶୋଧ ନେଇଥିଲା। ଏହି ଆକ୍ରମଣ ପରେ ପାକିସ୍ତାନ କ୍ରମାଗତ ଭାବେ ଅସ୍ତ୍ରବିରତି ଉଲ୍ଲଘଂନ କରି ଚାଲିଥିଲା। ଏହାର ବି କଡ଼ା ଜବାବ ଦେଇଥିଲା ଭାରତ। ଏହାପରେ ଭାରତ-ପାକିସ୍ତାନ ମଧ୍ୟରେ ଅନିର୍ଦ୍ଦିଷ୍ଟକାଳ ଯାଏ ଅସ୍ତ୍ରବିରତି ଜାରି ରହିବା ନେଇ ସେନା ପକ୍ଷରୁ ସୂଚନା ଦିଆଯାଇଥିଲା। ସମ୍ପ୍ରତି ଅସ୍ତ୍ରବିରତିକୁ ନେଇ ଏକ ନୂଆ ସୂଚନା ସାମ୍ନାକୁ ଆସିଛି। ବିଶେଷ ସୂତ୍ରରୁ […]

Read More Text.

ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର :  ଓଡ଼ିଶା ଛୁଇଁଲା ମୌସୁମୀ । ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଛି ମୌସୁମୀ ବାୟୁ । ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହୋଇଛି । ଏପଟେ ରାଜ୍ୟରେ ଲାଗି ରହିଛି ଲଘୁଚାପ ବର୍ଷା । ୩୧ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ମଧ୍ୟ ବହିବ […]

Read More Text.

ମଣିପୁରରେ ପୁଣି ବୀରେନ ସିଂ ସରକାର ସମ୍ଭାବନା !

ଇମ୍ପାଲ : ମଣିପୁର ରାଜନୀତିରେ ପୁଣି ଥରେ ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି । ବିଜେପି ବିଧାୟକମାନଙ୍କ ଏକ ୧୦ ଜଣିଆ ପ୍ରତିନିଧି ଦଳ ଆଜି ମଣିପୁରର ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। ଏନ. ବୀରେନ ସିଂଙ୍କ ଅନୁଗତ ବିଧାୟକ ରାଧେଶ୍ୟାମ ଏହି ବୈଠକ ପରେ ଘୋଷଣା କରିଛନ୍ତି ଯେ ତାଙ୍କ ପାଖରେ ୪୪ ଜଣ ବିଧାୟକଙ୍କ ସମର୍ଥନ ଅଛି, ଯେଉଁମାନେ ଏକ ଲୋକପ୍ରିୟ ଏବଂ ସ୍ଥିର ସରକାର […]

Read More Text.

ବଢିଲା ମନ୍ତ୍ରୀ ଓ ଅଧିକାରୀଙ୍କ ଗାଡ଼ି ଖର୍ଚ୍ଚ, ପୂର୍ବ ନିର୍ଦ୍ଧାରିତ ଖର୍ଚ୍ଚ ସୀମାରେ ସଂଶୋଧନ

ଭୁବନେଶ୍ୱର : ବଢିଲା ମନ୍ତ୍ରୀ ଓ ଅଧିକାରୀଙ୍କ ଗାଡ଼ି ଖର୍ଚ୍ଚ । ପୂର୍ବ ନିର୍ଦ୍ଧାରିତ ଖର୍ଚ୍ଚ ସୀମାରେ ସଂଶୋଧନ କରି ମାସିକ ଗାଡ଼ି ଖର୍ଚ୍ଚ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ବୃଦ୍ଧି ପରେ ମନ୍ତ୍ରୀଙ୍କ ଗାଡ଼ି ଖର୍ଚ୍ଚ ୫୦,୪୦୦ ଟଙ୍କା ହୋଇଛି । ସେହିପରି ଜିଲାପାଳ, ଏସ୍‌ପିଙ୍କ ଗାଡ଼ି ଖର୍ଚ୍ଚ ୪୪, ୪୦୦ ଟଙ୍କାକୁ ବୃଦ୍ଧି ପାଇଛି । ବ୍ଲକ, ତହସିଲ, ଫିଲ୍ଡ ଅଫିସ୍ ଗାଡ଼ି ଖର୍ଚ୍ଚ ୩୭ ହଜାର ୨୦୦କୁ ବୃଦ୍ଧି ହୋଇଛି । ପ୍ରମୁଖ […]

Read More Text.

ଅନଲାଇନ୍ ବେଟିଂ ଜରିଆରେ ୧ କୋଟିରୁ ଅଧିକ ଠକେଇ, ୨ ଗିରଫ

ଭୁବନେଶ୍ୱର: ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ଏକ ଅନଲାଇନ୍ ବେଟିଂ ରାକେଟର ପର୍ଦ୍ଦାଫାସ କରିଛି। ଏଥିରେ ଦୁଇଜଣ ବ୍ୟକ୍ତି ଯାଜପୁରର ଜଣେ ବାସିନ୍ଦାଙ୍କ ଠାରୁ ୧.୦୮ କୋଟି ଟଙ୍କା ଠକି ନେଇଥିଲେ। ଗିରଫ ୨ ବ୍ୟକ୍ତି ହେଲେ ପଶ୍ଚିମବଙ୍ଗର କଣ୍ଟାଇର ରାୟପୁର ପଶିମ୍ବର୍ହରର ରୋହନ ଓରଫ ଏସକେ ୱାସିଉଲ୍ ଇସଲାମ (୨୯) ଏବଂ ଭୁବନେଶ୍ୱରର ୟୁନିଟ୍-୩ର ଜ୍ୟୋତି ପ୍ରକାଶ ପଲ୍ଲାଇ (୩୬)। ଇସଲାମ କ୍ରୀଡା ସାମଗ୍ରୀ ଏବଂ କାଜୁ ବ୍ୟବସାୟ କରୁଥିବା ବେଳେ ଜ୍ୟୋତି ପ୍ରକାଶ ନିର୍ମାଣ କାର୍ଯ୍ୟରେ […]

Read More Text.

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୬୯ ଟଙ୍କା କୁ ବୃଦ୍ଧି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ଚାଷୀମାନଙ୍କ ଲାଭ ସରକାର ଅନେକ ଫସଲର ଏମଏସପି ବୃଦ୍ଧି କରିଛନ୍ତି । ୨୦୨୫-୨୬ ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) କୁ ୬୯ ଟଙ୍କା ବୃଦ୍ଧି କରି ୨,୩୬୯ ଟଙ୍କା କରିବାକୁ ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ସରକାର ୨ ଲକ୍ଷ ୭ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ଏହା ଛଡ଼ା […]

Read More Text.

ପୁଞ୍ଜିଲାଲ ଲେଖିଥିବା ଚିଠି ଦେଖାଇଲା ବାଟ : ଅରୁଣ ବୋଥ୍ରା

ପାଟଣାଗଡ଼ : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ପୁଞ୍ଜିଲାଲଙ୍କୁ ଗିରଫ କରିଥିଲେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ।  ୨୦୧୮ ଫେବ୍ରୁଆରୀ ୨୩ ତାରିଖରେ ବୋମା ବିସ୍ଫୋରଣ ହୋଇଥିଲା ।  ଅନେକ ଦିନ ଯାଏଁ ଘଟଣାରେ କେହି ଗିରଫ ହୋଇ ନଥିଲେ।  ସେତେବେଳର କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କୁ ଦିଆଯାଇଥିଲା ତଦନ୍ତ ଭାର। ତତ୍କାଳୀନ ଡିଜିପି ଆର ପି ଶର୍ମା ତଦନ୍ତ ଭାର ଦେଇଥିଲେ। ୨୦୧୮ ଏପ୍ରିଲ ୨୪ ତାରିଖରେ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଧରିଥିଲା […]

Read More Text.

ରାଜ୍ୟରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣରେ ଅଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣରେ ଅଛି। ଏନେଇ ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। କୋଭିଡ୍‌ର ଅସ୍ୱାଭାବିକ ସ୍ଥିତି ନାହିଁ, ବ୍ୟସ୍ତ ହେବାର କାରଣ ନାହିଁ। କୋଭିଡ୍‌ ରିପୋର୍ଟ ଆସିଲେ RTPCR କରିବୁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। ତେବେ ଆଜି ରାଜ୍ୟରେ ୫ ନୂଆ ମାମଲା ଚିହ୍ନଟ ହେବା ପରେ ରାଜ୍ୟବାସୀ ଭୟରେ ଅଛନ୍ତି। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ କୋଭିଡ୍‌ର ଅସ୍ୱାଭାବିକ ସ୍ଥିତି ନାହିଁ। ଦରକାର ହେଲେ […]

Read More Text.

ମହିଳା ଡାକ୍ତରଙ୍କ ସମେତ ୭ଜଣ କରୋନା ପଜିଟିଭ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସମ୍ପ୍ରତି ମିଳିଥିବା ସୂଚନା ଅନୁଯାୟୀ ବିହାରରେ ୭ଜଣ ଲୋକ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛି। ଏମାନଙ୍କ ମଧ୍ୟରେ ଏମ୍ସର ମହିଳା ଡାକ୍ତର ବି ସାମିଲ ଅଛନ୍ତି। ସଂକ୍ରମିତ ହୋଇଥିବା ସମସ୍ତ ରୋଗୀଙ୍କୁ ଆଇସୋଲେସନରେ ରଖାଯାଇଛି। ଚିହ୍ନଟ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ ଖୋଜା ଚାଲିଛି। ଭାରତରେ ଗତ ସପ୍ତାହକ ମଧ୍ୟରେ କୋଭିଡ-୧୯ର ୭୫୨ଟି ନୂଆ ମାମଲା ସାମ୍ନାକୁ ଆସିଛି। ନୂଆ […]

Read More Text.