ୱାକଫ ବିଧେୟକକୁ ନେଇ ଜେଡିୟୁରେ ଫାଟ, ଦଳ ଛାଡ଼ିଲେ ଆଉ ୩ ନେତା

ୱାକଫ(ସଂଶୋଧନ) ବିଧେୟକକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଜେଡିୟୁ ମଧ୍ୟରେ ଫାଟ ଦେଖିବାକୁ ମିଳିଛି। ସଂସଦରେ ଜେଡିୟୁ ବିଧେୟକକୁ ସମର୍ଥନ କରିବା ପରେ ଦଳ ଭିତରେ ରହିଥିବା ମୁସଲମାନ ବିଧାୟକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଦୁଇ ଦିନ ମଧ୍ୟରେ ୫ ଜଣ ନେତା ଦଳରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ୩ ଜଣ ନେତା ଦଳ ଛାଡ଼ିଛନ୍ତି। ଏହି ନେତାମାନେ ହେଲେ ନଦୀମ ଅଖତାର, ରାଜୁ ନାୟାର ଏବଂ ତବରେଜ ସିଦ୍ଦିକି ଆଲିଗ ଦଳ ଛାଡ଼ିଛନ୍ତି। […]

Read More Text.

ଠିକାଦାରଙ୍କ ବିଲ୍ ଟଙ୍କା ନଦେବା ପଡ଼ିଲା ମହଙ୍ଗା, ୩ଟି ଅଫିସର ଆସବାବପତ୍ର ଜବତ ନିର୍ଦ୍ଦେଶ

ସମ୍ବଲପୁର : ଠିକାଦାରଙ୍କ ବିଲ୍ ଟଙ୍କା ନଦେବା ପଡ଼ିଲା ମହଙ୍ଗା । ୩ଟି ଅଫିସର ଆସବାବ ପତ୍ର ଜବତ ନେଇ କୋର୍ଟଙ୍କ ନିର୍ଦ୍ଦେଶ । ବୁର୍ଲାସ୍ଥିତ ଉପର ମହାନଦୀ ବେସିନର ବେସିନ ମ୍ଯାନେଜର ତଥା ମୁଖ୍ଯଯନ୍ତ୍ରୀଙ୍କ କାର୍ଯ୍ଯାଳୟ, ହୀରାକୁଦ ଡ୍ଯାମ ସର୍କଲର ସୁପରିଟେଣ୍ଡ ଇଂଜିନିୟରଙ୍କ କାର୍ଯ୍ଯାଳୟ, ସମ୍ବଲପୁର ଇରିଗେସନ ଡିଭିଜନର ଏକଜିକ୍ୟୁଟିଭ୍ ଇଂଜିନିୟରଙ୍କ ଅଫିସର ଆସବାବପତ୍ର ସିଲ୍ ନେଇ ନିର୍ଦ୍ଦେଶ । ସିନିୟର ସିଭିଲ ଜଜ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ଯାଳୟର ସମ୍ପତ୍ତି ଆଟାଚ୍ କରାଯିବ l ସୂଚନା ଅନୁସାରେ […]

Read More Text.

ମେଘନାଦ ପାଚେରୀରେ ମଗରମୁଣ୍ଡ ଭାଙ୍ଗିବା ଘଟଣାରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ପୁରୀ: ଶ୍ରୀମନ୍ଦିର ମେଘନାଦ ପାଚେରିରେ ଥିବା ଏକ ମଗରମୁଣ୍ଡକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି । ଶ୍ରୀମନ୍ଦିର ଦକ୍ଷିଣପାର୍ଶ୍ବ ମେଘନାଦ ପାଚେରୀରେ ନାଳ କାର୍ଯ୍ୟ ଶ୍ରୀମନ୍ଦିର ୱାର୍କସ୍‌ ଡିପାର୍ଟମେଣ୍ଟ କରୁଥିବା ବେଳେ ମଗରମୁଣ୍ଡ ଭାଙ୍ଗିଯାଇଥିବା ଜଣାପଡ଼ିଛି । ଯାହାକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଖାଲି ସେତିକି ନୁହଁ ଏଏସଆଇର ବିନା ଅନୁମତିରେ ଐତିହ୍ୟ କୀର୍ତ୍ତିରାଜି ଭଙ୍ଗାଜିବାରୁ ଏହି ଘଟଣାରେ ଏଏସଆଇ ମଧ୍ୟ କ୍ଷୋଭ ପ୍ରକାଶ କରିଛି । ଶ୍ରୀମନ୍ଦିର […]

Read More Text.

‘ଓ୍ବାକଫ ବିଲକୁ ଜବରଦସ୍ତି ଗୃହୀତ କରାଯାଇଛି !’, ସୋନିଆଙ୍କ ମନ୍ତବ୍ୟକୁ ନେଇ ବିବାଦ

ନୂଆଦିଲ୍ଲୀ : ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶୁକ୍ରବାର କଂଗ୍ରେସ ସଂସଦୀୟ ଦଳ ମୁଖ୍ୟ ସୋନିଆ ଗାନ୍ଧୀଙ୍କ ନାମ ନ ନେଇ କହିଛନ୍ତି ଯେ ୱାକଫ୍ (ସଂଶୋଧନ) ବିଲ୍ ଉପରେ ତାଙ୍କର ମନ୍ତବ୍ୟ ଦୁର୍ଭାଗ୍ୟଜନକ ଏବଂ ସଂସଦୀୟ ଶୈଳୀର ଅନୁରୂପ ନୁହେଁ। ରାଜ୍ୟସଭା ସଦସ୍ୟା ସୋନିଆ ଗାନ୍ଧୀ ଅଭିଯୋଗ କରିଥିଲେ ଯେ ୱାକଫ (ସଂଶୋଧନ) ବିଲ୍, ୨୦୨୫ ବଳପୂର୍ବକ ଗୃହୀତ କରାଯାଇଥିଲା। ଏହି ବିଲ୍ ସମ୍ବିଧାନ ଉପରେ ଏକ ସ୍ପଷ୍ଟ ଆକ୍ରମଣ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ […]

Read More Text.

ରାଜଧାନୀରେ ଡବଲ୍ ଏନକାଉଣ୍ଟର, ପୋଲିସ ଗୁଳିରେ ୨ କୁଖ୍ୟାତ ଅପରାଧୀ ଆହତ

ଭୁବନେଶ୍ୱର : ଫ୍ଲାୱାର ସମଝେ କ୍ୟା । ପୋଲିସ କମିଶନରଙ୍କ ମୁହଁରେ ପୁଷ୍ପା ଫିଲ୍ମର ଡାଇଲଗ । ଦୁଇ ଦୁଇ ଲୁଟେରାଙ୍କୁ ଏନକାଉଣ୍ଟର ପରେ ପୋଲିସ କମିଶନରଙ୍କ ଚେତାବନୀ । ଏନାକାଉଣ୍ଟର ମାଧ୍ୟମରେ ଲୁଟେରାଙ୍କୁ କଡା ଜବାବ। ଏବେ ନସୁଧୁରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର । ଭୁବନେଶ୍ବର ବରଗଡ଼ ଥାନା ଅଞ୍ଚଳରେ ଡବଲ ଏନକାଉଣ୍ଟର । ୨ ବିହାରୀ ଲୁଟେରାଙ୍କୁ ଗୁଳି କରିଛି ପୋଲିସ । ସେମାନଙ୍କୁ ପ୍ରଥମେ କ୍ୟାପିଟାଲ ଓ ପରେ […]

Read More Text.

ଶେଷ ହେଲା ବଜେଟ୍ ଅଧିବେଶନ: ଲୋକସଭା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ରାଜ୍ୟସଭା

ନୂଆଦିଲ୍ଲୀ: ସଂସଦ ଉଭୟ ଗୃହରେ ଶେଷ ହେଲା ବଜେଟ୍ ଅଧିବେଶନ । ଲୋକସଭା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ରାଜ୍ୟସଭା । ୩୧ ଜାନୁୟାରୀରେ ଆରମ୍ଭ ହୋଇଥିଲା ସଂସଦର ବଜେଟ ଅଧିବେଶନ । ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର । ତେବେ ବଜେଟ ଅଧିବେଶନ ଚର୍ଚ୍ଚାରେ ସଦସ୍ୟମାନେ ଭାଗ ନେଇ ଆଲୋଚନା କରିଥିଲେ । ଏଥିରେ […]

Read More Text.

ବଢ଼ିଲା ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ଅବଧି

ଭୁବନେଶ୍ୱର : ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୩୦ ଯାଏଁ ଏହି ଅବଧିକୁ ବଢ଼ାଇଛନ୍ତି ସରକାର । ଏହି ସମୟ ମଧ୍ୟରେ ବରିଷ୍ଠ ଅଧିକାରୀମାନେ ନିର୍ଦ୍ଧାରିତ ଜିଲ୍ଲାକୁ ଅତି କମରେ ୨ ଦିନ ପାଇଁ ଗସ୍ତ କରିବେ। ସେଠାରେ ଗୋଟିଏ ରାତି ବିତାଇବେ। ଜିଲ୍ଲା ଗସ୍ତ ବେଳେ ସଚିବମାନେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଅନ୍ତ୍ୟୋଦୟ ଗୃହ ଯୋଜନା, ପାନୀୟ ଜଳ ଯୋଗାଣ, ସେତୁବନ୍ଧ ଯୋଜନା, ପଞ୍ଚସଖା […]

Read More Text.

 ବାମନଘାଟୀ ଛଉ ନୃତ୍ୟ ପ୍ରତିଷ୍ଠାନ ଆନୁକୁଲ୍ୟରେ ୪୨ ତମ ଛଉ ନୃତ୍ୟ ପ୍ରତିଯୋଗିତା ଓ ବାର୍ଷିକ ଉତ୍ସବ ଶୁଭ ଉଦଘାଟିତ 

ବାରିପଦା: ପ୍ରତିବର୍ଷ ପରି ଚୈତ୍ର ପର୍ବ ଉପଲକ୍ଷେ ରାଇରଙ୍ଗପୁର ବସଷ୍ଟାଣ୍ଡ ନିକଟ ବାମନଘାଟୀ ଛଉ ନୃତ୍ୟ ଭବନରେ ଏପ୍ରିଲ  ୨,୩,୪ ତାରିଖ ୩ ଦିନ ଧରି  ବାମନଘାଟୀ ଉପଖଣ୍ଡ ସ୍ତରୀୟ ୪୨ ତମ ଛଉ ନୃତ୍ୟ ପ୍ରତିଯୋଗିତା ଓ ବାର୍ଷିକ ଶୁଭାରମ୍ଭ ବୁଧବାର ଦିନ ସଂନ୍ଧ୍ୟାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂନ୍ଧ୍ୟାରେ ପୂଜକଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇଥିଲା । ବାମନଘାଟୀ ଛଉ ନୃତ୍ୟ ପ୍ରତିଷ୍ଠାନ, ରାଇରଙ୍ଗପୁର ର ସଂପାଦକ ଦୁଷ୍ମନ୍ତ ବସା, ଦ୍ବାରିକାନାଥ ମହାନ୍ତ,ରାଜ କାପୁର […]

Read More Text.

କୁଚେଇପାଳ ବାକ୍ରାସାହି ପଡାଗ୍ରାମ ରେ ୧୫ ପରିବାର ପିଇବା ପାଣି ପାଇଁ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ 

ବାରିପଦା: ଚଇତ୍ର ମାସ ଆରମ୍ଭରୁ ଗରମରେ ଲୋକେ ଆଉଟୁ ପାଉଟୁ । ଗଡିଆ ପୋଖରୀ ସୁଖି ଗଲାଣି ।ଗଛଲତା ମରିବାକୁ ବସିଲାଣି ।ପାଣି ପାଇଁ ଚାରିଆଡେ ହା ହା କାର ।ପାହାଡିଆ ଦୁର୍ଗମ ଅଂଚଳରେ ପିଇବା ପାଣି ସମସ୍ୟା ନ କହିଲେ ଚଳେ । ସରକାର ବିମଣ୍ଡିତ ପିଟୁଛନ୍ତି ହର ଘର ଜଲ୍ । କିନ୍ତୁ ଅସାଧୁ ଠିକାଦାର ବିଭାଗୀୟ ଯନ୍ତ୍ରୀ ଓ ସ୍ଥାନୀୟ ଜନପ୍ରତିନିଧି ଯୋଗୁଁ ଲୋକେ ପାଣି ଟୋପେ ପାଇବା ପାଇଁ ଡହଳ ବିକଳ ।କିଏ […]

Read More Text.

ମିଶନ ଶକ୍ତି ପୁନର୍ଗଠନ ପ୍ରକ୍ରିୟା ବୃଦ୍ଧି ଦାବିରେ ବିଡ଼ିଓଙ୍କୁ ଦାବିପତ୍ର 

ବାରିପଦା: ମିଶନ ଶକ୍ତି ଅଧୀନ ସ୍ବୟଂ ସହାୟକ ଗୋଷ୍ଠୀ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ସଂଘର ପୁନର୍ଗଠନ ପ୍ରକ୍ରିୟା ନିର୍ଦ୍ଦେଶନାମାକୁ ସ୍ଥଗିତ ରଖିବା, ସମୟସୀମାକୁ ୩ ବର୍ଷ ବୃଦ୍ଧି ଦାବି କରିବା ନେଇ ଓଡ଼ିଶା ଜୀବିକା ମିଶନ ଆସି ସଂଘ ମୟୂରଭଞ୍ଜର କର୍ମକର୍ତ୍ତା  ଓ ସଦସ୍ଯାଵୃନ୍ଦ  ଶ୍ରୀମତୀ ଲୀଳାବତୀ ମହାନ୍ତଙ୍କ  ନେତୃତ୍ୱରେ  ବିଡ଼ିଓ ଶ୍ରୀମତୀ ନାରାୟଣୀ ପ୍ରୀୟଦର୍ଶନୀ ପଣ୍ଡାଙ୍କୁ   ତାଙ୍କ  କାର୍ଯ୍ୟାଳୟରେ ସାକ୍ଷାତ କରି ବୁଧବାର ଦିନ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ […]

Read More Text.