ଭୁବନେଶ୍ବରରେ ମଧ୍ୟବିତ୍ତ ବର୍ଗଙ୍କୁ ସୁଲଭ ଦରରେ ଘର ଯୋଗାଇବେ ସରକାର

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସରକାର ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଭୁବନେଶ୍ୱରରେ ସୁଲଭ ଘର ଯୋଗାଇବାକୁ ଯୋଜନା କରିଛନ୍ତି, ଯେଉଁଠାରେ ୧୫ ଲକ୍ଷରୁ ୫୦ ଲକ୍ଷ ମୂଲ୍ୟ ମଧ୍ୟରେ ବାସସ୍ଥାନ ବିକଳ୍ପ ଉପଲବ୍ଧ। ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅନୁଯାୟୀ, ଆଗାମୀ ଯୋଜନା ଏମଆଇଜି, ଏଲଆଇଜି, ଏଲଆଇଜି-୧, ଏବଂ ଏମଆଇଜି-୨ ସମେତ ବିଭିନ୍ନ ବର୍ଗର ନାଗରିକଙ୍କ ନିଜ ଘରର ସ୍ବପ୍ନକୁ ପୂରଣ କରିବ। ରାଜଧାନୀ ଜନଗହଳିପୂର୍ଣ୍ଣ ହେବାରେ ଲାଗିଛି। ଲୋକମାନେ ଘର ପାଇଲେ […]

Read More Text.

ଶ୍ରୀମନ୍ଦିରରେ ବାନ୍ତି କଲେ ଭକ୍ତ: ସାଧାରଣ ଦର୍ଶନ ୧ଘଣ୍ଟା ଯାଏଁ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି ପୁଣି ଅଘଟଣ ଘଟିଛି। ମଧ୍ୟାହ୍ନ ଧୂପ ଶେଷ ପରେ ଭିତର କାଠ ନିକଟରୁ ଦର୍ଶନ ଜାରି ଥିବା ବେଳେ ଭଣ୍ଡାର ଘର ନିକଟରେ ଜନୈକ ଭକ୍ତ ବାନ୍ତି କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଉଛି। ଏହି କାର୍ଯ୍ୟ ପାଇଁ ସାଧାରଣ ଦର୍ଶନ ପ୍ରଭାବିତ ହୋଇଛି। ସାଧାରଣ ଦର୍ଶନକୁ ଏକ ଘଣ୍ଟା ଯାଏଁ ସ୍ଥଗିତ ରଖାଯାଇଛି। ସୂଚନା ଅନୁସାରେ ଆଜି ମହାପ୍ରଭୁଙ୍କ ଦର୍ଶନ ଜାରି ଥିବା ବେଳେ ସନ୍ଧ୍ୟାରେ […]

Read More Text.

୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଗଲେ ‘ଇଡି’ର ଉପନିର୍ଦ୍ଦେଶକ

ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଜଣେ ବରିଷ୍ଠ ଅଧିକାରୀ ଗୁରୁବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଫାସରେ ପଡ଼ିଛନ୍ତି। ଭୁବନେଶ୍ବରସ୍ଥିତ କାର୍ଯ୍ୟଳୟରେ କାର୍ଯ୍ୟରତ ‘ଇଡି’ର ଉପନିର୍ଦ୍ଦେଶକ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଅଭିଯୁକ୍ତ ଅଧିକାରୀ ହେଲେ ଚିନ୍ତନ ରଘୁବଂଶୀ। ସୂଚନା ଅନୁସାରେ ଖଣିଜନିତ ଏକ ମାମଲାର ରଫାଦଫା କରିବା ପାଇଁ ୨୦୧୩ର ଭାରତୀୟ ରାଜସ୍ବ ସେବା (ଆଇଆରଏସ୍‌) ଅଧିକାରୀ ତଥା ଇଡିର ଉପନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ ୫୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ […]

Read More Text.

ମିଡ୍‌ନାଇଟ୍‌ କଥା ଏବେ ବି ଭୁଲିନି, ମୋତେ ଫସାଇଥିଲେ ଏବେ ଭୋଗୁଛନ୍ତି, କାହାକୁ ଇଙ୍ଗିତ କରି କହିଲେ ପ୍ରଭାତ

ଭୁବନେଶ୍ୱର,୨୯ା୫: ୧୨ ବର୍ଷ ତଳର ମିଡ୍‌ନାଇଟ୍‌ ଅପରେଶନ କଥାକୁ ମନେ ପକାଇଛନ୍ତି ବିଜେଡି ନେତା ପ୍ରଭାତ ବିଶ୍ବାଳ। ମେ’ ୨୯କୁ ଜୀବନରେ କେବେ ଭୁଲି ପାରିବିନି ବୋଲି କହିଛନ୍ତି ପ୍ରଭାତ। ସେ ଆହୁରି ମଧ୍ୟ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। କହିଛନ୍ତି, ସେତେବେଳର ଦୁଇ ଜଣ ମନ୍ତ୍ରୀ ମୋତେ ଫସାଇ ଦେଇଥିଲେ। ସେହି ଦୁଇ ନେତାଙ୍କ ପାଇଁ ମୋ’ କ୍ୟାରିୟର ପ୍ରଭାବିତ ହୋଇଛି। ଏବେ ପାଣ୍ଡିଆନ ଯେପରି ଦଳ କଥା ବୁଝୁଥିଲେ, ସେତେବେଳେ ପ୍ୟାରୀ ବୁଝୁଥିଲେ। ଆକ୍ରୋଶ […]

Read More Text.

କନ୍ନଡ଼ ଭାଷାକୁ ସମାଲୋଚନା; ଅଡୁଆରେ କମଲ ହାସନ

ଚେନ୍ନଇ: କନ୍ନଡ ଭାଷାକୁ ନେଇ ପ୍ରତିକୂଳ ମନ୍ତବ୍ୟ ଦେଇଥିବାରୁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ତଥା ଏମଏନ୍‌ଏମ (ମକ୍କାଲ ନିଧି ମୈୟାମ୍‌) ଦଳର ମୁଖ୍ୟ କମଲ ହାସନ ବିବାଦୀୟ ହୋଇପଡିଛନ୍ତି। ଚେନ୍ନଇରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ କମଲ କହିଥିଲେ ଯେ ତାମିଲ ଭାଷାରୁ ହିଁ କନ୍ନଡ ଭାଷାର ଉତ୍ପତ୍ତି ଘଟିଛି। ଏହି କାର୍ଯ୍ୟକ୍ରମରେ କନ୍ନଡ ଅଭିନେତା ଶିବରାଜ କୁମାର ମଧ୍ୟ ଉପସ୍ଥିତ ଥିଲେ। କମଲ ହାସନଙ୍କ ଏଭଳି ମନ୍ତବ୍ୟକୁ ନେଇ କର୍ଣ୍ଣାଟକରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ […]

Read More Text.

ଟ୍ରମ୍ପଙ୍କ ହାତ ଛାଡ଼ିଲେ ମସ୍କ; ନିଜ ପଦରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ : ଟ୍ରମ୍ପ-ମସ୍କ ସମ୍ପର୍କରେ ଫାଟ। ଡୋନାଲ୍ଡ ଟ୍ରମ୍ପ ପ୍ରଶାସନରୁ ଅଲଗା ହେବାର ଘୋଷଣା କରିଛନ୍ତି ଏଲନ୍ ମସ୍କ। ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି ମସ୍କ। ‘ଏକ୍ସ’ ଯୋଗେ ଏନେଇ ସୂଚନା ଦେଇଛନ୍ତି ନିଜେ ଏଲନ ମସ୍କ। ସେ କହିଛନ୍ତି, ‘‘ଆମେରିକା ସରକାରରେ ଜଣେ ବିଶେଷ କର୍ମଚାରୀ ଭାବେ ମୋର ନିର୍ଦ୍ଧାରିତ ସମୟ ଶେଷ ହୋଇଛି । ଅଯଥା ଖର୍ଚ୍ଚ କମାଇବାକୁ ସୁଯୋଗ ଦେଇଥିବାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି। […]

Read More Text.

ପାଟଣା ବିମାନବନ୍ଦରର ନୂଆ ସମନ୍ଵିତ ଟର୍ମିନାଲ କୋଠାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପାଟନା : ସିକିମର ବିକାଶ ଯାତ୍ରା ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ପାଇଁ ପ୍ରଗତିର ଏକ ଆଦର୍ଶରେ ପରିଣତ ହୋଇଛି ଏବଂ ସଂସ୍କୃତି ଓ ଐତିହ୍ୟର ପ୍ରତୀକ ଭାବେ ଉଭା ହୋଇଛି। ଅଟଳ ସେତୁ ସହିତ ସିକିମ ଏବଂ ଦାର୍ଜିଲିଂ ମଧ୍ୟରେ ସଂଯୋଗରେ ମଧ୍ୟ ଯଥେଷ୍ଟ ଉନ୍ନତି ଘଟିଛି। ସିକିମ ସମେତ ସମଗ୍ର ଉତ୍ତର-ପୂର୍ବାଞ୍ଚଳ ନୂତନ ଭାରତର ବିକାଶ ଇତିହାସରେ ଏକ ଉଜ୍ଜଳ ଅଧ୍ୟାୟ ପାଲଟି ଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସିକ୍କିମ ଗସ୍ତ ପରେ ପ୍ରଧାନମନ୍ତ୍ରୀ […]

Read More Text.

ଚୁକ୍ତି ସ୍ୱାକ୍ଷରରେ ସୀମିତ, ସିଷ୍ଟମ ସମୟରେ ମିଳୁନାହିଁ – ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୯ା୫: ଭାରତର ବାୟୁସେନା ମୁଖ୍ୟ ମାର୍ଶାଲ ଅମର ପ୍ରୀତ ସିଂହ ପ୍ରମୁଖ ପ୍ରତିରକ୍ଷା କ୍ରୟ ପ୍ରକଳ୍ପରେ ବିଳମ୍ବ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ବାୟୁସେନା ମୁଖ୍ୟ କହିଛନ୍ତି, “ଅନେକ ଥର, ଆମେ ଚୁକ୍ତି ସ୍ୱାକ୍ଷର କରିବା ସମୟରେ ଜାଣୁ ଯେ ସେହି ସିଷ୍ଟମ କେବେ ଆସିବ ନାହିଁ। ସମୟସୀମା ଏକ ବଡ଼ ସମସ୍ୟା। ମୁଁ ଭାବିପାରୁଥିବା ଗୋଟିଏ ବି ପ୍ରକଳ୍ପ ସମୟସୀମାରେ ସମାପ୍ତ ହୋଇ ନାହିଁ। ଆମେ କାହିଁକି ଏପରି ପ୍ରତିଶ୍ରୁତି ଦେବା […]

Read More Text.

‘ମଦ୍ୟପାନ ପରେ ଜଣେ ବ୍ୟକ୍ତି ପଶୁ ପାଲଟିଯାଏ’, ୭ ବର୍ଷର ଝିଅକୁ ବଳାତ୍କାର ମାମଲାରେ ପିତାଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୫: ଗୁରୁବାର ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ମଦ୍ୟପାନ ପରେ ଜଣେ ବ୍ୟକ୍ତି ପଶୁ ହୋଇଯାଏ। ସୁପ୍ରିମକୋର୍ଟ ଜଣେ ହୃଦରୋଗ ବିଶେଷଜ୍ଞଙ୍କ ଆବେଦନ ଉପରେ ବିଚାର କରିବାକୁ ମନା କରିଦେଇଛନ୍ତି, ଯେଉଁଥିରେ ସେ ତାଙ୍କ ସାତ ବର୍ଷର ଝିଅକୁ ଯୌନ ନିର୍ଯାତନା ଦେବା ପାଇଁ ଦଣ୍ଡ ସ୍ଥଗିତ ରଖିବାକୁ ଦାବି କରିଥିଲେ। ବିଚାରପତି ବିଭି ନାଗରଥନା ଏବଂ ବିଚାରପତି ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ କହିଛନ୍ତି ଯେ ଡାକ୍ତରଙ୍କୁ ନିମ୍ନ ଅଦାଲତ ଦୋଷୀ […]

Read More Text.

ଅସହ୍ୟ ହେଲା ପାଠପଢ଼ା ଚାପ, ଜୀବନ ହାରିଲେ ଛାତ୍ରୀ

ବେଙ୍ଗାଲୁରୁ : ପାଠପଢ଼ାର ଚାପ ସହି ନ ପାରି ଜୀବନ ହାରିଛନ୍ତି ଜଣେ ୧୯ ବର୍ଷୀୟ ଛାତ୍ରୀ। ମାତ୍ର ୩ ଦିନ ତଳେ ଛାତ୍ରୀ ଜଣଙ୍କ ନିଜର ୧୯ତମ ଜନ୍ମ ଦିନ ପାଳିଥିଲେ। ହେଲେ ବୁଧବାର ଅପରାହ୍ନରେ ସେ ନିଜ ରୁମରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। କର୍ଣ୍ଣାଟକାର କୋଡାଗୁ ଜିଲ୍ଲାରେ ଥିବା ଗୋଟିଏ ଇଞ୍ଜିନିୟରିଂ କଲେଜର ପ୍ରଥମ ବର୍ଷର ଛାତ୍ରୀ ଥିଲେ ୧୯ ବର୍ଷୀୟ ତେଜସ୍ୱିନୀ। ସେ ପୋନ୍ନାମପେଟରେ ଥିବା ହାଲ୍ଲିଗାଟ୍ଟୁ କଲେଜ ଅଫ […]

Read More Text.