ଅପରେସନ ସିନ୍ଦୂର ଶେଷ ହୋଇନାହିଁ ; ସେନା ଆତଙ୍କବାଦୀ ବିରୋଧରେ ଲଢ଼େଇକୁ ତିନିଟି ସୂତ୍ରରେ ବାଣ୍ଟିଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର କାନପୁରଗସ୍ତରେ ଅଛନ୍ତି। ଶୁକ୍ରବାର ମୋଦୀ ସେଠାରେ ୪୭,୬୦୦କୋଟିର ୧୭ଟି ପରିଯୋଜନାର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏଥିରେ ରେଳବ୍ରିଜ, ଅଗ୍ନିଶମ କେନ୍ଦ୍ର ଓ ଟ୍ରିଟମେଣ୍ଟ ପ୍ଲାଣ୍ଟ ଭଳି ପରିଯୋଜନା ଅନ୍ତର୍ଭୁକ୍ତ ରହିଛି। ମୋଦୀ ନିଜ ଭାଷଣରେ ଜନତାଙ୍କୁ ସମ୍ଭୋଧିତ କରି କହିଛନ୍ତି, ‘ଏହି ବିକାଶର କାର୍ଯ୍ୟକ୍ରମ ଏପ୍ରିଲ ୨୪ ତାରିଖରେ ହେବାକୁ ଥିଲା। କିନ୍ତୁ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ମୁଁ କାନୁରଗସ୍ତକୁ ବାତିଲ କରିଥିଲି। କାନପୁରର ପୁଅ […]

Read More Text.

ଉଦ୍ଧାର ହେଲା ୪ ଟନ ବିସ୍ଫୋରକ ସାମଗ୍ରୀ, ସୁରକ୍ଷା ବାହିନୀ-ମାଓବାଦୀଙ୍କ ଗୁଳିବିନିମୟ ଜାରି

ବଣାଇ : ଉଦ୍ଧାର ହୋଇଛି ଲୁଟ ହୋଇଥିବା ୪ ଟନ ବିସ୍ଫୋରକ ସାମଗ୍ରୀ । ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥରଖଣିକୁ ପହଞ୍ଚିବା ପୂର୍ବରୁ ଗତ ୨୭ ତାରିଖ ଦିନ ଲୁଟ୍‌ ହୋଇଥିଲା ବିପୁଳ ପରିମାଣ ବିସ୍ଫୋରକ ସାମଗ୍ରୀ । ଆଜି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରୁ ଉଦ୍ଧାର ହୋଇଛି ଏହି ଲୁଟ ସାମଗ୍ରୀ । ସୁରକ୍ଷା ବାହିନୀର ଯବାନମାନେ ଏହାକୁ ସିଂହଭୂମ ଜିଲ୍ଲା ତିରିଲପୋଷି ଠାରେ ଜବତ କରିଥିବା ଜଣାପଡ଼ିଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ […]

Read More Text.

ସିକ୍କିମରେ ସଡ଼କ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଗଭୀର ଦୁଃଖ ପ୍ରକାଶ, ପଠାଇଲେ ସ୍ବତନ୍ତ୍ର ଟିମ୍

ଭୁବନେଶ୍ୱର: ଉତ୍ତର ସିକ୍କିମର ମନ୍‌ଗାଁ ଜିଲ୍ଲାରେ ଘଟିଥିବା ସଡ଼କ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅବଗତ ହୋଇଛନ୍ତି। ଶ୍ରୀ ମାଝୀ ସିକ୍କିମର ମୁଖ୍ୟମନ୍ତ୍ରୀ ପ୍ରେମ୍‌ ସିଂହ ତମାଙ୍ଗଙ୍କ ସହିତ କଥା ହୋଇଛନ୍ତି। ନିଖୋଜ ଓଡ଼ିଆ ଲୋକଙ୍କର ସ୍ଥିତି କ’ଣ ରହିଛି ଓ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବାକୁ ନିବେଦନ କରିଛନ୍ତି। ଏଥି ସହିତ ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ପଠାଇଛନ୍ତି। ଏହି ଦୁର୍ଘଟଣାର ସମ୍ମୁଖୀନ […]

Read More Text.

୨୦୨୪-୨୫ରେ ଧୀମା ହେଲା ଅର୍ଥନୈତିକ ଅଭିବୃଦ୍ଧି

ନୂଆଦିଲ୍ଲୀ: ମାର୍ଚ୍ଚ ୩୧, ୨୦୨୫ରେ ସମାପ୍ତ ୨୦୨୪-୨୫ ଆର୍ଥକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତକୁ ଧୀମା ହୋଇଯାଇଛି । ଯାହାକି ୨୦୨୩-୨୪ ଆର୍ଥିକ ବର୍ଷରେ ରେକର୍ଡ ୯.୨ ପ୍ରତିଶତ ଥିଲା । ଗତ ୪ଟି ଆର୍ଥିକ ବର୍ଷରେ ଏହାକୁ ସବୁଠାରୁ ଧୀମା ଜିଡିପି ଅଭିବୃଦ୍ଧି ହାର । ତେବେ ଏହି ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସରେ ଜିଡିପିରେ ଆଶାଜନକ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ୪ର୍ଥ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ୭.୪ ପ୍ରତିଶତ […]

Read More Text.

ଯାତ୍ରା ମାଲିକଙ୍କ ନାଁରେ ପୁଣି ସଂଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ, ଅଭିଯୋଗକୁ ଖଣ୍ଡନ କଲେ ଯାତ୍ରା ମାଲିକ

ଭୁବନେଶ୍ୱର/ ଯାଜପୁର : ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁଙ୍କ ନାଁରେ ପୁଣି ସଂଗୀନ ଅଭିଯୋଗ । ତୁଳସୀ ଗଣନାଥ୍ୟର ପୂର୍ବତନ ଅଭିନେତ୍ରୀ ପୂଜା ଆଣିଛନ୍ତି ସାଂଘାତିକ ଅଭିଯୋଗ । ନାଣ୍ଡୁ ବାବୁ ଓରଫ ଅନନ୍ତ ନାରାୟଣ ଧଳଙ୍କ ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ । ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ରାଜି ନହେବାରୁ ଆଖଡ଼ାରୁ ବାହାର କରିଥିଲେ ନାଣ୍ଡୁବାବୁ । ଦୁଇ ଦିନର ରିହରସାଲ ପରେ ତୃତୀୟ ଦିନ ଖେଳ ଆରମ୍ଭ ହୋଇଥିଲା ବୋଲି କାନ୍ଦିକାନ୍ଦି […]

Read More Text.

ଭିଜିଲାନ୍ସ ଜାଲରେ ଆରଡି ବିଭାଗର ମୁଖ୍ୟଯନ୍ତ୍ରୀ: ୨କୋଟିରୁ ଅଧିକ ଟଙ୍କା ଜବତ

କାଲି ନେଇଥାନ୍ତେ ଅବସର। ତା’ର୍ପୂବରୁ ଭିଜିଲାନ୍ସ ଜାଲରେ ପଡ଼ିଗଲେ କୋଟିପତି RW ଡିଭିଜନ୍ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ ।ବାବୁଙ୍କ ଟଙ୍କା ଦେଖି ଭିଜିଲାନ୍ସ ଅଧିକାରୀଙ୍କର ଉଡ଼ିଗଲା ହୋସ। ଜଳକା ହୋଇ ରହିଗଲେ ଭିଜିଲାନ୍ସ ଅଧିକାରୀ। ବାବୁଙ୍କ ଘରେ ଟଙ୍କା ଗଣି ଗଣି ହୋଇଗଲେ ହାଲିଆ। ଶେଷରେ ଟଙ୍କା ଗଣିବା ପାଇଁ ଆସିଲା ଟଙ୍କା ଗଣା ମେସିନ। ବାବୁଙ୍କ ଏତେ ଟଙ୍କା ଯେ ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି ୫ ଶହ ଟଙ୍କିଆ ନୋଟ୍ ବିଡାକୁ ଝରକା […]

Read More Text.

ଭାରତ, ରୁଷ ଓ ଚୀନ ଏକାଠି ହେବାର ସମୟ ଆସିଛି : ଲାଭରୋଭ୍

ମସ୍କୋ : ରୁଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ୍ ଏକ ବଡ଼ ବୟାନ ଦେଇ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ରୁଷ, ଭାରତ ଓ ଚୀନ (ଆରଆଇସି)ର ଶକ୍ତିକୁ ସକ୍ରିୟ କରିବା ସମୟ ଆସିଯାଇଛି । ଆମେରିକାରେ କ୍ଷମତାକୁ ଆସିବା ପରେ ଟ୍ରମ୍ପଙ୍କ ବେପରୁଆ ନିଷ୍ପତ୍ତି ବିଶ୍ୱ ସ୍ତରରେ ଅଶାନ୍ତି ସୃଷ୍ଟି କରିଥିବା ବେଳେ ଏବଂ ଏପରି ସମୟରେ ବିଶ୍ୱର ସମସ୍ତ ସମସ୍ୟାଗ୍ରସ୍ତ ଦେଶ ସେମାନଙ୍କର ନୂତନ ବିଶ୍ୱ ନେତାଙ୍କୁ ଖୋଜୁଛନ୍ତି। […]

Read More Text.

ଭଡା ଘରୁ ମିଳିଲା ଯୁବତୀଙ୍କ ମୃତଦେହ, ଘରୋଇ ହସ୍ପିଟାଲରେ ନର୍ସ ଭାବେ କରୁଥିଲେ କାମ

କଟକ : କଟକ ଯୋବ୍ରା ସ୍ଥିତ ଏକ ଭଡା ଘରୁ ମିଳିଲା ଯୁବତୀଙ୍କ ମୃତଦେହ । ଯୁବତୀଙ୍କ ବୟସ ୨୫ ବର୍ଷ । ତାଙ୍କ ଘର ବାଲେଶ୍ଵରରେ ବୋଲି ଜଣାପଡିଛି । ସେ କଟକର ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ । ଆଜି ସକାଳେ ବାଥରୁମକୁ ଯାଇଥିଲେ । ବାଥରୁମ ଭିତରେ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲେ ବୋଲି ଭଡାରେ ରହୁଥିବା ଅନ୍ୟ ସାଥିମାନେ କହିଛନ୍ତି । ଘଟଣା ସ୍ଥଳରେ ମାଲଗୋଦାମ ଥାନା […]

Read More Text.

ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ଵର: କାମାକ୍ଷାନଗରର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ହୋଇଥିଲେ ପ୍ରସନ୍ନ। ସେ ଥିଲେ ରାଜ୍ୟର ପ୍ରଥମ ବିଜେପି ବିଧାୟକ। ୧୯୭୭ରେ ପ୍ରଥମ କରି ଜନତା ପାର୍ଟିରୁ ନିର୍ବାଚିତ ହୋଇଥିଲେ ପ୍ରସନ୍ନ ପଟ୍ଟନାୟକ। ତାଙ୍କ ଦେହାନ୍ତରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ମାତ୍ର ୨୮ ବର୍ଷ […]

Read More Text.

ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲା : ୩ ଦୋଷୀଙ୍କୁ ଆଜୀବନ ଜେଲ୍

କୋଟଦ୍ୱାର: ପ୍ରାୟ ଦୁଇ ବର୍ଷ ପରେ ଦେଶର ଏକ ସବୁଠାରୁ ଚର୍ଚ୍ଚିତ ହତ୍ୟାକାଣ୍ଡ- ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାରେ ଆଜି କୋର୍ଟଙ୍କ ରାୟ ଆସିଛି। କୋଟଦ୍ୱାରର ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ୍ ମାମଲାର ଶୁଣାଣି କରି ଆଜି ଅର୍ଥାତ୍ ୩୦ ମଇରେ ରାୟ ଶୁଣାଇଛନ୍ତି। କୋର୍ଟ ଏହି ମାମଲାରେ ତିନି ଅଭିଯୁକ୍ତ ପୁଲକିତ ଆର୍ଯ୍ୟ, ସୌରଭ ଭାସ୍କର ଏବଂ ଅଙ୍କିତ ଗୁପ୍ତାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହା ବ୍ୟତୀତ, କୋର୍ଟ ସମସ୍ତ ତିନି ଦୋଷୀଙ୍କୁ ଆଜୀବନ […]

Read More Text.