ରାଜଧାନୀ ୟୁନିଟ୍ ୪ ମାର୍କେଟରେ ସ୍ପେଶାଲ କ୍ରାଇମ ୟୁନିଟର ଚଢ଼ାଉ, ବିପୁଳ ଗଞ୍ଜେଇ ଜବତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୟୁନିଟ୍‌-୪ ମାର୍କେଟ ଅଞ୍ଚଳରେ ଓଡ଼ିଶା ପୁଲିସ ଏବଂ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଦ୍ୱାରା ମିଳିତ ଚଢ଼ାଉ କରାଯାଇ ଏକ ବଡ଼ ଧରଣର ଗଞ୍ଜେଇ ବ୍ୟବସାୟ ରାକେଟର ପର୍ଦାଫାଶ କରାଯାଇଛି। ଏହି ଚଢ଼ାଉରେ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି, ଯାହାକୁ ଗୁଣ୍ଡ କରି ସିଗାରେଟରେ ପୁରାଇ ଅବୈଧ ଭାବେ ବିକ୍ରି କରାଯାଉଥିବା ଜଣାପଡ଼ିଛି। ଶୁକ୍ରବାର ଏହି ଅଞ୍ଚଳର ବିଭିନ୍ନ ଦୋକାନ ଏବଂ ସନ୍ଦିଗ୍ଧ ସ୍ଥାନଗୁଡ଼ିକରେ ପୋଲିସ ଓ ଏସଟିଏଫର ଏକ ମିଳିତ […]

Read More Text.

ଲାହୋରରେ ଦେଖାଦେଲା ପହଲଗାଓଁ ଆକ୍ରମଣର ଷଡ଼ଯନ୍ତ୍ରକାରୀ

ସାମ୍ନାକୁ ଆସିଛି ପହଲଗାଓଁ ଆକ୍ରମଣର ଷଡ଼ଯନ୍ତ୍ରକାରୀ ସଇଫୁଲ୍ଲା କସୁରୀ। ଲାହୋରରେ ଏକ ଶୋଭାଯାତ୍ରାରେ କସୁରୀ ଯୋଗଦେଇଥିବାବେଳେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ, ସୁରକ୍ଷାକର୍ମୀ, ଲଶ୍କର ଆତଙ୍କୀ ସଂଗଠନର କମାଣ୍ଡର ତା’କୁ ଘେରି ରହିଥିଲେ। ପହଲଗାଓଁ ଆକ୍ରମଣର ଅଭିଯୁକ୍ତ ହେବା ପରେ ସେମାନେ ବହୁତ ପ୍ରସିଦ୍ଧ ହୋଇଯାଇଛନ୍ତି ବୋଲି କସୁରୀ କହିଥିଲା। ପହଲଗାଓଁ ଆକ୍ରମଣ ପାଇଁ କସୁରୀ ଷଡ଼ଯନ୍ତ୍ରକାରୀ ନୁହେଁ ବୋଲି କହିଥିଲା। କିନ୍ତୁ ଲାହୋର ରାଲିରେ ଏଭଳି ମନ୍ତବ୍ୟ ଦେବା ପରେ ତା’ର ସମ୍ପୃକ୍ତି ସ୍ପଷ୍ଟ ହୋଇଛି। […]

Read More Text.

୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଇଡିର ଉପନିର୍ଦ୍ଦେଶକ

ଭୁବନେଶ୍ବର: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ହାତରେ ଗତକାଲି ଗିରଫ ହୋଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଭୁବନେଶ୍ବର ଶାଖାର ଅତିରିକ୍ତ ନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ ଆଜି ଗିରଫ ହୋଇଛନ୍ତି। ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ୨୦୧୩ ବ୍ୟାଚ୍‌ର ଭାରତୀୟ ରାଜସ୍ବ ସେବା (ଆଇଆରଏସ୍) ଅଧିକାରୀ ଚିନ୍ତନ ରଘୁବଂଶୀଙ୍କୁ ପ୍ରାୟ ୧୨ ଘଣ୍ଟାର ପଚରାଉଚୁରା ପରେ ସିବିଆଇ ଗିରଫ କରିଥିବା ଜଣାପଡ଼ିଛି। ଏହା ପରେ ରଘୁବଂଶୀଙ୍କୁ ଭୁବନେଶ୍ବରସ୍ଥିତ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ପରବର୍ତ୍ତୀ […]

Read More Text.

ଏଣିକି ଗୋଟିଏ ସିଟିଂରେ ହେବ ନିଟ୍‌-ପିଜି ପରୀକ୍ଷା -ସୁପ୍ରିମ ନିଷ୍ପତ୍ତି

ନୂଆଦିଲ୍ଲୀ : ଏଣିକି ଗୋଟିଏ ସିଟିଂରେ ହେବ ନିଟ୍‌-ପିଜି ପରୀକ୍ଷା । ନିଟ୍‌-ପିଜି ପରୀକ୍ଷାକୁ ନେଇ ଶୁକ୍ରବାର ସର୍ବୋଚ୍ଚନ୍ୟାୟାଳୟ ଏହି ବଡ ନିଷ୍ପତ୍ତି ନେଇଛନ୍ତି। ମାମଲାର ଶୁଣାଣି କରି ଏନବିଟିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨ଟି ସିଟିଂରେ ପରୀକ୍ଷା କରିବାକୁ ଏନବିଟିର ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି । ୨ଟି ସିଟିଂରେ ପରୀକ୍ଷାକୁ ଭୁଲ୍‌ ଦର୍ଶାଇଛନ୍ତି ସୁପ୍ରିମକୋର୍ଟ । ଛାତ୍ରଛାତ୍ରୀଙ୍କୁ ସମାନ ପରିବେଶର ସୁଯୋଗ ମିଳିବା ଉଚିତ୍‌ ବୋଲି କହିଛନ୍ତି । ପୂର୍ବ ନିର୍ଦ୍ଧାରିତ ଜୁନ୍‌ ୧୫ […]

Read More Text.

ପୁରୀରେ ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ମିଳନୀ ୨୦୨୫ ଅନୁଷ୍ଠିତ

ପୁରୀ:ରାଜ୍ୟ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗ କେନ୍ଦ୍ର ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ସହଯୋଗରେ ଆଜି ପୁରୀରେ ୨ଦିନିଆ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ମିଳନୀ ୨୦୨୫ର ଉଦଘାଟନ ସମାରୋହ ଅନୁଷ୍ଠିତ କରିଛି । ଏହି ଦୁଇଦିନିଆ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ସଂସ୍କାରକୁ ଆଗକୁ ବଢାଇବା ଏବଂ ପରିବାର-ଭିତ୍ତିକ ଯତ୍ନର ଏକ ମୂଳ ସ୍ତମ୍ଭ ଭାବରେ ପୋଷ୍ୟ ସନ୍ତାନ ଗ୍ରହଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନୀତି ନିର୍ଦ୍ଧାରକ, ଆଇନ ବିଶେଷଜ୍ଞ, […]

Read More Text.

ଅଡ଼ୁଆରେ ଅରଶଦ ଓ୍ବାରସି, ଠକେଇ ଅଭିଯୋଗରେ ସେବିର ବଡ଼ କାର୍ଯ୍ୟାନୁଷ୍ଠାନ

ମୁମ୍ବଇ: ଏକ ଗମ୍ଭୀର ଆର୍ଥିକ ଠକେଇ ମାମଲାରେ ଫସିଛନ୍ତି ବଲିଉଡ଼ ଅଭିନେତା ଅରଶଦ ଓ୍ବାରସି। ଷ୍ଟକ୍ ବଜାରରେ ହେରଫେର ଅଭିଯୋଗରେ ଅରଶଦ ଓ୍ବାରସି, ତାଙ୍କ ପତ୍ନୀ ମାରିଆ ଗୋରେଟ୍ଟୀ ଏବଂ ଅନ୍ୟ ୫୭ ଜଣଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ(ସେବି)। ଏ ସମସ୍ତଙ୍କୁ ଶେୟାର ବଜାରରେ ଟ୍ରେଡିଂ କରିବାରୁ ନିଷେଧ କରାଯାଇଛି। ଏଥିସହ ବଡ଼ ଧରଣର ଜରିମାନା ଲଗାଇବା ସହ ଅବୈଧ ରୋଜଗାର ଅର୍ଥ ଫେରାଇବାକୁ ନିର୍ଦ୍ଦେଶ […]

Read More Text.

ନବ ଦାସ ହତ୍ୟା ମାମଲା: ଝାରସୁଗୁଡ଼ାରେ ପୁଣି କ୍ରାଇମବ୍ରାଞ୍ଚ ଟିମ୍‌ର ଖୋଳତାଡ଼

ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପୁନଃ ତଦନ୍ତ ଆରମ୍ଭ ହୋଇଛି। ଆଜି ଝାରସୁଗୁଡ଼ାରେ ପହଞ୍ଚି କ୍ରାଇମବ୍ରାଞ୍ଚ ଟିମ୍ ଖୋଳତାଡ଼ ଆରମ୍ଭ କରିଛି । ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ପଚରାଉଚରା ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚ ରାଜପୁର ପଞ୍ଚାୟତ ସରପଞ୍ଚ ସରସ୍ଵତୀ ନାୟକଙ୍କ ସ୍ବାମୀ ଗଣେଶ ବାଗ ଓ ଗୋପାଳଙ୍କ ମୋବାଇଲରୁ ଶେଷ କଲ୍ ଯାଇଥିବା ରାଜପୁରର ପ୍ରବୀଣ ଦେଓଙ୍କ ବୟାନ ରେକର୍ଡ […]

Read More Text.

ଅପରେସନ ସିନ୍ଦୂରରେ ପୁଞ୍ଚରେ ପ୍ରାଣ ହରାଇଥିବା ପରିବାରକୁ ନିଯୁକ୍ତି ପତ୍ର ବାଣ୍ଟିଲେ ଅମିତ ଶାହ

ଜମ୍ମୁ-କାଶ୍ମୀର ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପୁଞ୍ଚରେ ପହଞ୍ଚିବା ପରେ ଗୁଳିବର୍ଷାରେ ପ୍ରଭାବିତ ଲୋକଙ୍କୁ ଭେଟିଛନ୍ତି । ଏଠାରେ ପାକିସ୍ତାନ ଉପରେ ବର୍ଷିଛନ୍ତି ଅମିତ ଶାହ । ସେ କହିଛନ୍ତି ଯେ ପାକିସ୍ତାନ ନିରୀହ ଲୋକଙ୍କ ଉପରେ ଆକ୍ରମଣ କରିଥିଲା । ସାଧାରଣ ନାଗରିକ ଏବଂ ଧାର୍ମିକ ସ୍ଥାନ ଗୁଡିକୁ ଟାର୍ଗେଟ କରିଥିଲା । ଅପରେସନ ସିନ୍ଦୂର ପାକିସ୍ତାନକୁ ଉଚିତ ଜବାବ ଦେଇଛି । ଆମେ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ମୁଖ୍ୟାଳୟକୁ ଧ୍ୱଂସ କରିଛୁ […]

Read More Text.

ଖୁଵଶୀଘ୍ର ବୈଷୟିକ ଶିକ୍ଷାରେ ପଛୁଆ ବର୍ଗଙ୍କୁ ମିଳିବ ସଂରକ୍ଷଣ :ମନ୍ତ୍ରୀ

ଭୁବନେଶ୍ୱର : ଖୁଵଶୀଘ୍ର ବୈଷୟିକ ଶିକ୍ଷାରେ ପଛୁଆ ବର୍ଗଙ୍କୁ ମିଳିବ ସଂରକ୍ଷଣ। ଏନେଇ ଅନୁଧ୍ୟାନ କରୁଛନ୍ତି ସରକାର। ଖୁଵଶୀଘ୍ର ନିଆଯିବ ନିଷ୍ପତ୍ତି। ଏହି ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ। ନିକଟରେ ଉଚ୍ଚଶିକ୍ଷାରେ ପଛୁଆ ବର୍ଗଙ୍କୁ 11.25 ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଥିଲା କ୍ୟାବିନେଟ। ମେଡିକାଲ ଏବଂ ବୈଷୟିକ ଶିକ୍ଷାରେ ଓବିସି ମାନଙ୍କୁ ସଂରକ୍ଷଣ ଦେବାକୁ ଦାବି ହୋଇ ଆସୁଛି। ତେବେ ଖୁଵଶୀଘ୍ର ଏ ସମ୍ପର୍କରେ ନିଷ୍ପତ୍ତି ହେଵ ବୋଲି କହିଛନ୍ତି ମନ୍ତ୍ରୀ ସମ୍ପଦ […]

Read More Text.

କଟକରେ ପ୍ରଥମ କୋଭିଡ୍ ସଂକ୍ରମିତ ଚିହ୍ନଟ

କଟକ: ପୁଣି ଫେରିଛି କୋରୋନା ଡର । କୋରୋନାର ନୂଆ ଭାଇରସ୍ ଭାରତରେ ତାର କାୟା ମେଲାଇଛି । ଏହା ଭିତରେ ରାଜ୍ୟର ରାଜଧାନୀ ଭୁବନେଶ୍ୱରରୁ ପ୍ରଥମେ କୋରୋନାର ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ଆଜି କଟକରେ ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛି । ତେବେ ସଂକ୍ରମିତ ଆକ୍ରନ୍ତ ଜଣକ ୪୫ ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । ଗତ କିଛି ଦିନ ଧରି ଆକ୍ରାନ୍ତଜଣକ ଜ୍ଵର ଓ ଥଣ୍ଡାରେ ପିଡିତ ଥିଲେ । […]

Read More Text.