ଓଡ଼ିଆପକ୍ଷ ପାଳନ, ଦୌଡ଼ିଲା ଆଗରପଡ଼ା

ଆଗରପଡ଼ା :ଓଡ଼ିଆ ପକ୍ଷ ପାଳନ ଅବସରରେ ଆଗରପଡ଼ାରେ ବିଶାଳ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଡ.ହରେକୃଷ୍ଣ ମହତାବଙ୍କ ରାଜପ୍ରାସାଦରୁ ଏହି ଗଣଦୌଡ଼ ଆରମ୍ଭ ହୋଇ କଲେଜଛକସ୍ଥିତ ଡ. ମହତାବଙ୍କ ପ୍ରତିମୂର୍ତ୍ତୀ ନିକଟରେ ଶେଷ ହୋଇଥିଲା । ପରେ ବହୁ ବ୍ୟକ୍ତି ଡ.ମହତାବଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ବିଡିଓ ନିଶିକାନ୍ତ ଖୁଣ୍ଟିଆ,ଆଗରପଡ଼ା ଥାନାଧିକାରୀ ଶ୍ରୀକାନ୍ତ ପତି, କୃଷ୍ଣଚରଣ ବିଦ୍ୟାମନ୍ଦିର ପ୍ରଧାନଶିକ୍ଷକ ଶରତ ଜେନା,ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ଜିଲ୍ଲାପରିଷଦ ସଭ୍ୟା ରୁନିତା ଦାସ,ସରପଂଚ ପ୍ରକାଶ […]

Read More Text.

ଶ୍ରୀରାମ ନବମୀ ସମିତି ପକ୍ଷରୁ ଶୋଭାଯାତ୍ରା

ଆଗରପଡ଼ା :ପାରମ୍ପାରିକ ଶ୍ରୀରାମ ନବମୀ ସମିତି ପକ୍ଷରୁ ବିଶାଳ ସଂକୀର୍ତ୍ତନ ଶୋଭାଯାତ୍ରା ଆଗରପଡ଼ା ବଜାର ସହ ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା । ଜୟ ଶ୍ରୀରାମ ଧୂନୀରେ ସମଗ୍ର ଅଂଚଳ ଅପୂର୍ବ ଧାର୍ମିକ ପରିବେଶ ସୃଷ୍ଟି କରିଥିଲା । ରାମ, ସୀତା, ହନୁମାନଙ୍କ ବଡ଼ବଡ଼ ପ୍ରତିମୂର୍ତ୍ତୀ ସହ ଧର୍ମ ପତାକା, ଭକ୍ତମାନଙ୍କ ପୋଷାକ ପରିଧାନ ଚାରିଆଡ଼େ ଗେରୁଆମୟ ଦୃଶ୍ୟ ଝଟକୁଥିଲା । ରାଜ୍ୟ ବାହାରରୁ ଆସିଥିବା ଡିଜେ ଗୁଡ଼ିକରୁ ନିସୃତ ଶ୍ରୀରାମଙ୍କ ସଂପର୍କୀତ ସଙ୍ଗୀତର ତାଳେତାଳେ ଶ୍ରଦ୍ଧାଳୁମାନେ […]

Read More Text.

ବାହିନୀପତିଙ୍କ ବିସ୍ଫୋରକ ବୟାନ: ବିଜୁ ଆଉ ପାଣ୍ଡିଆନ ଲୋକ ଭାଗଭାଗ ହୋଇଛନ୍ତି

ଭୁବନେଶ୍ୱର,୫।୪: ବିଜେଡିରେ ଓ୍ବକଫ ବିଲକୁ ନେଇ ଅସ୍ପଷ୍ଟ ନୀତି ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିଛି। ଏହି ବିଲ ଶୁକ୍ରବାର ସକାଳେ ରାଜ୍ୟ ସଭାରେ ପାରିତ ହୋଇଥିବା ସମୟରେ ଦଳୀୟ ଏମ୍‌ପିଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। ଏହାରି ମଧ୍ୟରେ ବିଜେଡିକୁ ନେଇ ବିସ୍ଫୋରକ ବୟାନ ଦେଇ ତାରା ବାହିନୀପତି କହିଛନ୍ତି, ବିଜେଡିରେ ବିରାଟ ଫାଙ୍କ ଥିବା ବେଳେ ବିଜୁ ଆଉ ପାଣ୍ଡିଆନ ଲୋକ ଭାଗଭାଗ ହୋଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ଡ୍ରାମା କରୁଛି ବିଜେଡି, ୨୦୦୦ […]

Read More Text.

ପରିବାରର ପ୍ରତିଟି ସଦସ୍ୟଙ୍କୁ ମିଳିବ ଗୋଟିଏ ଲେଖାଏ ଆୟୁଷ୍ମାନ କାର୍ଡ: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର,୫।୪: ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ଆୟୁଷ୍ମାନ କାର୍ଡ ମିଳିବ। ୧ କୋଟି ୩ ଲକ୍ଷ ପରିବାରକୁ ଯୋଜନାରେ ସାମିଲ କରାଯିବ। ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ ମିଳିଥିଲା। କିନ୍ତୁ ନୂଆ ଯୋଜନାରେ ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏ କାର୍ଡ ମିଳିବ। ପୂର୍ବରୁ କେବଳ ୯୦୦ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ମିଳୁଥିଲା ଏବେ ଦେଶର ୨୯ ହଜାରରୁ ଅଧିକ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ପ୍ରକାଶ […]

Read More Text.

ପ୍ରତିଷ୍ଠା ଦିବସରୁ ଆମ୍ବେଦକର ଜୟନ୍ତୀ ଯାଏଁ ବିଜେପିର ଜନସଂପର୍କ କାର୍ଯ୍ୟକ୍ରମ

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି) ରବିବାର ଠାରୁ ପ୍ରତିଷ୍ଠା ଦିବସ ପାଳନ କରିବ। ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିବ। ରାମନବମୀ ଥିବାରୁ ଏଥର ପ୍ରତିଷ୍ଠା ଦିବସ ଦୁଇ ଦିନ ଯାଏଁ ଜାରି ରହିବ। ଏଥି ସହିତ ଆସନ୍ତାକାଲି (ରବିବାର) ଠାରୁ ଆମ୍ବେଦକର ଜୟନ୍ତୀ (‌ଅପ୍ରେଲ ୧୪) ଯାଏଁ ବିଜେପିର ଜନସଂପର୍କ ଯାତ୍ରା ଅନୁଷ୍ଠିତ ହେବ। ରାଜ୍ୟରେ କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ବିଜେପି ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ତେଣୁ […]

Read More Text.

ଦୁଷ୍କର୍ମ ମାମଲାରେ ଜୈନମୁନି ଶାନ୍ତିସାଗରଙ୍କୁ ୧୦ ବର୍ଷ ଜେଲ୍

ସୁରଟ: ୧୯ ବର୍ଷୀୟା ଯୁବତୀଙ୍କ ବଳାତ୍କାର ମାମଲାରେ କୋର୍ଟ ଦିଗମ୍ବର ଜୈନ ମୁନି ଶାନ୍ତିସାଗର ମହାରାଜଙ୍କୁ ୧୦ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି। ସୁରଟ ସେସନ୍ସ କୋର୍ଟ ଶୁକ୍ରବାର ଶାନ୍ତିସାଗର ମହାରାଜଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଜି ଏହି ମାମଲାରେ ଦଣ୍ଡ ଘୋଷଣା କରାଯାଇଛି। ୨୦୧୭ ମସିହାରେ, ଜଣେ ୧୯ ବର୍ଷୀୟ ଶ୍ରାବିକା (ମହିଳା ଜୈନ ଭକ୍ତ) ଦିଗମ୍ବର ଜୈନ ମୁନି ଶାନ୍ତିସାଗରଙ୍କ ଦ୍ୱାରା ବଳାତ୍କାରର ଶିକାର ହୋଇଥିଲେ। ଶୁକ୍ରବାର ଦିନ ତାଙ୍କୁ ଏହି ମାମଲାରେ […]

Read More Text.

ବର୍ଷିଲେ ଯୋଗୀ: ୱାକଫ୍ ବୋର୍ଡ଼ ନାଁରେ ଆଉ ହରିଲୁଟ୍ ହେବନି ଲୋକଙ୍କ ଜମି

ଲକ୍ଷ୍ନୌ: ୱାକଫ୍ ବୋର୍ଡ଼ ନେଇ ବଡ ବୟାନ ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସଂସଦରେ ୱାକଫ୍ ବିଲ୍ ପାରିତ ହେବା ପରେ ୱାକଫ୍ ବୋର୍ଡ଼ ନାଁରେ ଜମିକୁ ମନଇଚ୍ଛା ହଡପ କରୁଥିବା ଏବଂ ସାଧାରଣ ଜମିକୁ ଅକ୍ତିଆର କରୁଥିବା କିଛି ଅସାଧୁ ବ୍ୟକ୍ତିଙ୍କ ଉପରେ ବର୍ଷିଛନ୍ତି ଯୋଗୀ । କହିଛନ୍ତି, ଏଣିକି ଆଉ ୱାକଫ୍ ବୋର୍ଡ଼ ନାଁରେ ହଡ଼ବ ହୋଇପାରିବନି ଜମି । ଏଣିକି ବିକାଶ କାମରେ ଲାଗିବ ଲୋକଙ୍କ ଜମି । ଲୋକଙ୍କ […]

Read More Text.

୫ଦିବସୀୟ ଯାତ୍ରାରେ ବାହାରିଲେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ବର: ପବିତ୍ର ଅଶୋକାଷ୍ଟମୀ ଅବସରରେ ପ୍ରସିଦ୍ଧ ଏକାମ୍ରକ୍ଷେତ୍ରାଧୀଶ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ୫ଦିବସୀୟ ରଥଯାତ୍ରା ଶନିବାର ଠାରୁ ଆରମ୍ଭ ହୋଇଯାଇଛି। ଆଜି ଭୋର ସକାଳୁ ଆରମ୍ଭ ହୋଇଥିବା ବିଭିନ୍ନ ନୀତିକାନ୍ତି ପରେ ଅପରାହ୍‌ଣରେ ମହାପ୍ରଭୁଙ୍କ ରଥ ଗଡ଼ିଛି। ଭକ୍ତମାନେ ମଧ୍ୟ ମହାପ୍ରଭୁଙ୍କ ରଥକୁ ହର୍ଷୋଲ୍ଲାସର ସହିତ ଟାଣି ନେଉଛନ୍ତି। ଘଣ୍ଟ, ଶଙ୍ଖ, ହରିବୋଲ ଓ ହୁଳହୁଳିରେ ଗଗନ-ପବନ ଉଚ୍ଛୁଳିତ ଦେଖାଯାଇଛି। ସାମଗ୍ରୀକ ଭାବେ କହିବାକୁ ଗଲେ ରଥରୋଡରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ମହାପ୍ରଭୁଙ୍କ ରଥଯାତ୍ରା ରଥଟଣା କାର୍ଯ୍ୟ […]

Read More Text.

ବିଧାୟକ ଜୟନାରାୟଣ ମିଶ୍ରଙ୍କ ପିଛା ଛାଡୁନି ବିବାଦ

ସମ୍ବଲପୁର: ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ପିଛା ଛାଡୁନି ବିବାଦ କିମ୍ବା ସେ ବିବାଦକୁ ଡାକୁଛନ୍ତି ବୋଲି ସହରରେ ଚର୍ଚ୍ଚା ଲାଗି ରହିଛି। ବିବାଦ ସହିତ ଜୟନାରାୟଣଙ୍କ ପୁରୁଣା ସମ୍ପର୍କ ରହିଥିବାବେଳେ ପୁଣି ଏକ ବିବାଦରେ ତାଙ୍କର ସଂପୃକ୍ତିକୁ ନେଇ ଚାରିଆଡେ ଚର୍ଚ୍ଚା। ଆଗାମୀ ରାମ ନବମୀ ଓ ହନୁମାନ ଜୟନ୍ତୀ ପାଇଁ ସହରରେ ଉତ୍ସାହ ଓ ଉନ୍ମାଦନା ବୃଦ୍ଧି ପାଉଥିବାବେଳେ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ ଏବେ ବିଭିନ୍ନ ଅଞ୍ଚଳରେ ଝଣ୍ଡା ସ୍ଥାପନର କାର୍ଯ୍ୟକ୍ରମ ଜାରି […]

Read More Text.

ଓଡ଼ିଆ ପକ୍ଷ: ଐତିହ୍ୟ ଗଣଦୌଡ଼ରେ ଦୌଡ଼ିଲେ ନେତା-ଅଭିନେତା

ଭୁବନେଶ୍ବର: ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଐତିହ୍ୟ ଗଣଦୌଡ଼ କାର୍ଯ୍ୟକ୍ରମର ଆୟୋଜିତ ହୋଇଛି। ଭୁବନେଶ୍ୱରର ଖଣ୍ଡଗିରି ଠାରୁ ଆରମ୍ଭ ହୋଇ କଳିଙ୍ଗ ଷ୍ଟୁଡ଼ିଓ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଏହି ଗଣଦୌଡ଼ରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ଥିଲେ। ଖଣ୍ଡଗିରିର ଗୌରବମୟ ଇତିହାସକୁ ଜୀବନ୍ତ କରି ଗଢ଼ି ତୋଳିବା ପାଇଁ ଏହି ଗଣଦୌଡ଼ରେ ଆଜି ଶହଶହ ଲୋକ […]

Read More Text.