ବିକାଶଠାରୁ ବହୁଦୂରରେ ରାମଚନ୍ଦ୍ରପୁର ପଂଚାୟତ, ମୌଳିକ ସୁବିଧାରୁ ଅଂଚଳବାସୀ ବଂଚିତ

ଆଗରପଡ଼ା :ବନ୍ତ ବ୍ଳକ ଅନ୍ତର୍ଗତ ରାମଚନ୍ଦ୍ରପୁର ପଂଚାୟତବାସୀ ସ୍ୱାଧିନତାର ୭୭ବର୍ଷ ପରେବି ଶିକ୍ଷା-ସ୍ୱାସ୍ଥ୍ୟ ଓ ଗମନାଗମନ ପରି ମୌଳିକ ସୁବିଧାରୁ ବଂଚିତ ହୋଇ ଆସୁଛନ୍ତି । ୧୪ଗେ।।ଟି ୱାର୍ଡ଼ର ୧୪୮୦ ଅନୁସୁଚିତି ଜାତି ,୧୩୯ ଅନୁସୁଚିତ ଜନଜାତି ଏବଂ ୩୧୧୮ଜଣ ଅନ୍ୟାନ୍ୟ ଏହିପରି ମୋଟ ୪୭୩୭ ଜନସଂଖ୍ୟା କୁ ନେଇ ଉକ୍ତ ପଂଚାୟତ ଗଠିତ ହୋଇଥିବା ବେଳେ ଭୋଟରଙ୍କ ସଂଖ୍ୟା ୩୭୩୫ଜଣ ରହିଥିବା ଜଣାଯାଇଛି । ପଂଚାୟତରେ ସର୍ବାଙ୍ଗିନ ଉନ୍ନତି ପାଇଁ ବିଭିନ୍ନ ଉନ୍ନତି ମୁଳକ କାର୍ଯ୍ୟ […]

Read More Text.

ଆଧ୍ୟାତ୍ମିକ ପ୍ରବଚନ ନିଶାରେ ନରହରି

ଆଗରପଡ଼ା,ତା୨୩/୪(ପିଏନଏସ):ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ରାମକୃଷ୍ଣପୁର ପଂଚାୟତ ଭୁଗୁପୁର ଗ୍ରାମର ବାସିନ୍ଦା ତଥା ମହାନ ସାରସ୍ୱତ ସାଧକ ପଣ୍ଡିତ ଚାରଣ ନରହରି ଦାଶ । ୧୯୫୧ ମସିହାରେ ପିତା ଗଙ୍ଗାଧର ଦାଶ ଓ ଗେଲ୍ଲାମଣି ଦାଶଙ୍କ କୋଳମଣ୍ଡନ କରିଥିବା ଚାରଣ ନରହରି ଦାଶ ଭଦ୍ରକସ୍ଥିତ ଭାରତୀୟ ଦୂରସଂଚାର ନିଗମ କାର୍ଯ୍ୟାଳୟରେ ୩୦ ବର୍ଷ ଧରି ଚାକିରି କରି ଅବସର ନେଇଛନ୍ତି । ପେସାକୁ ଛାଡ଼ି ୧୯୯୫ ମସିହାରୁ ଆଧ୍ୟାତ୍ମିକ ପ୍ରବଚନ ଦେବାକୁ ସେ ନିଶା ଭାବେ ଗ୍ରହଣ […]

Read More Text.

‘ମୋ ଭିତରେ ଥିବା କ୍ରୋଧକୁ ମୁଁ ଶବ୍ଦରେ ବଖାଣି ପାରୁନାହିଁ’ – ଶାହାରୁଖ

ପହଲଗାମ: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରା ଦେଶରଲୋକଙ୍କୁ ମର୍ମାହତ କରିଛି। ଏପରି ପରିସ୍ଥିତିରେ ରାଜନେତାମାନଙ୍କ ଠାରୁ ଆରମ୍ଭ କରି କ୍ରିକେଟ ଓ କଳାକାରମାନେ ଇନଷ୍ଟାଗ୍ରାମରେ ପୋଷ୍ଟ ଜରିଆରେ ଆତଙ୍କବାଦୀଙ୍କ ଆକ୍ରମଣକୁ କଡ଼ା ନିନ୍ଦା କରିବା ସହିତ ଭାରତ ନିଶ୍ଚୟ ଏହାର କଡା ଜବାବ ଦେବ ବୋଲି ଦାବି କରିଛନ୍ତି। ଏହି କ୍ରମରେ ଶାହରୁଖ ଖାନ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି- ‘ପହଲଗାମରେ ହୋଇଥିବା ହିଂସା ଏବଂ ଅମାନବୀୟ କାର୍ଯ୍ୟ ପାଇଁ ମୁଁ ଦୁଃଖିତ […]

Read More Text.

ପାକିସ୍ତାନ ବିରୋଧରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ, ସିନ୍ଧୁ ଜଳଚୁକ୍ତି ରଦ୍ଦ, ବନ୍ଦ ହେଲା ଅଟାରୀ ସୀମା

ନୂଆଦିଲ୍ଲୀ : ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଅତି କଠୋର ପଦକ୍ଷେପ ଗ୍ରହଣ କରିଛି । ଦୁଇ ଦେଶ ମଧ୍ୟରେ ନେହେରୁ ସରକାରଙ୍କ ସମୟରେ ସ୍ବାକ୍ଷରିତ ସିନ୍ଧୁଜଳ ଚୁକ୍ତିକୁ ରଦ୍ଦ କରାଯାଇଛି । ଏହା ସହିତ ଓ୍ବାଘା-ଅଟାରୀ ସୀମାକୁ ବନ୍ଦ କରିଦିଆଯାଇଛି । ବୁଧବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି (ସିସିଏସ) ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ବୈଠକ ପରେ କେନ୍ଦ୍ର ବୈଦେଶିକ ସଚିବ […]

Read More Text.

ଆରଆଇ, ଅମିନ ପରୀକ୍ଷା ଫଳ: ସବୁ ପରୀକ୍ଷାର୍ଥୀ ପ୍ରିଲିମ୍ ପାସ୍

ଭୁବନେଶ୍ୱର: ଆରଆଇ, ଅମିନ ପରୀକ୍ଷା ଫଳ ପ୍ରକାଶ ପାଇଛି। ସବୁ ପରୀକ୍ଷାର୍ଥୀ ପ୍ରିଲିମ୍ ପାସ୍ କରିଛନ୍ତି।ସମସ୍ତ ପରୀକ୍ଷାର୍ଥୀ ପାସ୍ କରିଥିବା ଓଏସଏସଏସସି ସୂଚନା ଦେଇଛି । ୨୦୨୪ ସେପ୍ଟେମ୍ୱର ୨୦ରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ପ୍ରିଲିମ୍ ପରୀକ୍ଷା ହୋଇଥିଲା। ପ୍ରିଲିମନାରୀ ପରୀକ୍ଷା ଦେଇଥିବା ସମସ୍ତ ଆଶାୟୀ ମେନ୍ ପରୀକ୍ଷା ଦେଇପାରିବେ । କେବଳ ପ୍ରିଲିମ୍‌ରେ କପି କରି ଧରା ପଡିଥିବା ୯ ଜଣ ମେନ୍ ଦେଇପାରିବେନି ବୋଲି ଓଏସଏସଏସସି ପକ୍ଷରୁ କୁହାଯାଇଛି। ହେଲେ କେବେ ମେନ୍ […]

Read More Text.

ବିଭିନ୍ନ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ

ଭୁବନେଶ୍ୱର: ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ଓଡ଼ିଶା କୃଷି ଶିଳ୍ପ ନିଗମ, ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଏବଂ ଶକ୍ତି ବିଭାଗ ଅଧିନସ୍ଥ ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚପିସି) ଏବଂ ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ (ଓପିଜିସି) ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି। ଓଡ଼ିଶା କୃଷି ଶିଳ୍ପ ନିଗମ ୨୦୨୨-୨୩ ବର୍ଷର ଲାଭାଂଶ ବାବଦକୁ ୧ କୋଟି ୩୫ ଲକ୍ଷ ୭୮ ହଜାର ୫୦୨ ଟଙ୍କା ଏବଂ […]

Read More Text.

ଅଙ୍ଗନୱାଡି ସୁପର୍‌ଭାଇଜର୍‌ଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ: କ୍ୟାବିନେଟ୍ ନିଷ୍ପତ୍ତି

ଭୁବନେଶ୍ବର: କ୍ୟାବିନେଟ୍‌ରେ ବୁଧବାର ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ହୋଇଛି । ମହିଳା ଏବଂ ଶିଶୁ କଲ୍ୟାଣ ସେବାକୁ ଆଗକୁ ବଢାଇବା ପାଇଁ ଓଡ଼ିଶା ଶିଶୁ ଏବଂ ମହିଳା କଲ୍ୟାଣ ସେବା ନିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଛି, ଯାହା ଦ୍ୱାରା ଜୁନିଅର ଗ୍ରେଡ୍ ପଦବୀ ପାଇଁ ଆବେଦନ କରୁଥିବା ଅଙ୍ଗନୱାଡି କର୍ମୀଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ହାଇସ୍କୁଲ ପାସ୍ ପରିବର୍ତ୍ତେ ସ୍ନାତକ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିଦ୍ୟମାନ କର୍ମଚାରୀମାନେ ନୂତନ ମାନଦଣ୍ଡରୁ ମୁକ୍ତ ଅଛନ୍ତି, […]

Read More Text.

ଜଳୁଛି ସାରା ଓଡିଶା,ଆହୁରି ୩ ଦିନ କଲବଲ କରିବ ତାତି

ଭୁବନେଶ୍ବର: ସାରା ଓଡ଼ିଶା ଜଳୁଛି। ତାତିର ତାଉରେ ଓଡ଼ିଶାବାସୀ ସିଜୁଛନ୍ତି। ରାଜ୍ୟରେ ଅସମ୍ଭାଳ ତାତିକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆହୁରି ୩ ଦିନ ଅସହ୍ୟ ଗରମ ଓ ଗୁଳୁଗୁଳି କଲବଲ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨ ଦିନ ଯାଏ ସିଭିୟର ହିଟ୍ ୱେଭ୍‌କୁ ନେଇ ଝାରସୁଗୁଡା ପାଇଁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଦିନର ତାପମାତ୍ରା ୪୬ ଡିଗ୍ରି ପାର କରିବାର ସମ୍ଭାବନା ରହିଛି […]

Read More Text.

ପ୍ରତିଷ୍ଠା ହେବ ୫ ସ୍ଵତନ୍ତ୍ର ଫାଷ୍ଟଟ୍ରାକ ମହିଳା କୋର୍ଟ: ଆଇନ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ୫ଟି ସ୍ଵତନ୍ତ୍ର ଫାଷ୍ଟଟ୍ରାକ ମହିଳା କୋର୍ଟ ପ୍ରତିଷ୍ଠା ହେବ। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ହାଇକୋର୍ଟଙ୍କ ସହ ଆଲୋଚନା ଆରମ୍ଭ ହୋଇଛି। କୋର୍ଟ ପ୍ରତିଷ୍ଠା ଦିଗରେ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମହିଳା କୋର୍ଟ ପ୍ରତିଷ୍ଠା ହେଲେ ବିରୋଧୀ ଅପରାଧରେ ତ୍ୱରିତ ନ୍ୟାୟ ମିଳିବା ସହ ଦଣ୍ଡ ବିଧାନ ହାର ବଢିବ। ପ୍ରାରମ୍ଭିକ ଭାବେ ୫ ଟି ଏବଂ ପରେ ଏହି ସଂଖ୍ୟା ବୃଦ୍ଧି କରାଯିବ। ଏହା ବାଦ ୩୧୪ ବ୍ଲକରେ କୋର୍ଟ […]

Read More Text.

୧୩ ବର୍ଷୀୟ ନାବାଳକ ପେଟରୁ ବାହାରିଲା ସାଇକେଲ ହାଣ୍ଡେଲର ପ୍ଲାଷ୍ଟିକ ମୁଠା

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଉତ୍କଳ ହସ୍ପିଟାଲରେ ଏକ ଜଟିଳ ଅସ୍ତ୍ରୋପଚାର ଜରିଆରେ ୧୩ ବର୍ଷୀୟ ନାବାଳକ ପେଟରୁ ବାହାରିଛି ସାଇକେଲ ହାଣ୍ଡେଲର ପ୍ଲାଷ୍ଟିକ ମୁଠା। ଅନୁଗୁଳ ଜିଲା ତାଳଚେର ଅଞ୍ଚଳର ଏହି ନାବାଳକ ଦୁର୍ଘଟଣାର ଶିକାର ହେବା ଫଳରେ ସାଇକେଲ ହାଣ୍ଡେଲ ପେଟ ଭିତରେ ପଶିଯାଇଥିଲା। ପାଖରେ ଥିବା ସାଥୀ ପିଲାମାନେ ହାଣ୍ଡେଲଟି ଭିଡ଼ି ପେଟରୁ କାଢି ଦେଇଥିଲେ। ହେଲେ ହାଣ୍ଡେଲର ପ୍ଲାଷ୍ଟିକ ମୁଠାଟି ପେଟ ଭିତରେ ପଶି ରହିଥିଲା। ନିକଟ ଚିକିତ୍ସାଳୟରେ ଆଶୁ ଚିକିତ୍ସା କରାଯାଇଥିଲେ […]

Read More Text.