ବାରିପଦା : ସ୍ଥାନୀୟ ଅମ୍ବିକା ସାହି ସ୍ଥିତ ଶିଶୁ ଉଦ୍ୟାନ ପରିସରରେ ୧୩ ତମ “ରଜ ମଉଜ” ଉତ୍ସବ ଉଦଯାପିତ ହୋଇଯାଇଛି I ୩ ଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ ଶତାଧିକ ପ୍ରତିଯୋଗୀ ସମେତ ସେମାନଙ୍କର ପିତା ମାତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ବେଶ ଉପଭୋଗ କରିଥିଲେ I ଏବର୍ଷ ଅଲିଭା ତ୍ରିପାଠୀ ରଜ କୁଇନ ବିବେଚିତ ହୋଇଥିବା ବେଳେ ମୋନାଲିସା ନାଏକ ୨ୟ ଓ ସାଇ ଶ୍ରଦ୍ଧା ୩ୟ ସ୍ଥାନ ଅଧିକାର କରିଥିଲେ I ଶେଷ ସନ୍ଧ୍ୟାରେ କୌତୁକ ପୋଷାକ, ଛୁଞ୍ଚି ସୁତା ଓ ଝୁଣ୍ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଗୁରୁକୁଳ ଡ୍ୟାନ୍ସ ଏଣ୍ଡ ଭିଜୁଆଲ ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ I ପୂର୍ବତନ ଉପ ନଗରପାଳ ତଥା ବିଶିଷ୍ଟ ସମାଜସେବୀ ଜୀତେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡଃ ଦେବାଶିଷ ମାର୍ଣ୍ଡି, ଏମ ସି ସି ବ୍ୟାଙ୍କ ସଭାପତି ସୁବ୍ରମନିୟମ ମହାନ୍ତି ଓ ପୂର୍ବତନ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବାରିପଦାରେ ଅନୁଷ୍ଠିତ “ରଜ ମଉଜ” ର ଆୟୋଜକ ମାନଙ୍କୁ ବେଶ ପ୍ରଶଂସା କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ପ୍ରେମଜିତ ଦାସ, ଡଃ କିଶୋର ପାତ୍ର ଓ ମୁଖ୍ୟ ଆୟୋଜକ ତଥା ନିର୍ଦ୍ଦେଶକ ଲିଟନ ପଟ୍ଟନାୟକ ଉପସ୍ଥିତ ଥିଲେ I ଅଂକୁର ଖୁରାନା ଓ ସୁଦେଶା ମହାନ୍ତ ମଞ୍ଚ ପରିଚାଳନା କରିଥିବା ବେଳେ ବାଙ୍ଗିରିପୋଷି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାକ୍ଷା ଡଃ ପୁଷ୍ପା ପାତ୍ର, ପ୍ରଶାସନିକ ଅଧିକାରୀ କୁକୁମିନା ଦାସ, ସ୍ମିତା ରୂପ ବିଚାରକ ଭାବେ ଯୋଗ ଦେଇଥିବାବେଳେ ସୁଦର୍ଶନ ସାହୁ, ଦୀପକ ଦାସ, ତାପସୀ ବାରିକ, ଅଭିଜିତ କଲିଆ, ମୟୁର ମଲ୍ଲିକ, ମୁନୁ ଦେହୁରୀ, ସୁରଜ କୁମାର, ଶିବ ବାରିକ, ଜନ ବେହେରା, ସୋନୁ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I
