Darshan 1730274820 150x150

କନ୍ନଡ ଅଭିନେତାଙ୍କ ଜାମିନକୁ ନେଇ ହାଇକୋର୍ଟଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରେଣୁକାସ୍ୱାମୀ ହତ୍ୟା ମାମଲାରେ କନ୍ନଡ ଅଭିନେତା ଦର୍ଶନ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ରେଣୁକାସ୍ୱାମୀଙ୍କୁ ଅପହରଣ କରି ନିର୍ଯାତନା ଦେବାପରେ ହତ୍ୟା କରିବା ଅଭିଯୋଗରେ ଦର୍ଶନଙ୍କୁ ଗତ ବର୍ଷ ଜୁନ୍ ମାସରେ ଗିରଫ କରାଯାଇଥିଲା। ଜୁଲାଇ ୨୪ରେ ଦର୍ଶନଙ୍କ ହତ୍ୟା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଆଜି ଶୁଣାଣି ସମୟରେ ବିଚାରପତି ଜେବି ପାରଦିୱାଲା ଏବଂ ବିଚାରପତି ଆର ମହାଦେବନଙ୍କ ଖଣ୍ଡପୀଠ କହିଥିଲେ ଯେ […]

Read More Text.
9321ff2e 1ee4 4495 bf2b 62de10ac2653 2025 07 24 16 27 54

ଏବେ ହେମନ୍ତଙ୍କ ପାଳି: ଆରଜେଡିକୁ ଏତିକି ଆସନ ମାଗିଲା ଜେଏମଏମ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ନେଇ ଯଦିଓ କୌଣସି ଘୋଷଣା ହୋଇନାହିଁ, ତେବେ ରାଜନୈତିକ ଦଳଗୁଡିକ ସେମାନଙ୍କର ପ୍ରସ୍ତୁତି ଜୋରସୋରରେ କରୁଛନ୍ତି | ବିଶେଷ କରି ବିରୋଧୀ ଦଳଗୁଡ଼ିକର ମହାଗଠବନ୍ଧନରେ ଆଲୋଚନା ତୀବ୍ର ହୋଇଛି। ଆରଜେଡି ନେତୃତ୍ୱାଧୀନ ମହାଗଠବନ୍ଧନରେ ଆସନ ବଣ୍ଟନ ଆଲୋଚନା ଜୋର ଧରିଛି। ଏବେ ହେମନ୍ତ ସୋରେନଙ୍କ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ମଧ୍ୟ ଆସନ ପାଇଁ ବୁଝାମଣାରେ ସାମିଲ ହୋଇଛି ଏବଂ ୧୨ଟି ଆସନ ଦାବି କରିଛି। ହେମନ୍ତ ସୋରେନଙ୍କ ଜେଏମଏମ […]

Read More Text.

ଶୁକ୍ରବାର ‘ଓଡ଼ିଶା ଟେକ୍ସ ୨୦୨୫’ : ସୃଷ୍ଟି ହେବ ଅଧିକ ନିଯୁକ୍ତି ସୁଯୋଗ

ଭୁବନେଶ୍ବର ୨୪।୭: ରାଜଧାନୀରେ ଆରମ୍ଭ ହେବ ଓଡ଼ିଶା ଟେକ୍ସ ୨୦୨୫ । ଶୁକ୍ରବାର ଲୋକସେବା ଭବନର କନଭେସନ ହଲ୍‌ରେ ହେବ ଓଡ଼ିଶା ଟେକ୍ସ ୨୦୨୫ ।  ବିଭିନ୍ନ ଇଣ୍ଡଷ୍ଟ୍ରି ଇନଭର୍ଟର ଯୋଗ ଦେବେ । ଓଡ଼ିଶାର ଭିତ୍ତିଭୂମି ସମ୍ପର୍କରେ ଅଧିକ ସୁଯୋଗ ପାଇବେ ସେନେଇ ଆଲୋଚନା ହେବ । ମୁଖ୍ୟମନ୍ତ୍ରୀ ୬ଟି ସ୍ଥାନରେ ଟେକ୍ସଟାଇଲ ପାର୍କ ଘୋଷଣା କରିଛନ୍ତି । ୬ ଶହରୁ ଅଧିକ ଇଣ୍ଡଷ୍ଟ୍ରିଆଲିଷ୍ଟ ରେଜିଷ୍ଟର କରିସାରିଛନ୍ତି ।  କ’ଣ କ’ଣ ଇନ୍‌ଭେଷ୍ଟ କରିବେ ଶୁକ୍ରବାର ଚୁକ୍ତିନାମା ସ୍ୱାକ୍ଷରିତ ହେବ ।   ଏହା ଓଡ଼ିଶାରେ ଏକ ପ୍ରକାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ମହିଳା ମାନଙ୍କ ପାଇଁ ଅଧିକ ସୁଯୋଗ […]

Read More Text.
2 170 1753359148817

ବିଜେଡି ଛାଡି ବିଜେପିରେ ସାମିଲ ହେଲେ ବ୍ରଜରାଜନଗରର ୧୦ ସରପଞ୍ଚ

ଭୁବନେଶ୍ବର ୨୪।୭: ବିଜେଡି ଛାଡି ବିଜେପିରେ ସାମିଲ ହେଲେ ବ୍ରଜରାଜନଗରର ୧୦ ଜଣ ସରପଞ୍ଚ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଲେ ଏହି ୧୦ ଜଣ ନିର୍ବାଚିତ ପ୍ରତିନିଧି । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ର ୧୦ ନିର୍ବାଚିତ ସରପଞ୍ଚ ଆଜି ବିଜେପିରେ ସାମିଲ ହେବା ଦ୍ୱାରା ରାଜ୍ୟର ତଥା ସ୍ଥାନୀୟ ଅଞ୍ଚଳର ବିକାଶକୁ ଆଗକୁ ନେବା ପାଇଁ […]

Read More Text.

ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ଅଛି କିନ୍ତୁ ସରକାରୀ ସମ୍ପତ୍ତି ନଷ୍ଟ କରିବାର ଅଧିକାର ନାହିଁ

ଭୁବନେଶ୍ବର ୨୪।୭: ଛାତ୍ର କଂଗ୍ରେସ ଆନ୍ଦୋଳନ ବେଳେ ଭୁବନେଶ୍ୱର ରାଜରାସ୍ତାରେ ବାଡ଼ ଭାଙ୍ଗିବା ଘଟଣା । ଆନ୍ଦୋଳନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ବିଭାଗ । ଏନେଇ ବିଚାର ବିମର୍ଶ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସ୍ମାର୍ଟସିଟି ଲିମିଟେଡ଼ । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ଅଛି କିନ୍ତୁ ସରକାରୀ ସମ୍ପତ୍ତି ନଷ୍ଟ କରିବାର ଅଧିକାର ନାହିଁ । ଯେଉଁମାନେ ଆନ୍ଦୋଳନ କରୁଥିଲେ ସେମାନେ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି । ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ମଙ୍ଗଳବାର ସନ୍ଧ୍ୟାରେ ଛାତ୍ର କଂଗ୍ରେସର […]

Read More Text.
Untitled 1 copy

କଂଗ୍ରେସ ପାଳିଲା ଶ୍ରଦ୍ଧାଞ୍ଜଳି ଦିବସ : FM ଛାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ବଳଙ୍ଗା ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା

ଭୁବନେଶ୍ବର ୨୪।୭: ରାଜ୍ୟ କଂଗ୍ରେସ ତରଫରୁ ପାଳିତ ହୋଇଛି ଶ୍ରଦ୍ଧାଞ୍ଜଳି ଦିବସ । ବାଲେଶ୍ବର ଏଫ୍‌ଏମ୍‌ ଛାତ୍ରୀଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଅର୍ପଣ ଓ ବଳଙ୍ଗା ନାବାଳିକା ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରି ଏହି ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଛି । ରାଜ୍ୟରେ ଗୋଟିଏ ମିନିଟ୍ ପାଇଁ ନୀରବ ପ୍ରାର୍ଥନା କରିଛି କଂଗ୍ରେସ । ଉତ୍କଳ ବିଶ୍ଵବିଦ୍ୟାଳୟର ମୁଖ୍ୟ ଗେଟ୍ ସମ୍ମୁଖରେ ପିସିସି ସଭାପତି ମଧ୍ୟ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଛନ୍ତି । ପିସିସି ସଭାପତି କହିଛନ୍ତି, ରାଜ୍ୟରେ […]

Read More Text.
Zzzzzz

ପ୍ରାଚୀନ ଶିବ ମନ୍ଦିରକୁ ନେଇ କାମ୍ବୋଡିଆ ଓ ଥାଇଲାଣ୍ଡ ମଧ୍ୟରେ ଭୀଷଣ ଯୁଦ୍ଧ

ବ୍ୟାଙ୍କକ୍ : ୟୁକ୍ରେନ-ରୁଷ, ମଧ୍ୟପୂର୍ବରେ ସଂଘର୍ଷ ଜାରି ରହିଥିବାବେଳେ ବିଶ୍ବର ଆଉ ଏକ ଅଂଚଳରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ତାହା ହେଉଛି ଦକ୍ଷିଣ-ପୂର୍ବ ଏସିଆ । ବିଗତ କିଛି ଦିନ ହେଲା କାମ୍ବୋଡିଆ ଓ ଥାଇଲାଣ୍ଡ ମଧ୍ୟରେ ଚାଲିଆସିଥିବା ଉତ୍ତେଜନା ଶେଷରେ ଏକ ସଂଘର୍ଷର ରୂପ ନେଇଛି । କାମ୍ବୋଡିଆ ପକ୍ଷରୁ ଥାଇଲାଣ୍ଡ ଉପରେ ରକେଟ ମାଡ଼ କରାଯିବା ପରେ ତାହାର ଜବାବରେ ଥାଇ ବାୟୁସେନା ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଇଛି । ଏହି ଏୟାର […]

Read More Text.
2 195 1753358480068

ରାଜ୍ୟସଭାରୁ ଅବସର ନେଉଥିବା ୬ ସଦସ୍ୟଙ୍କୁ ବିଦାୟୀ ସମ୍ୱର୍ଦ୍ଧନା , ଜଣେ ସାଂସଦଙ୍କ ଫେରିବା ନିଶ୍ଚିତ

ନୂଆଦିଲ୍ଲୀ : ମୌସୁମୀ ଅଧିବେଶନ ବେଳେ ପୂର୍ବତନ ଉପରାଷ୍ଟ୍ରପତି ଜଗଦିପ୍‌ ଧନଖଡଙ୍କ ଇସ୍ତଫାରେ ରାଜ୍ୟସଭା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଗୁରୁବାର ଉପର ସଦନରେ ସେହି ୬ ସଦସ୍ୟଙ୍କୁ ବିଦାୟୀ ଦିଆଯାଇଛି, ଯାହାଙ୍କର କାର୍ଯ୍ୟକାଳ ଶେଷ ହେଉଛି। ଉପାଧ୍ୟକ୍ଷ ହରିବଂଶ ଏହି ପୂରା କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଛନ୍ତି। ସେ ଆବଶ୍ୟକ କାଗଜପତ୍ର ଟେବୁଲ ଉପରେ ରଖି ୬ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଥିବା କହିଥିଲେ। ଯେଉଁଥିରେ ଜଣେ ଏଆଇଏଡିଏମକେର ପି ୱିଲସନ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଗୃହକୁ […]

Read More Text.
2 176 1753347880867

ମଙ୍ଗଳ ଗ୍ରହରେ ଶୈବାଳ ବିକଶିତ : ବଢିଲା ଜୀବନ ବସତିର ଆଶା

ନୂଆଦିଲ୍ଲୀ ୨୪।୦୭; ସ୍ଥାୟୀ ମହାକାଶ ଯାତ୍ରା ପାଇଁ ଏକ ପ୍ରମୁଖ ପଦକ୍ଷପ ଭାବରେ, ଗବେଷକମାନେ ବୈବ ବିଘଟନଶୀଳ ବାୟୋଫ୍ଲାଷ୍ଟିକ ଭିତରେ ଏକ ଶୈବାଳକୁ ସଫଳତାର ସହିତ ବିକାଶ କରିବାରେ ସକ୍ଷମ ହୋଇଛନ୍ତି। ପୃଥିବୀର ଚାପ ତୁଳନାରେ ପ୍ରାୟ ଏକ ପ୍ରତିଶତ ପୃଷଠଚାପ ବିଶିଷ୍ଟ ମଙ୍ଗଳ ପରିବେଶରେ ପଲିଲାକ୍ଟିକ୍‌ ଏସିଡ୍‌ରେ ତିଆରି ସାମଗ୍ରୀ କେତେ ଭଲ ଭାବରେ ବାସଯୋଗ୍ୟ ହୋଇପାରିବ ତାହା ଦେଖିବା ପାଇଁ ଏହି ପରୀକ୍ଷଣ କରାଯାଇଥିଲା । ମଙ୍ଗଳରେ ବସତି ସ୍ଥାପନ ପରେ ପୃଥିବୀରୁ ବାରମ୍ଵାର ସମ୍ଵଳ […]

Read More Text.

ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲା: ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ

ନୂଆଦିଲ୍ଲୀ: ୨୦୦୬  ମୁମ୍ବାଇ ଲୋକାଲ୍ ଟ୍ରେନ୍ ବିସ୍ଫୋରଣ ମାମଲାରେ ବମ୍ବେ ହାଇକୋର୍ଟଙ୍କ ରାୟକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ନିମ୍ନ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ୧୨ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୧୨ ଜଣଙ୍କୁ ବମ୍ବେ ହାଇକୋର୍ଟ ମୁକ୍ତ କରିଥିଲେ। ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ମହାରାଷ୍ଟ୍ର ସରକାର। ବାର ଏବଂ ବେଞ୍ଚ ରିପୋର୍ଟ ଅନୁଯାୟୀ, ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ବମ୍ବେ ହାଇକୋର୍ଟର ନିଷ୍ପତ୍ତି ପରେ ଦୋଷମୁକ୍ତ ହୋଇଥିବା ସମସ୍ତ ୧୨ ଅଭିଯୁକ୍ତଙ୍କୁ ପୁଣି […]

Read More Text.