Gm6b9 6wuaaywux.jpg

ବେଆଇନ ମଦ କାରବାରକୁ ବିଜେପି ନେତା ପ୍ରଶୟ ଦେଉଛନ୍ତି: ସପ୍ତଗିରି

ଲକ୍ଷ୍ମୀପୁର: ରାଜ୍ୟରେ ବେଆଇନ ମଦ କାରବାର ଚାଲିଛି। ବେଆଇନ ମଦ କାରବାରକୁ ବିଜେପି ନେତା ପ୍ରଶୟ ଦେଉଛନ୍ତି। ଏହା ଏକ ନିନ୍ଦନୀୟ ଘଟଣା। ପୁଲିସ ଓ ଅବକାରୀ ବିଭାଗର ଜାଣତରେ ଲକ୍ଷ୍ମୀପରୁରେ ବେଆଇନ ମଦ କାରବାର ହେଉଛି। ଏହାର ସ୍ଥାନୀୟ ବିଜେପି ନେତାମାନେ ମଧ୍ୟ ସମର୍ଥନ କରୁଛନ୍ତି। ଲକ୍ଷ୍ମୀପରୁରେ ଲାଇସେନ୍ସପ୍ରାପ୍ତ ମଦଦୋକାନରେ ଅପମିଶ୍ରିତ ମଦ ମଧ୍ୟ ବିକ୍ରି ହେଉଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସମ୍ପୂର୍ଣ ମଦ ବନ୍ଦ କରାଯାଉ। କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲକା ଏଭଳି […]

Read More Text.
Uqycivapse3nf9dilsg0

ବିଧାୟକଙ୍କ ଜିଦ୍ ପରେ ନଇଁଲା ପ୍ରଶାସନ: ଜୁନ୍‌ ୬ରେ ତ୍ରିପାକ୍ଷିକ ଆଲୋଚନା, ନିଷ୍ପତ୍ତି ଯାଏଁ କୋଇଲା ପରିବହନ ବନ୍ଦ

ସୁନ୍ଦରଗଡ଼: ‘ଅଟକ ନୁହେଁ, ଆମକୁ ଗିରଫ କରି ଜେଲ୍‌ ପଠାଅ । ନଚେତ କୋର୍ଟ ଆଦେଶ ଆସିବା ଯାଏଁ ରେଳ ସାଇଡିଂରେ କୋଇଲା ପରିବହନ ବନ୍ଦ କର’। ଶୁକ୍ରବାର ବରପାଲି ଆନ୍ଦୋଳନସ୍ଥଳରୁ ୭୦ ଜଣ ଗ୍ରାମବାସୀଙ୍କ ସହ ତାଙ୍କୁ ପୁଲିସ ଉଠାଇ ଆଣିବା ପରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂ ଏହି ଜିଦ୍‌ ଧରିଥିଲେ। ଯାହା ପ୍ରଶାସନକୁ ଅଡ଼ୁଆରେ ପକାଇ ଦେଇଥିଲା। ଶେଷରେ ବିଧାୟକଙ୍କ ଜିଦ୍‌ ଆଗରେ ନଇଁଛି ପ୍ରଶାସନ। ଶନିବାର ଉପଜିଲ୍ଲାପାଳ ଦାଶରଥି ସରାବୁ, […]

Read More Text.
Raghunathpali ps 750x430

ବିସ୍ଫୋରକ ଭର୍ତ୍ତି ଦୁଇଟି ଗାଡ଼ି ଜବତ

ରାଉରକେଲା: ରାଉରକେଲା ରଘୁନାଥ ପାଲି ଥାନା ଅନ୍ତର୍ଗତ ଦେଓଗାଁ ବାଲୁଘାଟ ନିକଟରୁ ରବିବାର ଦୁଇଟି ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ ହୋଇଛି। ଗାଡ଼ିରୁ ୧୧୬ ପେଟି ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି। ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ଚାଲାଣ କରାଯାଉଥିବା ସମୟରେ ଏହାକୁ ଜବତ କରାଯାଇଛି। ବିସ୍ଫୋରକ ସାମଗ୍ରୀ ଜବତ କରି ରଘୁନାଥପାଲି ଥାନା ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଓ ଗାଡ଼ି ଡ୍ରାଇଭରଙ୍କୁ ପୁଲିସ […]

Read More Text.
Cow 750x430

ଓମ୍‌ଫେଡ଼ କ୍ଷୀର ଦର ୨ ଟଙ୍କା ବଢିବ, ଲିଟର ପିଛା ୩ ଟଙ୍କା ଅଧିକ ଦାମ୍ ପାଇବେ ଉତ୍ପାଦକ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକସେବା ଭବନ ସମ୍ମେଳନ କକ୍ଷରେ ରାଜ୍ୟସ୍ତରୀୟ ବିଶ୍ବ ଦୁଗ୍ଧ ଦିବସ-୨୦୨୫ ପାଳିତ ହୋଇଯାଇଛି। ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଓମଫେଡ଼ ଦୁଗ୍ଧ ଉତ୍ପାଦକମାନଙ୍କୁ ସରକାରଙ୍କ ତରଫରୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯିବ ବୋଲି ଘୋଷଣା କରିବା ସହିତ ଓମଫେଡ ଚାଷୀମାନଙ୍କୁ ୧ ଲକ୍ଷ ଟଙ୍କା ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି […]

Read More Text.
Covid

ଓଡ଼ିଶାରେ ଆଜି ପୁଣି ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ‌, ସଂଖ୍ୟା ୧୨କୁ ବୃଦ୍ଧି

ଭୁବନେଶ୍ବର: କୋଭିଡ୍‌-୧୯ ପୁଣି ଥରେ ସାରା ଭାରତରେ ମୁଣ୍ଡ ଟେକିବା ଆରମ୍ଭ କରିଛି। ଏଣେ ଓଡ଼ିଶାରେ ଆଜି ପୁଣି ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ‌ହୋଇଛନ୍ତି। ଏନେଇ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ଏହାଫଳରେ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି। ତେଣେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ଅଛି ଓ ଏନେଇ ଯାଞ୍ଚ କରାଯାଉଛି। ଓଡ଼ିଶାରେ ଆଜି ପୁଣି […]

Read More Text.

ସେବାୟତଙ୍କ ବିବାଦରୁ ନୀତି ୬ ଘଣ୍ଟା ବିଳମ୍ବ: ମଙ୍ଗଳଆଳତି ନହେଉଣୁ ହେଲା ସାହାଣମେଲା ଦର୍ଶନ

ଭୁବନେଶ୍ବର: ପ୍ରଭୁ ଲିଙ୍ଗରାଜଙ୍କ ନୀତିରେ କୌଣସି ସମସ୍ୟା ହେବ ନାହିଁ। ସେବାୟତଙ୍କ ଭିତରେ ଯଦି କୌଣସି ବିବାଦ ଉପୁଜେ, ସେଥିପାଇଁ ପ୍ରଭୁଙ୍କ ନୀତିରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଯଦି ନୀତିରେ ବିଶୃଙ୍ଖଳା ଦେଖାଯାଏ ତେବେ ସଂପୃକ୍ତ ସେବାୟତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଇନ ମନ୍ତ୍ରୀଙ୍କ ଏହି ତାଗିଦକୁ ଖାତିର କଲେନି ସେବାୟତ। କିଛି ଦିନ ନଯାଉଣୁ ପୁଣି ସେବାୟତଙ୍କ ବିବାଦରୁ ଆଜି ପ୍ରଭୁ ଲିଙ୍ଗରାଜଙ୍କ ନୀତିରେ ବିଶୃଙ୍ଖଳା ଦେଖାଦେଇଛି। ଦେବଦମ୍ପତିଙ୍କ ବିବାହ ଭଳି ବଡ଼ […]

Read More Text.
Shah modi ep

ଓଡ଼ିଶା ପରେ ବିଜେପି ଫୋକସରେ ପଶ୍ଚିମବଙ୍ଗ: ୨୦୨୬ରେ ସରକାର ଗଢ଼ିବାକୁ ରଣନୀତି

କୋଲକାତା: ଆକ୍ସନ ମୋଡରେ ବିଜେପି । ଏଥର କଳେ ବଳେ କୌଶଳେ ପଶ୍ଚିମବଙ୍ଗରେ ସରକାର ଗଢିବାକୁ ଲକ୍ଷ୍ୟ ରଖିଛି ବିଜେପି । ଭାରତର ବିଭିନ୍ନ ରାଜ୍ୟରେ ବିଜେପି କ୍ଷମତାରେ ଥିବା ଅନ୍ୟ ଦଳମାନଙ୍କୁ ପରାଜିତ କରି ଗେରୁଆ ଗଡ଼ କରି ଚାଲିଥିବା ବେଳେ ମୋଦୀଙ୍କ ନେତୃତ୍ବ ଏବଂ ମୋଦୀ ମ୍ୟାଜିକ ପାଇଁ ଅନେକ ରାଜ୍ୟରେ ଚମତ୍କାର ହେଉଛି । ଦୀର୍ଘ ୨୪ ବର୍ଷ ଧରି ଓଡିଶାରେ ଶାସନ ଭାର ଗୋଟିଏ ଦଳ ହାତରେ ଥିବା ବେଳେ ଅନ୍ୟ […]

Read More Text.
Cds 750x430

ଅପରେସନ ସିନ୍ଦୂର; ସାମରିକ ତ୍ରୁଟିକୁ ସ୍ବୀକାର କଲେ ସିଡିଏସ୍‌

ନୂଆଦିଲ୍ଲୀ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ମେ’ ୭ରେ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’କୁ କାର୍ଯ୍ୟକାରୀ କରାଯାଇଥିଲା। ଏହି ଆକ୍ରମଣରେ ପାକିସ୍ତାରେ ଥିବା ବିଭିନ୍ନ ଆତଙ୍କବାଦୀ ସଂଗଠନର ୯ ଆଡ୍ଡାସ୍ଥଳ ଧ୍ବଂସ କରାଯାଇଥିବାବେଳେ ୧୧ ବାୟୁସେନା ଘାଟି କ୍ଷତିଗ୍ରସ୍ତ ହୋଇଛି। ତେବେ ଏହି ଅଭିଯାନରେ ଭାରତର ସଫଳତା ସମ୍ପୂର୍ଣ୍ଣ ଏକତରଫା ନଥିଲା ବୋଲି ଭାରତର ସିଡିଏସ (ଚିଫ୍‌ ହଫ୍‌ ଡିଫେନ୍ସ ଷ୍ଟାଫ୍‌) ଜେନେରାଲ ଅନିଲ ଚୌହ୍ବାନ ସ୍ବୀକାର କରିଛନ୍ତିି। ଚାରିଦିନ ଧରି ଚାଲିଥିବା […]

Read More Text.
Thumbs b c 0c9ce2c2a9fdd5271c449e77beee3eb6

ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୨ ମୃତ

ଗୁଆହାଟୀ: ଉତ୍ତର-ପୂର୍ବ ଭାରତରେ ବର୍ଷା ବିତ୍ପାତ ଯୋଗୁ ୩୨ ଜଣଙ୍କ ଜୀବନ ଗଲାଣି। ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର, ତ୍ରିପୁରା, ମିଜୋରାମ ଓ ମେଘାଳୟ ଭଳି ଏକାଧିକ ଉତ୍ତର-ପୂର୍ବ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ସ୍ଥତି ଅସମ୍ଭାଳ ହୋଇପଡିଛି। ଏଥିରେ ୧୨ ହଜାରରୁ ଅଧିକ ପ୍ରଭାବିତ ହୋଇଛନ୍ତି। ବିଗତ ତିନିି ଦିନ ଧରି ଲାଗି ରହିଥିବା ପ୍ରବଳ ବର୍ଷାରେ ଶତାଧିକ ବାସଗୃହ ନିଶ୍ଚିହ୍ନ ହୋଇଥିବାବେଳେ ରାସ୍ତାଘାଟ ଭୁଶୁଡି ପଡିଛି। ବିରାଟକାୟ ଗଛ ଉପୁଡି କେତେକ ସ୍ଥାନରେ ବିଦ୍ୟୁତ୍‌ […]

Read More Text.
Ukrainedrones a 1

୩ ବର୍ଷ ମଧ୍ୟରେ ରୁଷ୍‌ର ସବୁଠୁ ବଡ଼ ଡ୍ରୋନ୍‌ ଆକ୍ରମଣ: ୧୨ ୟୁକ୍ରେନ ସୈନିକ ମୃତ, ୬୦ରୁ ଊର୍ଦ୍ଧ୍ବ ଆହତ

କିଭ୍: ୟୁକ୍ରେନ ସେନା ରୁଷ ଉପରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଆକ୍ରମଣ କରିଥିବା ଦାବି ପରେ ପରେ ଋଷ ପକ୍ଷରୁ ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କରାଯାଇଥିବା କୁହାଯାଇଛି | ଯୁଦ୍ଧ ଆରମ୍ଭ ହେବା ପରଠାରୁ ଗତ ତିନି ବର୍ଷ ମଧ୍ୟରେ ୟୁକ୍ରେନ ଉପରେ ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ କରିଛି ରୁଷ୍ ବୋଲି ଦାବି କରିଛି | ୟୁକ୍ରେନ ବାୟୁସେନାର ସୂଚନା ମୁତାବକ, ୟୁକ୍ରେନ ଉପରେ ୪୭୨ଟି ଡ୍ରୋନ୍‌ରେ ଆକ୍ରମଣ କରିଛି ରୁଷ୍‌। ୟୁକ୍ରେନ ବାୟୁସେନା […]

Read More Text.