କୁର୍ମିତାର ଲୁହାପଥର ଖଣିକୁ ‘ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷ ପୁରସ୍କାର-୨୦୨୬’

ଭୁବନେଶ୍ୱର: ପରିବେଶ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଦାୟିତ୍ୱଶୀଳ ଖଣି ପରିଚାଳନା କ୍ଷେତ୍ରରେ ଓଡ଼ିଶା ଖଣି ନିଗମ (ଓଏମ୍‌ସି)ର ଆଉ ଏକ ଉଲ୍ଲେଖନୀୟ ସଫଳତା । ଓଏମ୍‌ସିର କୁର୍ମିତାର ଲୁହାପଥର ଖଣିକୁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ‘ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷ ପୁରସ୍କାର-୨୦୨୬’ ପ୍ରଦାନ କରାଯାଇଛି। ପ୍ରଦୂଷଣ ନିୟନ୍ତ୍ରଣ ଏବଂ ପରିବେଶ ପରିଚାଳନା କ୍ଷେତ୍ରରେ କୁର୍ମିତାର ଲୁହାପଥର ଖଣିର ନିରନ୍ତର ପ୍ରୟାସକୁ ଏହି ସ୍ୱୀକୃତି ପ୍ରଦାନ କରାଯାଇଛି। ଖଣି କାର୍ଯ୍ୟକଳାପ ସହିତ ପରିବେଶ ସୁରକ୍ଷାକୁ […]

Read More Text.

ଡିୟୁଏସ୍‌ୟୁ ନିର୍ବାଚନରେ ନିୟମ ଉଲ୍ଲଂଘନ: ଛାତ୍ର ସଂଗଠନଗୁଡ଼ିକୁ ଦିଲ୍ଲୀ ହାଇକୋର୍ଟଙ୍କ ଭର୍ତ୍ସନା, ୧୪୦ ପ୍ରାର୍ଥୀଙ୍କୁ ନୋଟିସ୍‌

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂଘ (ଡିୟୁଏସ୍‌ୟୁ)ର ନିର୍ବାଚନ ପ୍ରଚାର ବେଳେ କଥିତ ନିୟମ ଉଲ୍ଲଂଘନ ଓ ହିଂସାକୁ ନେଇ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓ ନ୍ୟାସନାଲ ଷ୍ଟୁଡେଣ୍ଟ୍‌ସ ୟୁନିୟନ୍‌ ଅଫ୍ ଇଣ୍ଡିଆ (ଏନ୍‌ଏସ୍‌ୟୁଆଇ) ସମେତ ବିଭିନ୍ନ ଛାତ୍ର ସଂଗଠନକୁ ପ୍ରଶ୍ନ କରିଛନ୍ତି। ମୁଖ୍ୟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟ ଓ ବିଚାରପତି ତେଜସ୍ କାରିଆଙ୍କ ଖଣ୍ଡପୀଠ ପ୍ରଶ୍ନ କରିଥିଲେ, ‘ଆପଣମାନେ ଛାତ୍ର ତ? ଲିଙ୍ଗଡୋ କମିଟିର ସୁପାରିସ ଅନୁସାରେ ନିର୍ବାଚନ […]

Read More Text.

ଓରାଙ୍ଗଉଟାନ ଉଦ୍ଧାର ଘଟଣା ; ବିହାରୀ ମାଫିଆ ଚିହ୍ନଟ

ଭୁବନେଶ୍ବର: ଭୋଗରାଇରୁ ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ଦିନ ଗଡ଼ିବା ସହ ରହସ୍ୟ ବଢ଼ିବାରେ ଲାଗିଛି। କ୍ରାଇମ୍‌ବ୍ରାଞ୍ଚର ସ୍ବତନ୍ତ୍ର କାର୍ଯ୍ୟବଳ (ଏସଟିଏଫ୍‌)କୁ ଆଉ ଏକ ସୁରାକ୍‌ ମିଳିଛି। ଓରାଙ୍ଗଉଟାନ ଡିଲ୍‌ ଓ ଚାଲାଣ ସମ୍ପୃକ୍ତ ଥିବା ବିହାରର ଜଣେ ମାଫିଆଙ୍କୁ ଚିହ୍ନଟ କରାଯାଇଛି। ତାକୁ ଧରିବାକୁ ସ୍ଥାନୀୟ ପୁଲିସ ସହାୟତାରେ ବିହାରରେ ଚଢ଼ଉ କରୁଛି ଏସ୍‌ଟିଏଫ୍‌। ଏଥିସହ ଓଡ଼ିଶାରୁ କଲକାତା ଯାଏଁ ତଦନ୍ତ ସହ ଏକାଧିକ ହୋଟେଲ୍‌ ଓ ରାସ୍ତାର ସିସିଟିଭି ସଂଗୃହୀତ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ […]

Read More Text.

TMC ନିର୍ବାଚନ ଚିହ୍ନ ଉପରେ ରୋକକୁ ନେଇ ECଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧି ଓ କେଜରିୱାଲ

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା (ଏଲଓପି) ରାହୁଲ ଗାନ୍ଧି ଶୁକ୍ରବାର ଅଖିଳ ଭାରତୀୟ ତୃଣ ମୂଳ କଂଗ୍ରେସ (ଏଆଇଟିଏମସି)ର ନାମ ଓ ନିର୍ବାଚନ ଚିହ୍ନ ନିଲମ୍ବନ ଲାଗି ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ଅନ୍ତରୀଣ ଆଦେଶକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ବିଜେପି ଓ ନିର୍ବାଚନ ଆୟୋଗ ଦେଶରେ ବିରୋଧୀ ଦଳଙ୍କୁ ଦୁର୍ବଳ କରିବା ପାଇଁ ମିଳିମିଶି କାମ କରୁଛନ୍ତି। ଏଥିରେ ସେ ‘ଦଳ ଚୋରି’କୁ ଭାରତୀୟ ଗଣତନ୍ତ୍ର ପତନର ନବୀନତମ ସଂକେତ ବୋଲି […]

Read More Text.

ପୌର ନିର୍ବାଚନ ପାଇଁ ୱାର୍ଡ ସୀମା ନିର୍ଦ୍ଧାରଣ ସୂଚୀ ବଦଳିଲା, ଅକ୍ଟୋବର ୩୧ ସୁଦ୍ଧା ପ୍ରକାଶ ପାଇବ ଚୂଡ଼ାନ୍ତ ବିଜ୍ଞପ୍ତି

ଭୁବନେଶ୍ୱର :  ପୌର ନିର୍ବାଚନ ପାଇଁ ୱାର୍ଡ ସୀମା ନିର୍ଦ୍ଧାରଣ ସୂଚୀ ବଦଳିଲା ଆଗାମୀ ପୌର ନିର୍ବାଚନ ପୂର୍ବରୁ ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ NACରେ ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ପ୍ରକ୍ରିୟା ପାଇଁ ସମୟ ସୀମାରେ ପରିବର୍ତ୍ତନ କରିଛି ଗୃହ ଓ ନଗର ଉନ୍ନୟନ ବିଭାଗ। ଅକ୍ଟୋବର ୩୧ ସୁଦ୍ଧା ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ । ଏନେଇ ଆଜି ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ସଂଶୋଧିତ କାର୍ଯ୍ୟସୂଚୀ ଜାରି […]

Read More Text.

ହାଇ ରିଟର୍ଣ୍ଣର ଲୋଭ ଦେଖାଇ ଠକି ନେଇଥିଲେ ୨୫ ଲକ୍ଷ , ୩ ଭାଇ-ଭଉଣୀ ଗିରଫ

ସମ୍ବଲପୁର:ଏକ ଆନ୍ତଃ-ଜିଲ୍ଲା ସାଇବର ଓ ଆର୍ଥିକ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ । ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ସମ୍ବଲପୁର ସାଇବର, କ୍ରାଇମ୍‌ ଏବଂ ଇକୋନୋମିକ୍‌ ଅଫେନ୍ସ (CC & EO) ଥାନା ପୋଲିସ। ଫେସବୁକରେ ଫେକ୍ ଆଇଡି ଖୋଲି ଉଚ୍ଚ ରିଟର୍ଣ୍ଣର ପ୍ରଲୋଭନ ଦେଖାଇ ୨୫ ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ଝାରସୁଗୁଡ଼ା ଅଞ୍ଚଳର ତିନି ଭାଇ-ଭଉଣୀ ଝରଣା ବାଦୀ, ରାଜେଶ […]

Read More Text.

ଉତ୍କଳ ବିଶ୍ୱବିଦ୍ୟାଳୟରେ +୩ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ ଦେଲେ ପରୀକ୍ଷା ନିୟନ୍ତ୍ରକ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟାର ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ବଡ଼ ଅଭିଯୋଗ ସାମ୍ନାକୁ ଆସିଛି । ସୋସିଆଲ ମିଡିଆ ଏବଂ ବିଭିନ୍ନ ମେସେଜିଂ ଆପ୍‌ରେ କମର୍ସ ବିଭାଗର ଏକ ପ୍ରଶ୍ନପତ୍ର ପରୀକ୍ଷା ଭାଇରାଲ ହେବାର ଦେଖିବାକୁ ମିଳିଛି । ଗତ ସେପ୍ଟେମ୍ବର ୧୨ ତାରିଖରୁ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପ୍ରାୟ ୩୦୦ଟି କଲେଜରେ ଏହି ପରୀକ୍ଷା ଚାଲିଥିବା ବେଳେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ମିଳିଥିବା ସୂଚନା […]

Read More Text.

ସିଷ୍ଟମ ଘନୀଭୂତ ହୋଇପାରେ, ବିଚଳିତ ନହେବାକୁ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର ୧୮।୯: ଉତ୍ତର ଥାଇଲାଣ୍ଡ ଉପରେ ଥିବା ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗରକୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଆସିବ । ଏହା ଶନିବାର ସନ୍ଧ୍ୟା ସୁଦ୍ଧା ସେହି ଅଞ୍ଚଳରେ ଲଘୁଚାପ ରୂପ ନେବ । ତେବେ ଲଘୁଚାପଟି କେଉଁ ରୂପ ନେବ ତାହା ଶନିବାର ସନ୍ଧ୍ୟା ପରେ ସ୍ପଷ୍ଟ ହେବ । ଆମେ ପ୍ରସ୍ତୁତ ଅଛୁ, ଲୋକଙ୍କୁ ବିଚଳିତ ନ ହେବାକୁ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ବିପର୍ଯ୍ୟୟ […]

Read More Text.

ନନ୍ଦୀଗ୍ରାମ କଂଗ୍ରେସ ପ୍ରାର୍ଥୀଙ୍କୁ ଗିରଫ କଲା ପୋଲିସ, ସମର୍ଥନ ଘୋଷଣା କରିଥିଲେ ମମତା

କୋଲକାତା: ବେଙ୍ଗଲ ନନ୍ଦୀଗ୍ରାମ ବିଧାନସଭା ଆସନରେ ଏବେ ରାଜନୀତି ଆରମ୍ଭ ହୋଇଯାଇଛି। ଏଠାରେ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ଏହି ଗିରଫ ଏକ ପୁରୁଣା ହତ୍ୟା ମାମଲାରେ ହୋଇଥିବା ଜଣାପଡିଛି। ଏହା ପୂର୍ବରୁ ମମତା ବାନାର୍ଜୀ ଗୋଷ୍ଠୀର ପ୍ରାର୍ଥୀ ସଞ୍ଚିତା ପ୍ରଧାନ ଉପ ନିର୍ବାଚନ ଲଢିବାକୁ ମନା କରିଦେଇଥିଲେ। ଏଣୁ ମମତା ବାନାର୍ଜୀ ଏହି ଉପନିର୍ବାଚନରେ କଂଗ୍ରେସ ପ୍ରତି ତାଙ୍କ ସମର୍ଥନ ଘୋଷଣା କରିଥିଲେ। ନନ୍ଦୀଗ୍ରାମରେ ଏହି ଘଟଣାକ୍ରମ ସେତେବେଳେ ହୋଇଛି ଯେତେବେଳେ […]

Read More Text.

ଓଡ଼ିଶାରେ ନିବେଶ କରିବ ଗୁଜରାଟର ଅଗ୍ରଣୀ ସେମିକଣ୍ଡକ୍ଟର କମ୍ପାନି କ୍ବାଡ୍‌କ୍ବାଣ୍ଟମ୍‌

ଭୁବନେଶ୍ବର: ଗୁଜରାଟର ଅଗ୍ରଣୀ ସେମିକଣ୍ଡକ୍ଟର କମ୍ପାନି କ୍ବାଡ୍‌କ୍ବାଣ୍ଟମ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି। ନୂଆଦିଲ୍ଲୀରେ ଆୟୋଜିତ ସେମିକନ୍‌ ଇଣ୍ଡିଆ ୨୦୨୬ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା ବେଳେ କମ୍ପାନି ଏହା ଜଣାଇଛି। କମ୍ପାନି ଓଡ଼ିଶାରେ ସିଲିକନ୍‌ କାର୍ବାଇଡ୍‌ (ଏସ୍‌ଆଇସି) ସବ୍‌ଷ୍ଟ୍ରେଟ୍‌ ୱାଫର ଉତ୍ପାଦନ କରିବା ଯୋଜନା ରଖିଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ମିଶି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସେମିକନ୍‌ ଇଣ୍ଡିଆରେ ଓଡ଼ିଶା ପାଭିଲିୟନକୁ ଉଦ୍‌ଘାଟନ କରିଥିଲେ। ଏଥି ସହିତ […]

Read More Text.