ସରକାରୀ ଆବାସିକ ବିଦ୍ୟାଳୟରେ ଜଣ୍ଡିସ୍‌ ଆତଙ୍କ; ୭୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଆକ୍ରାନ୍ତ

ରାୟଗଡ଼ା: ହୋଷ୍ଟେଲରେ ପୁଣି ଜଣ୍ଡିସ୍‌ ଆତଙ୍କ। ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ରବାଡି ସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଅଧୀନ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ ଦେଖାଦେଇଛି। ଗତ ୧୦ ଦିନ ମଧ୍ୟରେ ପ୍ରାୟ ୭୦ରୁ ଅଧିକ ଛାତ୍ରୀ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହି ଖବର ପ୍ରଘଟ ହେବା ପରେ ମେଡିକାଲ ଟିମ୍ ସ୍କୁଲ ପରିଦର୍ଶନରେ ଆସି ଆକ୍ରାନ୍ତ ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ନଳକୂପ ପାଣି […]

Read More Text.

ମମତା ବାନାର୍ଜୀଙ୍କ ଦଳକୁ ମିଳିଲା ଫୁଟବଲ୍ ଚିହ୍ନ

ନୂଆଦିଲ୍ଲୀ: Mamata Banarjee ଦିଦିଙ୍କ ମୁହଁରେ ଥାଏ ଖେଲା ହବେ । ଏବେ ତାଙ୍କୁ ମିଳିଛି ଫୁଟବଲ ଖେଳାଳି ଚିହ୍ନ । ଦିଦିଙ୍କ ଟିଏମସି ଦୁଇ ଫାଳ ହେବା ପରେ ଦୁଇ ଗୋଷ୍ଠୀଙ୍କୁ ନୂଆ ନାମ ଓ ଚିହ୍ନ ପ୍ରଦାନ କରିଛନ୍ତି ନିର୍ବାଚନ କମିଶନ । “ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ” ଏବଂ ଏହାର ପାରମ୍ପରିକ “ଘାସ-ଫୁଲ” ଚିହ୍ନକୁ ଫ୍ରିଜ୍ କରାଯାଇଛି । ଆଗାମୀ ବିଧାନସଭା ଉପନିର୍ବାଚନ ପାଇଁ ମମତାଙ୍କ ନେତୃତ୍ବାଧୀନ ଗୋଷ୍ଠୀର ନୂଆ ଦଳୀୟ ନାଁ ହେଲା […]

Read More Text.

ପାକିସ୍ତାନରେ ଲାଗିଲା ନୂଆ କଟକଣା, ରାତି ୯ଟାରେ ବନ୍ଦ ହେବ ଦୋକାନ ଓ ବଜାର

ପାକିସ୍ତାନ: Pakistan Smart Lockdown ପାକିସ୍ତାନ ପେଟ୍ରୋଲ ଓ ଡିଜେଲ ସଂରକ୍ଷଣ କରିବାକୁ ଅନେକ ନିଷ୍ପତ୍ତି ଲାଗୁ କରିଛି । ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏବେ ସମସ୍ତ ଦୋକାନ, ବଜାର, କିରାଣା ଷ୍ଟୋର, ଗ୍ରୋସରୀ ଏବଂ ଜେନେରାଲ ଷ୍ଟୋର, ସପିଂ ମଲ୍ ପୁରା ସପ୍ତାହ ରାତି ୯ ଟା ସୁଦ୍ଧା ବନ୍ଦ ହୋଇଯିବ । ବିବାହ ହଲ୍ ଏବଂ ମ୍ୟାରେଜ୍ ଟେଣ୍ଟ ରାତି ୧୦ ଟା ସୁଦ୍ଧା ବନ୍ଦ ହୋଇଯିବାକୁ ଗୁରୁତ୍ବ ଦିଆଯାଇଛି । ରେଷ୍ଟୁରାଣ୍ଟ ଏବଂ ଖାଇବା […]

Read More Text.

ଓଆଇଆଇପିସିଆରଏ ସମୀକ୍ଷା: ଜଳାଶୟ ଉନ୍ନତି ସହ କୃଷି ଓ ମତ୍ସ୍ୟଚାଷକୁ ଗୁରୁତ୍ୱ

ଭୁବନେଶ୍ୱର:  ଜଳସେଚନ ଭିତ୍ତିଭୂମିର ସୁଦୃଢ଼ୀକରଣ ସହ କୃଷି, ଉଦ୍ୟାନ କୃଷି ଓ ମତ୍ସ୍ୟଚାଷର ସମନ୍ୱିତ ବିକାଶ ନିମନ୍ତେ ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ ପାଇଁ ଜଳବାୟୁ ସହନଶୀଳ କୃଷି (ଓଆଇଆଇପିସିଆରଏ)ର ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ ଆଜି (ଶୁକ୍ରବାର) ଅନୁଷ୍ଠିତ ହୋଇଯାଇଛି। ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ପ୍ରକଳ୍ପର ସାମଗ୍ରିକ ସ୍ଥିତି, ଆର୍ଥିକ ଉପାଦାନ ଓ ବିଭିନ୍ନ ବିଭାଗ ଅଧୀନରେ ଚାଲିଥିବା କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯିବା ସହିତ […]

Read More Text.

ସହକର୍ମୀ ଯୁବତୀଙ୍କ ଘରେ ପଶି ଦୁଷ୍କର୍ମ ଓ ଅତ୍ୟାଚାର ମାମଲାରେ OAS ଅଫିସର ଅରୁଣ ବିଶ୍ବାଳ ଗିରଫ

ଭୁବନେଶ୍ୱର : OAS Officer Arrested ଗିରଫ ହେଲେ OAS ଅଫିସର ଅରୁଣ ବିଶ୍ବାଳ। ସହକର୍ମୀ ଯୁବତୀଙ୍କ ଘରେ ପଶି ଦୁଷ୍କର୍ମ ଓ ଅତ୍ୟାଚାର ମାମଲାରେ ଗିରଫ। ପରିବହନ ବିଭାଗ ଅତିରିକ୍ତ ସଚିବ ଅରୁଣ ବିଶ୍ବାଳ ଗିରଫ କରିଛି ଭୁବନେଶ୍ବର ଖାରବେଳ ନଗର ଥାନା ପୋଲିସ।ଗତ କାଲି ପୀଡ଼ିତାଙ୍କ ଘରେ ପଶିଥିବା ବେଳେ ତାଙ୍କୁ ଉଠାଇ ଆଣିଥିଲା ପିସିଆର। ଆଜି ଥାନରେ ଲିଖିତ ଅଭିଯୋଗ ପରେ ଅରୁଣ ବିଶ୍ବାଳଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ତାଙ୍କ ନାଁରେ ଅଭିଯୋଗକାରିଣୀଙ୍କ […]

Read More Text.

କଟକ ଦୁର୍ଗାପୂଜା ପାଇଁ ଆଜିଠୁ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା

କଟକ: ଚାଲିଛି ପାର୍ବଣ ଋତୁ। ସରିଲାଣି ଗଣେଶ ପୂଜା, ବିଶ୍ୱକର୍ମା ପୂଜା। ଆଗକୁ ଆସୁଛି ଦୁର୍ଗାପୂଜା। ଏଥିଲାଗି ଆଜିଠାରୁ ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା। କଟକ ବାରବାଟୀ ପ୍ୟାଲେସରେ ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଆବେଦନ। ଶାରଦୀୟ ଦୁର୍ଗାପୂଜା–୨୦୨୬କୁ କଟକ ସହରରେ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଗମ ଭାବେ ପାଳନ ନିମନ୍ତେ ବାରବାଟୀ ପ୍ୟାଲେସଠାରେ ଆଜି ଠାରୁ ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ। ପ୍ରଥମ ୪ଦିନରେ ସମସ୍ତ ପୂଜା କମିଟି ଏନ୍‌ଓସି ଓ ଆବଶ୍ୟକ ଅନୁମତିପତ୍ର ପାଇଁ […]

Read More Text.

ସ୍ପାମ୍ କଲ୍‌ରେ ଲାଗିବ ଲଗାମ, ଟ୍ରାଇର ନୂଆ ନିୟମ, ୫ଟି ନମ୍ବର ଧରାପଡ଼ିଲେ କଟିପାରେ କନେକ୍ସନ୍

ନୂଆଦିଲ୍ଲୀ: ଫେକ୍ କଲ୍, ସ୍ପାମ୍ କଲ୍ ଓ ଅନିଚ୍ଛାକୃତ କମର୍ସିଆଲ୍ କଲ୍ରେ ଲାଗିବ ଲଗାମ। ଟେଲିକମ୍ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ (TRAI) ଏନେଇ ଶୁକ୍ରବାର ନୂଆ ନିୟମ ଲାଗୁ କରିଛି। ନୂଆ ବ୍ୟବସ୍ଥାରେ ରୋବୋକଲ୍, ଅଟୋମେଟେଡ୍ କଲ୍ ଏବଂ ଏଆଇ ଆଧାରିତ ସ୍ପାମ୍ ଚିହ୍ନଟକୁ ନିୟାମକ ପରିସର ଭିତରକୁ ଅଣାଯାଇଛି। ଏହାଦ୍ୱାରା ସ୍ପାମର୍ଙ୍କ ବିରୋଧରେ ଶୀଘ୍ର ଏବଂ କଠୋର କାର୍ଯ୍ୟାନୁଷ୍ଠାନ ହୋଇପାରିବ। ଯଦି କୌଣସି ସ୍ପାମରଙ୍କର ୫ କିମ୍ବା ତା’ଠାରୁ ଅଧିକ ୧୦ ଦିନରେ ଚିହ୍ନଟ […]

Read More Text.

ସୁନ୍ଦରଗଡ଼ରେ ଥମୁନି ସ୍କ୍ରବ୍ ଟାଇଫସ୍‌ ସଂକ୍ରମଣ, ୮୭୧ ଜଣଙ୍କ ରିପୋର୍ଟ ପଜିଟିଭ୍

ସୁନ୍ଦରଗଡ: ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଇଛି ସ୍କ୍ରବ୍ ଟାଇଫସ୍। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଜଣେ ପରେ ଜଣେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୮୭୧ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ରହିଛି । ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ପରେ ରୋଗ ନିୟନ୍ତ୍ରଣ ସହ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ାଇବା ସ୍ୱାସ୍ଥ୍ୟ ବିଭାଗ ପାଇଁ ବଡ଼ ଆହ୍ବାନ ପାଲଟିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଏହି ରୋଗରେ ଜିଲ୍ଲାରେ କାହାରି ମୃତ୍ୟୁ ହୋଇନାହିଁ । ଜିଲ୍ଲାରେ […]

Read More Text.

ଜାରିହେବ ଏସ୍‌ଓପି: ନିଜ ଜିଲ୍ଲାରେ ଅଡିଟ୍ କାର୍ଯ୍ୟ କରିପାରିବେ ନାହିଁ ଅଡିଟର୍

ଭୁବନେଶ୍ୱର/କଟକ: ଜିଲ୍ଲାର ବିଭିନ୍ନ ବିଭାଗର ଅଡିଟ୍‌ କାର୍ଯ୍ୟକୁ ଆହୁରି ସଶକ୍ତ ଓ ସ୍ବଚ୍ଛ କରିବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଅଡିଟ୍‌ ନେଇ ନୂତନ ମାନକ ସଂଚାଳନ ପ୍ରକ୍ରିୟା (ଏସ୍‌ଓପି) ପ୍ରସ୍ତୁତ କରାଯିବା ସହ ଅଡିଟରମାନେ ଏଣିକି ନିଜ ଜିଲ୍ଲାରେ ଅଡିଟ୍‌ କରିବା ଉପରେ କଟକଣା ରହିବ। ଆଜି (ଶୁକ୍ରବାର) ରାଜସ୍ବ ପରିଷଦ ସଦସ୍ୟ ସତ୍ୟବ୍ରତ ସାହୁଙ୍କ ଅଧକ୍ଷତାରେ ଅଡିଟ୍ ସମ୍ବନ୍ଧୀୟ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି। ଏହି ସମୀକ୍ଷା ବୈଠକରେ […]

Read More Text.

ରାଜ୍ୟସଭା କ୍ରସ୍‌ ଭୋଟିଂ ମାମଲା: ସେପ୍ଟେମ୍ବର ୨୯କୁ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ବିଜୁ ଜନତା ଦଳର କିଛି ବିଧାୟକଙ୍କ ଦ୍ୱାରା ହୋଇଥିବା ଚର୍ଚ୍ଚିତ କ୍ରସ୍‌ ଭୋଟିଂ ଏବଂ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ନେଇ ଓଡ଼ିଶା ରାଜନୀତିରେ ପୁଣି ଥରେ ଝଡ଼ ସୃଷ୍ଟି ହୋଇଛି। ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ୱିପ୍‌ ଅମାନ୍ୟ କରି କ୍ରସ୍‌ ଭୋଟିଂ କରିଥିବା ଅଭିଯୋଗରେ ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପ୍ରସଙ୍ଗରେ ଦାୟର ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ଆଜି ବିଚାରପତି ଜଷ୍ଟିସ ଆର୍‌.କେ. ପଟ୍ଟନାୟକଙ୍କ କୋର୍ଟରେ ଏହି […]

Read More Text.