Upendra dwivedi 1068x601

ବିଶ୍ଵ ମାନଚିତ୍ରରୁ ହଜିଯିବ ପାକିସ୍ତାନର ଚିହ୍ନବର୍ଣ୍ଣ : ସେନାମୁଖ୍ୟ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ଭାରତଠୁ ପରାଜିତ ହେବା ପରେ ବି ପାକିସ୍ତାନ ନିଜ ହରକତ ଛାଡ଼ିପାରୁନି। ଏବେ ଭାରତ ତରଫରୁ କଡ଼ା ଚେତାବନୀ ଦିଆଯାଇଛି। ଆତଙ୍କବାଦୀଙ୍କୁ ପାଳିପୋଷି ବଡ଼ କରୁଥିବା ପାକିସ୍ତାନକୁ ସେନା ମୁଖ୍ୟ ଉପେନ୍ଦ୍ର ଦ୍ଵିବେଦୀ ଚେତାଇ କହିଛନ୍ତି, ଯଦି ପାକିସ୍ତାନ ନିଜ ଅଭ୍ୟାସରୁ ଦୂରେଇ ନ ରହିଲେ ବିଶ୍ଵ ମାନଚିତ୍ରରୁ ତା’ର ଚିହ୍ନବର୍ଣ୍ଣ ହଜାଇ ଦିଆଯିବ । ରାଜସ୍ଥାନର ଅନୁପଗଡ଼ରେ ସେନା ପୋଷ୍ଟରେ ଜେନେରାଲ ଦ୍ଵିବେଦୀ କହିଥିଲେ ଯେ, ଏଥର ଭାରତୀୟ ସେନା କୌଣସି ସଂଯତ […]

Read More Text.
Wanted

ଫେରାର ୨ କଏଦୀଙ୍କ ଫଟୋ ଜାରି, ଧରାଇ ଦେଲେ ମିଳିବ ୫୦ ହଜାର ଟଙ୍କା ପୁରସ୍କାର

କଟକ : କଟକ ଡିସିପି ଅଫିସ ପକ୍ଷରୁ ଚୌଦ୍ୱାର ସର୍କଲ ଜେଲରୁ ୨ ଫେରାର କଏଦୀଙ୍କ ଫଟୋ ଜାରି କରାଯାଇଛି ।  ସେମାନଙ୍କ ସମ୍ବନ୍ଧରେ କିଛି ଜାଣିଲେ ତୁରନ୍ତ ସୂଚନା ଦେବାକୁ ଅନୁରୋଧ  କରାଯାଇଛି । ସୂଚନାଦାତାଙ୍କ ପରିଚୟ ଗୁପ୍ତ ରଖାଯିବ ।  ସଠିକ୍ ସୂଚନା ପାଇଁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି କଟକ ଡିସିପି ଅଫିସ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । କଟକର ଚୌଦ୍ୱାର ସର୍କଲ ଜେଲରୁ ୨ କଏଦୀ ଫେରାର ଘଟଣାରେ […]

Read More Text.
Download (2)

ରାୟଗଡ଼ାରେ ଭୂସ୍ଖଳନ: ଭାଙ୍ଗିଲା ରେଳ ଧାରଣା, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ରାୟଗଡ଼ା: ରାୟଗଡ଼ା ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦଶହରାକୁ ଧୋଇ ଦେଇଛି ଲଗାଣ ବର୍ଷା। ପାହାଡ ଧସି ଟ୍ରେନ ଟ୍ରାକରେ ପଡିବାରୁ ଟ୍ରାକ ଭାଙ୍ଗିଯାଇଛି। ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହାସହ ବର୍ଷା ଯୋଗୁଁ ବ୍ରାହ୍ମଣ ସାହି ଦୁର୍ଗାପୂଜା କମିଟି ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ରାବଣ ପୋଡ଼ି ଉତ୍ସବକୁ ସ୍ଥଗିତ ରଖାଯାଇଛି। ବୁଧବାର ରାତିରୁ ରାୟଗଡା ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି। […]

Read More Text.
Screenshot 2025 10 03 083043

ଲଗାଣ ବର୍ଷାରେ ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ପର୍ଯ୍ୟଟକ ଉଦ୍ଧାର

ଗଜପତି: ଲଗାଣ ବର୍ଷାରେ ଗଜପତି ଜିଲ୍ଲାର ସ୍ଥିତି ବେହାଲ। ଗଜପତି ମହେନ୍ଦ୍ରଗିରିରେ ଭୂସ୍ଖଳନ ପରେ ଫସି ରହିଥିବା ପର୍ଯ୍ୟଟକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଛି ଉଦ୍ଧାର। ହେଲେ ରାୟଗଡ଼ ବ୍ଲକ ଅନ୍ତର୍ଗତ ପେକେଟ ଗାଁରେ ଭୂସ୍କଳନ ପରେ ବାପ ଆଉ ପୁଅ ନିଖୋଜ ଅଛନ୍ତି। ବସ୍ତ୍ରୀଗୁଡା, ପେଟ, ମହେନ୍ଦ୍ରଗିରି, ଅଢ଼େଇ ଆଦି ସ୍ଥାନରେ ଭୂସ୍ଖଳନ ହୋଇଥିବା ବେଳେ ବିଭିନ୍ନ ଜନବସତିରେ ବନ୍ୟା ଜଳ ପ୍ରବେଶ କରିଛି । ଭୂସ୍ଖଳନ ଯୋଗୁଁ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ନିଖୋଜ […]

Read More Text.
Img 20251003 wa0002 1068x608

ଶୋଇଥିବା ବେଳେ ମାରଣାସ୍ତ୍ରରେ ହାଣି ହତ୍ୟା

ପାଟଣା: ନିଜ ଘର ବାରଣ୍ଡାରେ ଶୋଇଥିବା ଅବସ୍ଥାରେ ମୁଣ୍ଡକୁ ହାଣି ହତ୍ୟା କରାଯାଇଛି । ଏଭଳି ଅଭାବନୀୟ ଘଟଣା  କେନ୍ଦୁଝର ଜିଲା ଘଟଗାଁ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ୫୫ବର୍ଷୀୟ ଭଦୃ ମହାକୁଡ । ଖବରରୁ ପ୍ରକାଶ ଯେ ଘଟଗାଁ ଥାନା ଅଞ୍ଚଳ ଢେଙ୍କିକୋଟ ବିଟ ହାଉସ ଅନ୍ତର୍ଗତ ମେଦିନିପୁର ଗ୍ରାମର ଭଦୃ ମହାକୁଡ଼ ନିଜ ଘର ବାରଣ୍ଡାରେ ଶୋଇଥିବା ବେଳେ ଗତରାତି ୩ଟା ରୁ ୪ଟା ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିଲା […]

Read More Text.
A.p singh 1068x601

୧୦ରୁ ୧୨ ପାକିସ୍ତାନୀ ଯୁଦ୍ଧ ବିମାନ ନଷ୍ଟ କରିଛି ଭାରତ : ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ସମୟରେ ଭାରତ ଏହାର ଦକ୍ଷତା ଏବଂ ଶକ୍ତି ପ୍ରଦର୍ଶନ କରିଛି। ଭାରତୀୟ ବାୟୁସେନା(ଆଇଏଏଫ) ଶତ୍ରୁ ରାଷ୍ଟ୍ରର ୩୦୦ କିଲୋମିଟର ଭିତର ଅଞ୍ଚଳରେ ପ୍ରବେଶ କରି ଆକ୍ରମଣ କରିଛି। ଏହି ସମୟରେ ୧୦ରୁ ୧୨ ପାକିସ୍ତାନୀ ଯୁଦ୍ଧ ବିମାନକୁ ଭାରତ ନଷ୍ଟ କରିଛି ବୋଲି ଶୁକ୍ରବାର କହିଛନ୍ତି ବାୟୁସେନା ମୁଖ୍ୟ ଏ.ପି. ସିଂହ। ନଷ୍ଟ କରାଯାଇଥିବା ଯୁଦ୍ଧ ବିମାନ ମଧ୍ୟରେ ଏଫ-୧୬ ଯୁଦ୍ଧ ବିମାନ ବି ସାମିଲ ରହିଛି ବୋଲି ସେ କହିଛନ୍ତି। ସିଂହ କହିଥିଲେ, […]

Read More Text.
Skynews cough medication syrup 5937677

କଫ୍‍ ସିରପ୍‍ ପିଇ ୧୨ପିଲାଙ୍କ ମୃତ୍ୟୁ

ମଧ୍ୟପ୍ରଦେଶ: ଥଣ୍ଡା କାଶ ପାଇଁ ଖାଉଥିବା ଔଷଧ ଜୀବନ ପ୍ରତି ବିପଦପୂର୍ଣ୍ଣ ହୋଇପାରେ । ଏପରି ଜଣାପଡିଛି ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲାରେ । କଫ ସିରପ୍‍ ଖାଇବା ପରେ ଆଉ ତିନି ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଗତ ୨୦ଦିନରେ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଲାଣି । ଯାହାକି ଏକ ଚିନ୍ତାର ବିଷୟ ହୋଇଛି । ଉଲ୍ଲେଖନୀୟ ଯେ କାଶ ଔଷଧ ଖାଇବା ପରେ କିଡନୀ ଫେଲ ହେବା ସହିତ ମୃତ୍ୟୁର କାରଣ ହୋଇଛି । […]

Read More Text.
Prime minister modi and russian president putin

ଟ୍ରମ୍ପଙ୍କ ଶୁଳ୍କ ଯୋଗୁଁ ଭାରତକୁ କ୍ଷତି ସହିବାକୁ ଦେବନାହିଁ ରୁଷ

ନୂଆଦିଲ୍ଲୀ: ଭାରତ ଉପରେ ଚାପ ପକାଇବା ପାଇଁ ଆମେରିକା ୫୦ପ୍ରତିଶତ ଶୁଳ୍କ ଲାଗୁ କରିଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ଭାବିଥିଲେ ଯେ ଏହା ଭାରତ-ରୁଷ ବନ୍ଧୁତାକୁ ଭାଙ୍ଗିଦେବ । ଶୁଳ୍କ ଚାପରେ ଭାରତ ରୁଷଠାରୁ ଆଉ ତେଲ କିଣିବା ବନ୍ଦ କରିଦେବ । ଫଳରେ ଏହା ରୁଷକୁ ମଧ୍ୟ ଦୁର୍ବଳ କରିବ । ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟ ଶେଷ ହୋଇଯିବ । କିନ୍ତୁ ଭାରତ ରୁଷ ବନ୍ଧୁତା ଟ୍ରମ୍ପଙ୍କ ଆଶାକୁ ମଉଳାଇ ଦେଇଛି । ହଁ […]

Read More Text.
Pakk

ପେଶାୱରରେ ବୋମା ବିସ୍ଫୋରଣ: ୯ମୃତ

ପାକିସ୍ତାନ: ପାକିସ୍ତାନର ପେଶାୱରରେ ବୋମା ବିସ୍ପୋରଣରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଥିବା ଜଣାପଡିଛି । ଆହତମାନେ ଆଇନ ପ୍ରବର୍ତ୍ତନ ଅଧିକାରୀ ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁସାରେ ସୁରକ୍ଷା ବାହିନୀକୁ ଟାର୍ଗେଟ କରିବା ପାଇଁ ବିସ୍ଫୋରଣ ଘଟିଥିଲା । ଜଣେ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ ପୁଲିସ ଓ ସୁରକ୍ଷା ଅଧିକାରୀଙ୍କୁ ଲକ୍ଷ୍ୟ କରି ବିସ୍ଫୋରଣ କରାଯାଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ବିସ୍ଫୋରକ ଉପକରଣଟି ପୁଲିସ ଭ୍ୟାନ ଯାଉଥିବା […]

Read More Text.
3

NIELIT ଡିଜିଟାଲ୍ ବିଶ୍ୱବିଦ୍ୟାଳୟ ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରେ ଏନଆଇଇଏଲଆଇଟି ଡିଜିଟାଲ୍ ବିଶ୍ୱବିଦ୍ୟାଳୟ ପ୍ଲାଟଫର୍ମର ଲୋକାର୍ପଣ କରିଛନ୍ତି। ଉଚ୍ଚମାନର ଡିଜିଟାଲ୍ ଶିକ୍ଷାର ଉପଲବ୍ଧତାକୁ ସାର୍ବଜନୀନ କରିବା ପାଇଁ ଏହି ପ୍ଲାଟଫର୍ମ ଡିଜାଇନ୍ କରାଯାଇଛି। ଏହି ପ୍ଲାଟଫର୍ମ ଏଆଇ, ସାଇବର ସୁରକ୍ଷା, ଡାଟା ସାଇନ୍ସ, ସେମିକଣ୍ଡକ୍ଟର ଏବଂ ଆନୁସଙ୍ଗିକ କ୍ଷେତ୍ର ଭଳି ସ୍ୱତନ୍ତ୍ର ପ୍ରଯୁକ୍ତିବିଦ୍ୟାରେ ଶିଳ୍ପ-କେନ୍ଦ୍ରିତ ପାଠ୍ୟକ୍ରମ ପ୍ରଦାନ କରିବ। ଏହା ଯୁବପିଢ଼ିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ଦକ୍ଷତାରେ ସୁସଜ୍ଜିତ କରିବା […]

Read More Text.