Rew

ସ୍ତ୍ରୀକୁ ହତ୍ୟା କରି ମୃତଦେହକୁ ବକ୍ସଖଟରେ ଲୁଚାଇ ରଖିଥିଲା ସ୍ବାମୀ

State

ଉମରକୋଟ : ବକ୍ସ ଖଟରେ ସ୍ତ୍ରୀର ଡେଡ୍ ବଡି । ସ୍ତ୍ରୀକୁ ହତ୍ୟା କରି ଖଟରେ ଥିବା ବାକ୍ସରେ ଲୁଚାଇ ଘରକୁ ତାଲା ପକାଇ ସ୍ୱାମୀ ଫେରାର । ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ହଳଦି ଗାଁରେ । ମୃତ ମହିଳା ଜଣକ ହେଲେ ଅନିତା ସୋରି। ହତ୍ୟାକାରୀ ସ୍ୱାମୀ ହେଲେ ଦୁଷ୍ମନ୍ତ ନାୟକ । ମହିଳାଙ୍କ ପରିବାର ଲୋକେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘର ତାଲା ଭାଙ୍ଗିଛି । ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରି ଶବ ଉଦ୍ଧାର କରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ । ବର୍ତ୍ତମାନ ସୁଦ୍ଧା ଯେଉଁ କାରଣରୁ ସ୍ତ୍ରୀ କୁ ସ୍ୱାମୀ ହତ୍ୟା କରିଛି ଜଣାପଡି ନାହିଁ ।