ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଳକର ଅସନା ଗ୍ରାମପଞ୍ଚାୟତ ର ଚହଲାପଦା ଗ୍ରାମର ଜନୈକ ଶିଶୁ ନଦୀରେ ବୁଡ଼ି ମୃତ୍ୟୁ ବରଣ କରିଥିବା ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଯାଇଛି । ସୂଚନାଯୋଗ୍ୟ ଚହଲାପଦା ଗ୍ରାମର ତୁରାମ ସଦର ର ଭଉଣୀ ସହିତ ତାଙ୍କ ଶିଶୁ ପୁତ୍ର ଘର ପାଖରେ ବୋହି ଯାଇଥିବା ଚହଲାପଦା ନଦୀକୁ ଅପରାହ୍ନ ୩ ଟା ପାଖାପାଖି ସମୟରେ ଯାଇଥିଲେ । ସେଠାରେ ତୁରାମ ର ଭଉଣୀ ନଦୀ ରୁ ଅଳ୍ପ ଦୂର ଶୌଚ ପାଇଁ ଯାଇଥିବାବେଳେ ଶିଶୁପୁତ୍ର ରିତିକ ସୟ ନଦୀ ପାଣିରେ ଖେଳୁ ଖେଳୁ ନଦୀ ଭିତରକୁ ଖସି ପାଣିରେ ବୁଡି ଯାଇଥିଲା ।ତୁରାମର ଭଉଣୀ ଆସି ରିତିକ ଖୋଜାଖୋଜି ପରେ ଗାଁ ଓ ଘର ଲୋକଙ୍କୁ ଲୋକକୁ ଖବର ଦେଇଥିଲେ । ସମସ୍ତେ ଖୋଜାଖୋଜି ପରେ ଶିଶୁପୁତ୍ର କୁ ନଦୀରେ ପାଇଥିଲେ ।ପରେ ତାକୁ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ।ଏ ବାବଦରେ ଵହଳଦା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ଶିଶୁପୁତ୍ର କୁ ହରାଇ ଜ୍ଞାତି ପରିଜନଦୁଃଖରେ ଭାଙ୍ଗି ପଡିଥିଲେ ।
