Dead Body Death 1024x682 3 300x200 2

ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଜ୍ୟ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଗମ୍ଭାରିଆ ଗ୍ରାମ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗମ୍ଭାରିଆ ବଡ଼ ପୋଲ ନିକଟସ୍ଥ ଶ୍ମଶାନରେ ଥିବା ଏକ ଗଛରୁ ଜଣେ ୧୮ ବର୍ଷୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ସ୍ଥାନୀୟ ସ୍ୱର୍ଗତ ସରୋଜ ସର୍ଦାରଙ୍କ ପୁଅ ଅଭିଷେକ ସର୍ଦାର ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ ସ୍ଥାନୀୟ ଲୋକେ ଗଛରେ ଅଭିଷେକଙ୍କ ମୃତଦେହ ଝୁଲୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବହଳଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। କିଛି ଦିନ ତଳେ ବାପାଙ୍କ ଦେହାନ୍ତ ପରେ ଅଭିଷେକ ହିଁ ନିଜ ମା’, ଭାଇ ଓ ଭଉଣୀଙ୍କ ଭରଣପୋଷଣର ଏକମାତ୍ର ସାହାରା ଥିଲେ। ଏହା ଆତ୍ମହତ୍ୟା ନା ଅନ୍ୟ କିଛି କାରଣ ରହିଛି, ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।