ବାରିପଦା: ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ପାଳନ ଉପଲକ୍ଷେ ବାରିପଦା ଠାରେ ଆରମ୍ଭ ହୋଇଥିବା ମୟୁରଭଞ୍ଜର ମହାନ ଗଣପର୍ବ ବଳାଙ୍ଗୀ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ବଳାଙ୍ଗୀ ଟେଲେଣ୍ଟ ହଣ୍ଟ ନୃତ୍ୟ ପ୍ରତିଯୋଗିତାର ସିନିୟର, ଗ୍ରୁପ ଏବଂ କ୍ଲାସିକାଲ ବିଭାଗର ଫାଇନାଲ ରାଉଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି | ପରେ ପରେ ପ୍ରସିଦ୍ଧ ଆଦିବାସୀ ଲୋକନୃତ୍ୟ, ଏବଂ ମୟୁରଭଞ୍ଜର ପ୍ରସିଦ୍ଧ ଝୁମର ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ମହୋତ୍ସବ କମିଟିର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ରାଜନେତା ଜୀବନ କୁମାର ସାହୁ, ପୂର୍ବତନ କୃଷିଶୀଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ଉପ ନଗରପାଳ ଜିତେନ୍ଦ୍ର ମହାନ୍ତି, କାଉନସିଲର ସୁକେଶିନୀ ସେଠୀ, ସମାଜସେବୀ ଅମର ସେଠୀ, ବକ୍ତା ଭାବରେ ପ୍ରଫେସର ବବ୍ରୁବାହାନ ମହାପାତ୍ର, ପ୍ରଫେସର ଡ଼. ଜଗତ ବନ୍ଧୁ ଆଚାର୍ଯ୍ୟ, ବଳାଙ୍ଗୀ ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରମୁଖ ଯୋଗଦେଇ ବଳାଙ୍ଗୀ ମୋହୋତ୍ସବ ମୟୁରଭଞ୍ଜ ଜିଲ୍ଲାରେ ଏକ ସଂସ୍କୃତିକ ଆନ୍ଦୋଳନର ସୂତ୍ରଧର ଭାବରେ କାର୍ଯ୍ୟ କରୁଛି ବୋଲି ମତ ରଖିଥିଲେ | ମହୋତ୍ସବ କମିଟିର ସହ ସମ୍ପାଦକ କୃତି ଶିକ୍ଷକ ଡ଼. ଶଶୀଧର ବିଶ୍ୱାଳ ମଞ୍ଚ ପରିଚାଳନା କରିଥିବା ବେଳେ, ଉପାଧ୍ୟକ୍ଷ ରାଜୀବ ଲୋଚନ ସେନାପତି, କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ, ସହ ସମ୍ପାଦକ ବଳରାମ ବେହେରା,ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମରେଶ ନାୟକ, ଉପାଧ୍ୟକ୍ଷ ମିଥୁନ ବାରିକ, ସମ୍ପାଦକ ସନତ ବାରିକ, ସଦସ୍ୟ ପଦ୍ମନାଭ ମହାପାତ୍ର, ଦିଲ୍ଲୀପ ପାତ୍ର ପ୍ରମୁଖ ଯୋଗଦେଇ କଳାକାର ମାନଙ୍କୁ ସମ୍ମାନିତ କରିଥିଲେ |
