ବାରିପଦା- ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ପାଳନ ଉପଲକ୍ଷେ ବାରିପଦା ଠାରେ ଆରମ୍ଭ ହୋଇଥିବା ମୟୁରଭଞ୍ଜର ମହାନ ଗଣପର୍ବ ବଳାଙ୍ଗୀ ମହୋତ୍ସବର 2ୟ ସନ୍ଧ୍ୟାରେ ବଳାଙ୍ଗୀ ଟେଲେଣ୍ଟ ହଣ୍ଟ ନୃତ୍ୟ ପ୍ରତିଯୋଗିତାର ସବ ଜୁନିୟର ଏବଂ ଜୁନିୟର ବିଭାଗର ଫାଇନାଲ ରାଉଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି | ପ୍ରତିବିଭାଗରୁ 10ଜଣ ଲେଖାଏଁ ଉତୀର୍ଣ୍ଣ ପ୍ରତିଯୋଗୀ ମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ | ପରେ ପରେ ପ୍ରସିଦ୍ଧ ଆଦିବାସୀ ଲୋକନୃତ୍ୟ, ଏବଂ ମୋଗଲତାମସା, ଭଜନ ସଂନ୍ଧ୍ୟା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ମହୋତ୍ସବ କମିଟିର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ, ଅଧ୍ୟକ୍ଷ ଅରବିନ୍ଦ ଦାସ, ଉପାଧ୍ୟକ୍ଷ ରାଜୀବ ଲୋଚନ ସେନାପତି, କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ, ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମରେଶ ନାୟକ, ଉପାଧ୍ୟକ୍ଷ ମିଥୁନ ବାରିକ, ସମ୍ପାଦକ ସନତ ବାରିକ, ସଦସ୍ୟ ପଦ୍ମନାଭ ମହାପାତ୍ର, ଦିଲ୍ଲୀପ ପାତ୍ର ପ୍ରମୁଖ ଯୋଗଦେଇ କଳାକାର ମାନଙ୍କୁ ସମ୍ମାନିତ କରିଥିଲେ |
