Img 20250413 Wa0140

ମୟୂରଭଞ୍ଜ ମାଇକ୍ରୋ ଫାଇନାନ୍ସ ହିତାଧିକାରୀ ସଂଘର କନଭେନସନ ଅନୁଷ୍ଠିତ 

State
ବାରିପଦା : ମୟୁରଭଞ୍ଜ ଜିଲ୍ଲା ମାଇକ୍ରୋ ଫାଇନାନ୍ସ ହିତାଧିକାରୀ ସଂଘର ସାରସକଣା ବ୍ଲକ୍ ସ୍ତରୀୟ କନଭେନସନ ବାଲିଆସାହି ସ୍ଥିତ ଶିବ ପାର୍ବତୀ ମଣ୍ଡପରେ ଅନୁଷ୍ଠିତ ହୋଇ ଯାଇଛି। ଅନ୍ନପୂର୍ଣ୍ଣା,ଜନା,ଇସାବ, ସମସ୍ତା, ଉତ୍କୋରଷ, ବନ୍ଧନ,ଏସ କେ ଏସ,ଭାରତ,ଆରବିଏଲ,ପିପୁଲସ,ଏଲ ଏନ୍ ଟି,କେପିଟାଲ ଭଳି ଘରୋଇ ଅର୍ଥ ଲଗାଣ କାରି ସଂସ୍ଥାମାନେ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାର ପ୍ରଲୋଭନ ଦେଖାଇ ଆଧାର, ଭୋଟର୍ ପରିଚୟ ପତ୍ର ନେଇ ଗ୍ରୁପ ଜରିଆରେ ୠଣ ଦେଇ ଚାଲିଛନ୍ତି। ଗ୍ରୁପ ମାନଂକୁ ଚଢ଼ା ସୁଧ ହାରରେ ୠଣ ଦେଇ ସାପ୍ତାହିକ,୧୫ ଦିନିଆ ଓ ମାସିକିଆ ଋଣକୁ ୠଣ ଉପରେ ଦେଇ ଆଦାୟର ଜୁଲୁମ କରୁଛନ୍ତି। ୠଣ ଆଦାୟ ନାମରେ କର୍ମଚାରୀମାନେ ଘରକୁ ଘର ଯାଇ ପୁରୁଷମାନେ ନଥିବା ସମୟରେ ଜୋରଜବରଦସ୍ତ ପଶି ଅଶ୍ଳୀଳ ଭାଷା ପ୍ରୟୋଗ କରିବା ସହ ଖରାପ୍ ନଜରରେ ଦେଖୁଛନ୍ତି, ଯାହାକି ପରିବାର ବର୍ଗଙ୍କ ଭିତରେ ଅଶାନ୍ତି ସୃଷ୍ଟି କରୁଛନ୍ତି। ଅଧିକାଂଶ ପରିବାର ଲୋକ ଲଜ୍ଜାରେ ଘର ଛାଡି ପଳାଇଛନ୍ତି ଏବଂ ଆତ୍ମହତ୍ୟା କରୁଛନ୍ତିି। ଆର୍ଥିକ ଲଗାଣ କାରି ସଂସ୍ଥାମାନକର ଏଭଳି କାର୍ଯ୍ୟକୁ ହିତାଧିକାରୀମାନେ ନା ପସନ୍ଦ କରିବା ସହିତ ଜୋର୍ ଜୁଲୁମକୁ ପ୍ରତିହତ କରିବା ନିମନ୍ତେ ଜିଲ୍ଲା କନଭେନସନ ଅନୁଷ୍ଠିତ ହୋଇଛି। ସମୟାନୁ କ୍ରମେ ସଂସ୍ଥାମାନେ ନ ସୁଧୁରିଲେ ଆସନ୍ତା ଅପ୍ରେଲ ୨୨ ରିଖରେ ସଂଘ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବ। ଆଜିର ବୈଠକରେ ସିନୁ କବାଟ, ମମତା ନାଏକ, ମିନତି ନାଏକ, ଦୂର୍ଗୀ ନାଏକ, ରଶ୍ମିତା ଦାସ,ସୋମବାରି ବିନ୍ଧାଣି, ଶାନ୍ତି ମୁଣ୍ଡା, ପଦ୍ମାବତୀ ନାଏକ, ଅନୀତା ନାଏକ, ଜୟନ୍ତି ନାଏକ, କମଳା ନାଏକ,କୈତ ମୁଣ୍ଡା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।ଆବାହକ ପରମେଶ୍ବର ମହାନ୍ତ, ପ୍ରତାପ ନାଏକ, ଦେବେନ୍ଦ୍ର ବେହେରା, ବଳରାମ ମୁର୍ମୁ, ଶୁକଦେବ ସିଂ, ନାରାୟଣ ଟୁଡୁ, ଜଗବନ୍ଧୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।