୧୨

ବଡ଼ବେତରା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଦେଶଭକ୍ତିର ସ୍ୱରରେ ରଞ୍ଜିତ ହେଲା ପରିବେଶ

ରାଜ୍ୟ

777

କେନ୍ଦ୍ରାପଡ଼ା(ବିକାଶ ବେହେରା)  : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ବଡ଼ବେତରା ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଦେଶର ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ, ଉଦ୍ଦୀପନା ଓ ଦେଶଭକ୍ତିର ମାହୋଲ ମଧ୍ୟରେ ପାଳିତ ହୋଇଯାଇଛି। ସକାଳୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଗହଣରେ ଏକ ଗୁରୁତ୍ୱପୂର୍ଣ୍ଣ ସଭାର ଆୟୋଜନ କରାଯାଇଥିଲା।

13

ଏହି ସ୍ମରଣୀୟ ଉତ୍ସବରେ ଗ୍ରାମର ପ୍ରତିଷ୍ଠିତ ବୟୋଜ୍ୟଷ୍ଠ ବ୍ୟକ୍ତିତ୍ୱ ତଥା ବିଶିଷ୍ଟ ସମାଜସେବୀ ନଗେନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ଚୟାରମ୍ୟାନ ସୁଶାନ୍ତ ମହାପାତ୍ର, ରାକେଶ ପଣ୍ଡା, ବିକାଶ ବେହେରା, ସନ୍ତୋଷ ମହାପାତ୍ର, ପ୍ରଫୁଳ୍ଲ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ | ପତାକା ଉତ୍ତୋଳନ ପରେ ପରେ ବିଦ୍ୟାଳୟର କୋମଳମତି ଛାତ୍ରଛାତ୍ରୀମାନେ ଏକ ସ୍ୱରରେ ଓ ସମ୍ମାନର ସହ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଗାନ କରିଥିଲେ। ପିଲାମାନଙ୍କ କଣ୍ଠରୁ ନିଃସୃତ ଏହି ସଙ୍ଗୀତ ସମଗ୍ର ଅଞ୍ଚଳରେ ଏକ ଦେଶଭକ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିଥିଲା।

୧୪

ଉତ୍ସବରେ ସ୍ଥାନୀୟ ଅଞ୍ଚଳର ଅନେକ ଯୁବ ସମାଜସେବୀ ମଧ୍ୟ ଯୋଗଦାନ କରି ପିଲାମାନଙ୍କୁ ଦେଶପ୍ରେମରେ ଉଦବୁଦ୍ଧ ହେବାକୁ ପରାମର୍ଶ ଦେବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ ବିଷୟରେ ଆଲୋକପାତ କରିଥିଲେ। ସ୍ୱାଧୀନତା ଦିବସର ଏହି ଖୁସିକୁ ଦ୍ୱିଗୁଣିତ କରିବା ପାଇଁ ବିଦ୍ୟାଳୟ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀ ଓ ଉପସ୍ଥିତ ଅଭିଭାବକଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଆଗାମୀ ଦିନରେ ଦେଶର ସୁନାଗରିକ ହେବା ପାଇଁ ଶପଥ ନେଇ ଉତ୍ସବର ସମାପ୍ତି କରିଥିଲେ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଦସ୍ୟ ଓ ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ଅତ୍ୟନ୍ତ ସଫଳତାର ସହ ସମ୍ପନ୍ନ ହୋଇଛି।