Photo For The News Of Sambardhana Sabha

ଅବସରକାଳୀନ ସମ୍ବର୍ଦ୍ଧନା ସଭା

State

ଆଗରପଡ଼ା :ବନ୍ତ ଶିକ୍ଷାଧିକାରଙ୍କ ଅଧିନସ୍ଥ କାଦବରାଙ୍ଗ କ୍ଳଷ୍ଟର ଅନ୍ତର୍ଗତ ବିସଲକଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଚମ୍ପାବତୀ ଯେନାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୋଡ଼ାପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ସୁଧିର ବାରିକଙ୍କ ମଂଚ ପରିଚାଳନା ଓ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ରାମଚନ୍ଦ୍ର ଯେନାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଳକ ଶିକ୍ଷାଧିକାରିଣୀ ଡ଼. ସୁକୃତି କର,ମୁଖ୍ୟ ବକ୍ତା ଭାବେ ପ୍ରବଚକ,ଗାୟକ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହିହର ପାଣିଗ୍ରାହୀ,ସମ୍ମାନୀତ ଅତିଥି ଭାବେ ବିଆରସିସି ହରେକୃଷ୍ଣ ଆପଟ,କାଦବରାଙ୍ଗ ହାଇସ୍କୁଲ ପ୍ରଧାନଶିକ୍ଷକ ବିମଳ ଚନ୍ଦ୍ର ଦାସ,ରଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ(ଅବସର) ଭାସ୍କର ଚନ୍ଦ୍ର ପାଢୀ,ବଡ଼ବର୍ଚ୍ଚିକୟାଁ ପଂଚାୟତ ସରପଂଚ ପୁଷ୍ପାଜଂଳୀ ସ୍ୱାଇଁ, ପରିଚାଳନା କମିଟି ସଭାପତି ଲତିକା ଖିଲାର,ଅଲ୍‌ଓଷ୍ଟା ବନ୍ତ ଶାଖା ସମ୍ଫାଦକ ପ୍ରଣୟ ସିଂହ,ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସାଧାରଣ ସଂପାଦକ ଏମ.ଡ଼ି ଧର୍ମେନ୍ଦ୍ର ନାରାୟଣ ଜେନା, ସିଆରସିସି ପ୍ରଦୀପ ପଲାଇ ପ୍ରମୁଖ ଯୋଗ ଦେଇଥିଲେ । ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ବିସଲକଣା ବିଦ୍ୟାଳୟ ସହକାରୀ ଶିକ୍ଷକ ଆନନ୍ଦ ଚନ୍ଦ୍ର ବେହେରା,ତୋଫାବିବି କ୍ଲଷ୍ଟର ସିଆରସିସି ନିରଜଂନ ଖିଲାର,ଆପ୍ତିରା ବିଦ୍ୟାଳୟ ସହକାରୀ ଶିକ୍ଷକ ପ୍ରଭାତ ନାୟକ,ବାଙ୍କତିରା ବିଦ୍ୟାଳୟ ସହକାରୀ ଶିକ୍ଷକ ଅଶୋକ ପାତ୍ରଙ୍କ ସମେତ କାଦବରାଙ୍ଗ କ୍ଲଷ୍ଟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ,ବିସଲକଣା ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ/ସଭ୍ୟା,ପିଟିଏ ସଭ୍ୟ/ସଭ୍ୟା ଓ ଗ୍ରାମବାସୀ ସହଯୋଗ କରିଥିଲେ । ଏହି ଅବସରରେ ଅତିଥିଙ୍କ ଦ୍ୱାରା ବିଦାୟୀ ପ୍ରଧାନଶିକ୍ଷୟିତ୍ରୀ ଚମ୍ପାବତୀ ଯେନାଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।