Maoist

ବଡ଼ ଧରଣର ଏନକାଉଣ୍ଟର, ନକ୍ସଲ-ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ

State

ଛତିଶଗଡ଼ : ବଡ଼ ଧରଣର ଏନକାଉଣ୍ଟର ।  ନକ୍ସଲ-ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ। ଛତିଶଗଡ଼ ଦନ୍ତେୱାଡ଼ା ଏବଂ ବିଜାପୁର ଜିଲ୍ଲା ସୀମାନ୍ତ ଜଙ୍ଗଲରେ ଏନକାଉଣ୍ଟର। DRG ଓ STF ଯବାନଙ୍କ ମିଳିତ ଅପରେସନ। ସୁରକ୍ଷାବାହିନୀଙ୍କ ଗୁଳିକୁ ସାମ୍ନା କରି ନପାରି ଛତ୍ରଭଙ୍ଗ ଦେଲେ ମାଓବାଦୀ । ସୁରକ୍ଷାବାହିନୀ ଜଣେ ମହିଳା ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।

ଏନକାଉଣ୍ଟର ସ୍ଥଳରୁ ଏକ INSAS ରାଇଫଲ ଏବଂ ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ।  ଏହା ସହ ନକ୍ସଲଙ୍କ ବ୍ୟବହୃତ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି।  ଏବେ ବି ଜାରି ରହିଛି ଏନକାଉଣ୍ଟର ।  ସୂଚନା ଦେଲେ ଦନ୍ତେୱାଡା ଏସପି ।  ଗତ ୨୯ତାରିଖ ଦିନ ୧୭ ଜଣ ନକ୍ସଲଙ୍କୁ ନିପାତ କରିଥିଲେ ସୁରକ୍ଷାକର୍ମୀ ।  ମୃତ ମାଓବାଦୀଙ୍କ ମଧ୍ୟରେ ୧୧ ଜଣ ମହିଳା ମାଓବାଦୀ ରହିଥିଲେ ।

୨୦୨୫ ମସିହା ଏ ପର୍ଯ୍ୟନ୍ତ ଛତିଶଗଡରେ ୧୩୧ ମାଓବାଦୀ ନିହତ ହୋଇଛନ୍ତି । ବସ୍ତର ଇଲାକାର ସାତ ଜିଲ୍ଲାରେ ୧୧୬ ମାଓବାଦୀ ନିହତ ହୋଇଛନ୍ତି ।  ବସ୍ତର ଜିଲ୍ଲାରେ ବିଜାପୁର, ସୁକମା ଓ ଦାନ୍ତେୱାଡା ଭଳି ଜିଲ୍ଲା ମାଓବାଦୀଙ୍କ ଆଡ୍ଡା ।  ଯାହା ଧିରେ ଧିରେ ଭୁଶୁଡିବାରେ ଲାଗିଛି ।  ୨୦୨୩ରେ ବି ମାଓବାଦୀଙ୍କୁ ଲାଗିଥିଲା ବଡ଼ ଝଟକା ।  ୨୧୯ ଜଣ ମାଓବାଦୀ ଆଖି ବୁଜିଥିଲେ। ୨୦୨୩ରେ ୨୩ ଜଣ ମାଓବାଦୀ ନିହତ ହୋଇଥିଲେ ।