ବାରିପଦା – ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୬ ନଂ ୱାର୍ଡର ପୁରୁଣାହାଟସାହୀ ସ୍ଥିତ ନିଜ ବାସଭବନରେ ରାକେଶ କୁମାର ରଘୁବଂଶୀ ନିଜ ପିତା ସ୍ବର୍ଗତ ଭରତଲାଲ ରଘୁବଂଶୀ ଓ ମାତା ସ୍ୱର୍ଗୀୟା କମଳା ଦେବୀଙ୍କ ଶ୍ରାଦ୍ଧ ଦିବସରେ ଏକ ସ୍ବେଛାକୃତ ରକ୍ତଦାନ ଶିବିରର ଆୟୋଜନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି I ଜନ୍ମଦିନ, ବିବାହ ବାର୍ଷିକୀରେ ବ୍ୟକ୍ତିଗତ ରକ୍ତଦାନ କରିବା ଅଥବା ଶିବିର ଆୟୋଜନ କରିବାର ପ୍ରଥା ଆରମ୍ଭ ହୋଇଥିଲାବେଳେ ପିତାମାତାଙ୍କ ଶ୍ରାଦ୍ଧ ଦିବସରେ ରକ୍ତଦାନ ଶିବିର ଆୟୋଜନକୁ ମୁଖ୍ୟ ଅତିଥି ନଗରପାଳ କୃଷ୍ଣIନନ୍ଦ ମହାନ୍ତି ବେଶ ପ୍ରଶଂସା କରିଛନ୍ତି I ଏହି ଶିବିରରେ ଶ୍ରୀ ରଘୁବଂଶୀଙ୍କ ୩୮ ଜଣ ସାଙ୍ଗସାଥି ଓ ସମ୍ପର୍କୀୟ ରକ୍ତଦାନ କରିଥିବାରୁ ସମ୍ମାନିତ ଅତିଥି ଇ. ବିପ୍ଳବ ଭଂଜନ ଭୁଗୁଡେଇ ରକ୍ତଦାତାଙ୍କୁ ବଧାଇ ଜଣାଇଥିଲେ I ସମସ୍ତ ରକ୍ତଦାତାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା I ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ କାଉନସିଲର ନିରୋଜ ସାହୁ, ସମାଜସେବୀ ଅମର କୁମାର ସେଠି, ମନୋଜ ସାହୁ ଓ ହେମନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ରଘୁବଂଶୀ ପରିବାର ବର୍ଗଙ୍କୁ ସାଧୁବାଦ ଜଣାଇବା ସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ I ରୀନା ରଘୁବଂଶୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ପରିଚାଳନା କରିବାରେ ରାଜବୀର ରଘୁବଂଶୀ, ରଣବୀର ରଘୁବଂଶୀ, ରୀତିକା ରଘୁବଂଶୀ, ପ୍ରିୟାଂଶୁ ସୋନକାର, ଲକ୍ଷ୍ମୀଧର ବେହେରା, ଆକାଶ କୁମାର ବେହେରା, ଅମିତ ମଣ୍ଡଳ, ଶିବାନନ୍ଦ ସି, ଭିକି କୁଅଁରବାବୁ ଓ ମାନସ ରଞ୍ଜନ ବେହେରା ପରିଚାଳନା କରିବାରେ ସହଯୋଗ କରିଥିଲେ I ଓଡିଶା ରକ୍ତ କେନ୍ଦ୍ର, ବାରିପଦାର ଡଃ ଆଶୀର୍ବାଦ ଶର୍ମାଙ୍କ ନେତୃତ୍ୱରେ ରୁଚିକା ଖୁରାନା, ଶକୁନ୍ତଳା ମହାନ୍ତ ଓ ବିଶ୍ୱଜିତ ପରିଡା ରକ୍ତ ସଂଗ୍ରହ କରିଥିଲେ.
