ବୌଦ୍ଧ: ପୋଲିସକୁ ବାନ୍ଧିଲା ପୋଲିସ । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଆଇଆରବି ଯବାନ ଗିରଫ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାରେ ଏପରି ଘଟଣା ଦେଖିବାକୁ ମିଳିଛି । ମନମୁଣ୍ଡା ଥାନା ପୋଲିସ ବାରାକରୁ ୧୫ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଏସପିଙ୍କ ତଦନ୍ତ ସମୟରେ ଯବାନଙ୍କ ନିକଟରୁ ଜବତ ହୋଇଥିଲା ଗଞ୍ଜେଇ। ଘଟଣାରେ ୩ ଆଇଆରବି ଯବାନଙ୍କୁ ଗିରଫ କରାଯାଥିବା ସୂଚନା ଦେଲେ ବୌଦ୍ଧ ଏସପି ରାହୁଲ ଗୋଏଲ ।
