ଅନୁଗୁଳ : ଅନୁଗୁଳରେ ଲଜ୍ଜା । ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ । ପୀଡ଼ିତାଙ୍କୁ ଉଦ୍ଧାର କରାଯାଇଛି । ମୁଖ୍ୟ ଅଭିଯୁକ୍ତ ସମେତ ତିନି ଜଣଙ୍କୁ ଅଟକ ରଖିଛି ପଚରାଉଚରା କରୁଛି ପୋଲିସ । ଅନୁଗୁଳ ଟାଉନ ଥାନା ଅଞ୍ଚଳରେ ଘର ଭଡ଼ା ନେଇ ଜଣେ ରହୁଥିବା ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ମହିଳା କାନ୍ଦୁଥିବା ଦେଖି ପାଖ ପଡୋଶୀ ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିବା ସହ ମୁଖ୍ୟ ଅଭିଯୁକ୍ତ କାଳିଆ ସହ ୩ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା ଚଳାଉଛି । ପୀଡ଼ିତା ଜଣେ ଅଣ ଓଡ଼ିଆ ବୋଲି ଜଣାପଡ଼ିଛି । ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଗଣ ଦୁଷ୍କର୍ମ ହୋଇଥିବା ସନ୍ଦେହ କରାଯାଉଛି । ପୋଲିସର ସ୍ୱତନ୍ତ୍ର ଟିମ ମଧ୍ୟ ଅଧିକ ତଦନ୍ତ ଚଳାଇଛି ।
