ବାରିପଦା: ଆଜି ଏକ ଆୟ ବହିର୍ଭୁତ ସମ୍ପତି ମାମଲାର ବିଚାର କରି ମାନ୍ୟବର ବାରିପଦା ଭିଜିଲାନ୍ସ କୋର୍ଟ ର ବିଚାରପତି ପୁର୍ଣିମା ଜେନା ଅବସରପ୍ରାପ୍ତ ଜିଲ୍ଲା ପଞ୍ଚାୟତ ଅଧିକାରୀ ବଂଶୀଧର ସିଂ(61) ଙ୍କୁ ଦୁର୍ନୀତି ନିବାରଣ ଆଇନ ଦଫା 13(2)ରିଡ ଉଇଥ 13.1.E ଅନୁଯାୟୀ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଏକ ଲକ୍ଷ ଟଙ୍କା ଜୋରିମାନା ଅନାଦେୟ ଅଧିକ ତିନିମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ମାମଲାର ବିବରାଣୀରୁ ପ୍ରକାଶ ଯେ ବଂଶିଧର ସିଂ ତାଙ୍କ ଚାକିରୀ ରେ ହୋଇଥିବା ଆୟ ରୁ ଅଧିକ ଚଉଦ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ର ବେଆଇନ ସମ୍ପତି ଠୁଳ କରିଥିବାର ଭିଜିଲାନ୍ସ ବିଭାଗ ପକ୍ଷରୁ ହୋଇଥିବା ତଦନ୍ତ ରୁ ଜଣା ପଡିଥିଲା l ଯାହାକି ତାଙ୍କର ସରକାରୀ ଆୟ ରୁ ପାଖା ପାଖୀ ପଞ୍ଚାବନ ପ୍ରତିଶତ ଅଧିକ ଥିବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଦର୍ଷାଯାଇଅଛି l ଏ ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ 2013 ମସିହାରେ ଏକ ଚାର୍ଜସିଟ ତାଙ୍କ ବିରୋଧରେ ରୁଜୁ କରାଯାଇଥିଲା l ତାଙ୍କର ବାରିପଦାସ୍ଥିତ ତୁଳସୀଚଉରା ଠାରେ ଥିବା ବାସଭଵନ ଏବଂ ତାଙ୍କ ପୈତୃକ ଗ୍ରାମ କୁଳିଅଣା ବ୍ଲକ ର ଭଗବାନପୁର ଗ୍ରାମରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା l ଏହି ସମୟରେ ଭିଜିଲାନ୍ସ ବିଭାଗ ହାତରେ ସମସ୍ତ ତଥ୍ୟ ହସ୍ତଗତ ହୋଇଥିଲା l ବଂଶିଧର ସିଂ ପୂର୍ବରୁ ମୟୁରଭଞ୍ଜ ଜିଲ୍ଲା ଏବଂ ପରେ ଢ଼େଙ୍କାନାଳ, ଭଦ୍ରକ ଜିଲାରେ ପଞ୍ଚାୟତ ଅଧିକାରୀ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ l ଆଜି ମାନ୍ୟବର ଅଡାଲତ ପକ୍ଷରୁ 16 ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ଉକ୍ତ କେସକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ଶାନ୍ତନୁ କୁମାର ଦାସ ପରିଚାଳନା କରିଥିଲେ l
