Maobadi

ସୁରକ୍ଷାକର୍ମୀଙ୍କ ଗୁଳିରେ ୨୪ ମାଓବାଦୀ ନିହତ, ଜଣେ ଯବାନ ସହିଦ

National & International State

ମାଲକାନଗିରି: ସୁରକ୍ଷା ବାହିନୀଙ୍କୁ ମିଳିଛି ବଡ଼ ସଫଳତା । ଓଡ଼ିଶା ସୀମାନ୍ତ ଛତିଶଗଡ଼ର ବିଜାପୁର ଓ ଦାନ୍ତେୱାଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୪ ଜଣ ମାଓବାଦୀ ନିହତ ହୋଇଛନ୍ତି । ଏହି ଅପରେସନ ବେଳେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି । ସେହି ସ୍ଥାନରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

ଗୁରୁବାର ସକାଳେ ସୁରକ୍ଷାକର୍ମୀଙ୍କ ୨ଟି ଟିମ୍ ବିଜାପୁର ଓ ଦାନ୍ତେୱାଡା ନିକଟ ଗଙ୍ଗାଲୁର ଥାନା ଅଞ୍ଚଳରେ ନକ୍ସଲ ବିରୋଧୀ ଅପରେସନ ଆରମ୍ଭ କରିଥିଲେ । ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ହଠାତ୍ ମାଓବାଦୀମାନେ ଗୁଳି ଚଳାଇଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ବିଜାପୁରରେ ୨୦ ଓ କାଙ୍କେରରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଛି ।

ମାଓବାଦୀଙ୍କ ବଡ଼ ଧରଣର ବେସ୍‌ କ୍ୟାମ୍ପ ଥିଲା ଏହି ଜଙ୍ଗଲରେ । ତେଣୁ ପୋଲିସ ଏନକାଉଣ୍ଟରରେ ମାଓବାଦୀଙ୍କ ବଡ଼ କ୍ଷତି ହୋଇଥିବା ଜଣାପଡ଼ିଛି । ଏବେବି ଗୁଳିବିନିମୟ ଜାରି ରହିଛି । ଗୁରୁତର ଯବାନଙ୍କୁ ନାରାୟଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି । ଏହି ଘଟଣା ପରେ ଅବୁଝମାଡ଼ ଜଙ୍ଗଲରେ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି ।