Img 20250313 Wa0144

ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ ସଦସ୍ୟ ତଥା ପୋଲିସ ଅଧିକାରୀଙ୍କ ପାଇଁ ଜିଲ୍ଲା ସ୍ତରୀୟ କର୍ମଶାଳା

State

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅନୁକୁଲ୍ୟରେ ଜିଲ୍ଲାର ସମସ୍ତ ଥାନାର ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ ସଦସ୍ୟ ତଥା ପୋଲିସ ଅଧିକାରୀଙ୍କ ପାଇଁ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ତାଲିମ କାର‌୍ୟ୍ୟକ୍ରମ ଜିଲ୍ଲା ପୋଲିସ କାର‌୍ୟ୍ୟାଳୟ ସମ୍ମିଳନୀ କକ୍ଷରେ ତାରିଖ ୧୩. ୦୩. ୨୦୨୫ ଦିନ ଅନୁଷ୍ଠିତ ହୋଇ ଯାଇଛି | ଉକ୍ତ କାର‌୍ୟ୍ୟକ୍ରମରେ ମୟୁରଭଞ୍ଜ କିଶୋର ନ୍ୟାୟ ବୋର୍ଡ ର ପ୍ରିନସିପାଲ ମାଜିଷ୍ଟ୍ରେଟେ ଶ୍ରୀ ନିହାର ରଞ୍ଜନ ସାହୁ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀମତୀ ରାଜଶ୍ରୀ ପପଟ୍ଟନାଏକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତା ମୟୀ ବିଶ୍ୱାଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସବିତା ମାଝୀ, ଦୀପକ କୁମାର ଗୋଛାୟତ, ଗୌତମ କିସାନ, ଶିଶୁ ମଙ୍ଗଳ ସମିତି ର ସଦସ୍ୟା ଶ୍ରୀମତୀ ଆରତୀ ପଣ୍ଡା ଏବଂ ଡିଏସପି ମାନେ ଉପସ୍ଥିତ ଥିଲେ | କାର‌୍ୟ୍ୟକ୍ରମରେ କିଶୋର ନ୍ୟାୟ ଆଇନ, ମିଶନ ବାତ୍ସଲ୍ୟ, ଚଙଉଝଙ ଆଇନ, ବାଲ୍ୟ ବିବାହ ଆଇନ ବିଷୟରେ ବିଷଦ ଭାବରେ ଆଲୋଚନା ହେବଓ ସହିତ ପୋଲିସ ଅଧିକାରୀ ମାନଙ୍କର ଦାୟିତ୍ୱ ଏବଂ କର୍ତବ୍ୟ ସମ୍ପର୍କରେ ତାଲିମ ପ୍ରଦାନ କରଓ ଯାଇଥିଲା |

ପ୍ରିନସିପାଲ ମାଜିଷ୍ଟ୍ରେଟେ ଶ୍ରୀ ସାହୁ ପୋଲିସ ଅଧିକାରୀ ମାନେ କିପରି ଠିକ ଭାବରେ କାମ କରି ପାରିବେ ଓ ଯାହା ଦ୍ୱାରା ଆଇନ ସହିତ ଜଡିତ ଥିବା ଶିଶୁ ମାନେ କିପରି ସଠିକ ଭାବରେ ନ୍ୟାୟ ପାଇ ପାରିବେ ସେ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ | ଶ୍ରୀମତୀ ପଟ୍ଟନାଏକ ପୀଡିତା ମାନେ କିପରି କ୍ଷତିପୂରଣ ଅର୍ଥ ପାଇ ପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ | ଶ୍ରୀମତୀ ବିଶ୍ୱାଳ ଶିଶୁ ମାନଙ୍କର ସମସ୍ୟା, କାର‌୍ୟ୍ୟକାରିତା ତଥା ଚଙଉଝଙ ଆଇନ ସମ୍ପର୍କରେ ଆଲୋଚନା କରିବା ସହିତ ସଭା ପରିଚାଳନା କରିଥିଲେ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ମାଝୀ କିଶୋର ନ୍ୟାୟ ଆଇନ ରେ ଥିବା ମାର୍ଗଦର୍ଶିତା ସମ୍ପର୍କରେ ଆଲୋଚନା କରିଥିଲେ |  ଶିଶୁ ମଙ୍ଗଳ ସମିତି ର ସଦସ୍ୟା ଶ୍ରୀମତୀ ପଣ୍ଡା ଶିଶୁ ମାନଙ୍କର ଥଇଥାନ ସମ୍ପର୍କରେ ଆଲୋଚନା କରିଥିଲେ | କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ଥାନାର ଶିଶୁ ମଙ୍ଗଳ ପୋଲିସ ଅଧିକାରୀ ଏବଂ ଥାନା ଅଧିକାରୀ ମାନେ ଉପସ୍ଥିତ ଥିଲେ | ଆଗାମୀ ଦିନରେ ଏହି ସବୁ ଆଇନ ସମ୍ପର୍କରେ ଗ୍ରାମ୍ୟ ସ୍ତରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏବଂ ପୋଲିସ ବିଭାଗର ମିଳିତ ଉଦ୍ଦମ ରେ ସଚେତନତା କାର‌୍ୟ୍ୟକ୍ରମ କରିବାର ଯୋଜନା ରହିଛି | କାର‌୍ୟ୍ୟକ୍ରମ ଶେଷରେ ଆଇନ ପ୍ରଵେଶନ ଅଧିକାରୀ ଦାୟିତ୍ୱରେ ଥିବା ଶ୍ରୀ ଶଙ୍କର ଚନ୍ଦ୍ର କର ଧନ୍ୟବାଦ ଅର୍ପଣ କରିଥିଲେ | କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ପରାମର୍ଶଦାତା ଶ୍ରୀ ଦିଲୀପ କୁମାର ପଣ୍ଡା, ଚନ୍ଦ୍ରଶେଖର ମହାପାତ୍ର, ଚାଇଲଡ ହେଲ୍ପ ଲାଇନ ର ସଂଯୋଜିକା ରଶ୍ମିତା ପରିଡା, ପରାମର୍ଶଦାତ୍ରୀ ରଶ୍ମିତା ପାଣି, ସୁପରଭାଇସର ବିଷ୍ନୁପ୍ରିୟା ବେହେରା ପ୍ରମୁଖ ସହାୟତା ପ୍ରଦାନ କରିଥିଲେ |