Img 20250312 Wa0179

ଜିଲ୍ଲାସ୍ତରୀୟ ବନାଗ୍ନି ନିବାରଣ ଏବଂ ନିୟନ୍ତ୍ରଣ ନିମନ୍ତେ ଜନ ସଚେତନତା କାର୍ଯ୍ୟକ୍ରମ

State

ବାରିପଦା ବନଖଣ୍ଡ ତରଫରୁ ଏକ ବନାଗ୍ନି ନିବାରଣ ଏବଂ ନିୟନ୍ତ୍ରଣ ନିମନ୍ତେ ଜନ ସଚେତନତା କାର‌୍ୟ୍ୟକ୍ରମ ବାଲିଡିହା ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ ଓ ଏକ ଶାଳଗଛ ମୁଳରେ ପାରମ୍ପାରିକ ପୂଜାର୍ଚ୍ଚନା କରାଯାଇ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଅତିଥି ମାନେ ଜଙ୍ଗଲରେ କିଭଳି ଭାବରେ ନିଆଁ ନଲାଗିବ ସେ ସମ୍ପର୍କରେ ସଚେତନ କରାଇଥିଲେ । ସହକାରୀ ବନ ସଂରକ୍ଷକ ଶ୍ରୀ ଯୁକ୍ତ ରବି ନାରାୟଣ ମହାନ୍ତି ଲୋକମାନଙ୍କୁ ଜଙ୍ଗଲ ନିଆଁ ସମ୍ବନ୍ଧରେ ତାଲିମ ଦେଇଥିଲେ ।

ବାରିପଦା ବନଖଣ୍ଡ ଅଧିକାରୀ ଜଙ୍ଗଲ ସୁରକ୍ଷା ଓ ନିଆଁ ନ ଲଗାଇବା ନିମନ୍ତେ ସମୁହ ଶପଥ ପାଠ କରାଇଥିଲେ । ଏଥିରେ ମୁଖ୍ୟ ଅତିଥି ଶ୍ରୀମତୀ ଭାରତୀ ହାସଂଦା, ଅଧ୍ୟକ୍ଷା ଜିଲ୍ଲାପରିଷଦ ମୟୂରଭଞ୍ଜ ଯୋଗଦେଇଥିଲେ । ଏହିକାର‌୍ୟ୍ୟକ୍ରମଟିକୁ ବାରିପଦା ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଏ.ଉମା ମହେଶ ପରିଚାଳନା କରିଥିଲେ । ତାଙ୍କ ସହିତ ସଂଗ୍ରାମ ଏନ୍.ଜି.ଓ ସମ୍ପାଦିକା ସୁଶ୍ରୀ ସଂଯୁକ୍ତା ବସା, ସ୍ପାର୍ଦା ଏନ୍.ଜି.ଓ ସଂପାଦକ ଶ୍ରୀଯୁକ୍ତ ବିବେକ ପଟନାୟକ, ଏ.ସି.ଏଫ୍ ବାରିପଦା ଶ୍ରୀଯୁକ୍ତ ରବିନାରାୟଣ ମାହାନ୍ତି, ଏ.ସି.ଏଫ୍ ଶିମିଳିପାଳ ଦ. ଶ୍ରୀ ଯୁକ୍ତ ପ୍ରଶାନ୍ତ କୁମାର ସାହୁ, ଏ.ସି.ଏଫ୍ ଶିମିଳିପାଳ ଉ. ଶ୍ରୀ ଯୁକ୍ତଶୈଳେନ୍ଦ୍ର ଦାସ, ସଦର ଥାନା ବାରିପଦା ଅଧିକାରୀ ଶ୍ରୀଯୁକ୍ତ ଆଦିତ୍ୟ ପ୍ରସାଦ ଜେନା, ଅଗ୍ନି ନିବାରଣ ବିଭାଗର ସହକାରୀ ଅଧିକାରୀ ଶ୍ରୀଯୁକ୍ତ ଗୁଣଧର ଜେନା, ଉଦଳା, ଦେଉଳୀ, ରାସଗୋବିନ୍ଦପୁର,ବାଙ୍ଗିରିପୋଷି, ବାରିପଦା,କପ୍ତିପଦା ର ବନାଞ୍ଚଳ ଅଧିକାରୀ ମାନେ ଉପସ୍ଥିତ ଥିଲେ ।ଶାମାଖୁଣ୍ଟା, ସିନ୍ଦୁରଗୌରା, ବାଲିଡିହା, କୁଚିଳାଘାଟି, ଭାଲୁକି ଏବଂ କଳାପଥର ଗ୍ରାମ ପଞ୍ଚାୟତରସରପଞ୍ଚମାନେ ଏଥିରେ ଯୋଗ ଦେଇଥିଲେ। ଏହା ସହିତ ନିକଟସ୍ଥ ଅଞ୍ଚଳର ଦେହୁରୀ ଓ ଜଙ୍ଗଲ କମିଟିର ସଭା ସଭ୍ୟମାନେ ଉପସ୍ଥିତଥିଲେ ।