ଆଗରପଡ଼ା :ଗତ ରବିବାର ଭଦ୍ରକ ସ୍ଥିତ ଶହୀଦ ସ୍ମୃତି ଭବନ ପରିସରରେ କାନ୍ତ କବି ସାହିତ୍ୟ ପରିଷଦର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କବି ଓ କବୟିତ୍ରୀ ମାନେ ଯୋଗଦାନ ପୂର୍ବକ ସମ୍ବର୍ଦ୍ଧିତ ହୋଇଥିଲେ । ଭଦ୍ରକ ଜିଲ୍ଲା ରାମକୃଷ୍ଣପୁର ଗ୍ରାମର ଶ୍ରୀଯୁକ୍ତ ମନୋରଞ୍ଜନ ମହାନ୍ତିଙ୍କୁ ସାହିତ୍ୟ ନିଧି ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ସମ୍ମାନୀୟ ଅତିଥି ଭାବେ ଅନୁଷ୍ଠାନ ସଭାପତି ଡକ୍ଟର ଶ୍ରୀକାନ୍ତ ପଣ୍ଡା, ସମ୍ପାଦକ ଡକ୍ଟର ଅମୁଲ୍ୟ କୁମାର ସେନାପତି, ପବିତ୍ର ମୋହନ ପାଣିଗ୍ରାହୀ , ଡା ଲକ୍ଷ୍ମୀ କାନ୍ତ ଦାସ , ଓଡ଼ିଶାର ସୁପରିଚିତ ବ୍ୟଙ୍ଗ କବି ଶ୍ରୀଯୁକ୍ତ ଜ୍ଞାନ ହୋତା ଓ ସାହିତ୍ୟିକ ଦୀନ ରଞ୍ଜନ ପାଢ଼ୀ ସମେତ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ପ୍ରମୁଖ ମଂଚ ପରିଚାଳନା କରି ଥିଲେ । ନୃତ୍ୟ ପରିବେଷଣ ସମେତ ଗୀତିନାଟ୍ୟ ପେଟେଣ୍ଟ ମେଡ଼ିସିନ ମଧ୍ୟ ପରିବେଷଣ ଦର୍ଶକ ମାନଙ୍କୁ ଖୁବ୍ ମନମୁଗ୍ଧ କରିଥିଲା । ଓଡ଼ିଶା ସାହିତ୍ୟ ର ବିକାଶ ଦିଗରେ ମଂଚାସିନ ଅତିଥିମାନେ ଆଲୋକପାତ କରିଥିଲେ । ମନୋରଞ୍ଜନଙ୍କୁ ତାଙ୍କ ସାହିତ୍ୟ ଲେଖନୀର ପାରଦର୍ଶିତା ଓ ସମାଜସେବୀ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।
