ବାରିପଦା: ସୋମବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ତିରି° ଥାନାରେ କାର୍ଯ୍ୟରତ ଜନୈକ ହୋମଗାର୍ଡଙ୍କ ର ପରଲୋକ ହୋଇଯାଇଛି । ମୃତକଙ୍କ ନାମ ଭୋଳାନାଥ ମହାନ୍ତ(୪୧) । ତାଙ୍କ ଘର ତିରି° ଥାନା ସଂଲଗ୍ନ ରାଣୀସାହିରେ । ଭୋଳାନାଥ ସୋମବାର ରାତିରେ ଡ୍ୟୁଟି କରିବାକୁ ନିଜ ବାଇକ ଯୋଗେ ପଣ୍ଡୁପାଣି ଯାଉଥିବା ବେଳେ ବିଳମ୍ବିତ ରାତିରେ ପଣ୍ଡୁପାଣି ପୋଲର ଠିକ୍ ପୂର୍ବରୁ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ମଙ୍ଗଳବାର ଦିନ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ମଙ୍ଗଳବାର ଅପରାହ୍ନରେ ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଜଣେ ମେଳାପୀ ଓ ନିଷ୍ଠାପର ଯୁଵ ହୋମଗାର୍ଡ ରୂପେ ସିଏ ସଭିଙ୍କର ପ୍ରିୟ ଥିଲେ । ତାଙ୍କ ବିୟୋଗରେ ତିରି° ସମେତ ତିରି° ଥାନାର ସାଥୀ କର୍ମଚାରୀ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି । ଘରେ ତାଙ୍କର ବୃଦ୍ଧା ମାତା ଓ ପତ୍ନୀଙ୍କ ସମେତ ଦୁଇ ଛୋଟ ଛୋଟ ପୁଅ ଓ ଝିଅ ଅଛନ୍ତି ।
