ବିକଳାଙ୍ଗ ମଂଚ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର

ରାଜ୍ୟ

ଆଗରପଡ଼ା :ବୁଧବାର ଓଡିଶା ବିକଳାଙ୍ଗ ମଞ୍ଚଚ ବନ୍ତ ଶାଖା ପକ୍ଷରୁ ଜିଲ୍ଲା ସଂପାଦକ ମନୋରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ୫ଜଣ ସଦସ୍ୟ ସେମାନଙ୍କ ତିନି ଦଫା ଦାବି ପତ୍ର ବିଡ଼ିଓଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି । ଅନ୍ତୋଦୟ ଗ୍ରୁହ ଯୋଜନାରେ ବ୍ଲକର ସମସ୍ତ ଗ୍ରାମପଞ୍ଚଚାୟତରେ ଥିବା ଯୋଗ୍ୟ ଭିନ୍ନକ୍ଷମ ଭାଇ ଓ ଭଉଣୀଙ୍କୁ ସାମିଲ କରି ସେମାନଙ୍କ ନାମକୁ ପୋଟାଲକୁ ଉଠାଇବା ସହିତ ଗୃହ ପ୍ରଦାନ କରାଇବା,ପ୍ରଧାନମନ୍ତ୍ରୀ ଆବାସିକ ଯୋଜନାରେ ୫ଶତକଡା ସଂରକ୍ଷଣ ଆଧାରରେ ବ୍ଲକରେ ଥିବା ସମସ୍ତ ୨୫ ପଞ୍ଚଚାୟତରେ ସମସ୍ତ ଯୋଗ୍ୟ ଗରିବ ଅସହାୟ ଅବହେଳିତ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଗ୍ରୁହ ଯୋଗାଇବା ଏବଂ ଅନ୍ତୋଦୟ ଅନ୍ନ ଯୋଜନାରେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସାମିଲ କରି ତୁରନ୍ତ ଅନ୍ତୋଦୟ କାର୍ଡ ଯୋଗାଇ ଦିଆଯିବା ଆଦି ତିନି ଦଫା ଦାବି ସେମାନେ ଉପସ୍ଥାପନ କରିଥିବା ଜଣାପଡ଼ିଛି । ଏହି ପରିପ୍ରେକ୍ଷିରେ ଜିଲ୍ଲା ସଂପାଦକ ମନୋରଞ୍ଜନ ତ୍ରିପାଠୀଙ୍କ ଉପସ୍ଥିତିରେ ବ୍ଳକର ବିଭିନ୍ନ ପଂଚାୟତରୁ ୪୫ଜଣ ଭିନ୍ନକ୍ଷମ ଭାଇ ଓ ଭଉଣୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡିଶା ବିକଳାଙ୍ଗ ମଞ୍ଚଚ,ବନ୍ତ ଶାଖାର ବ୍ଲକ ସଂପାଦକ ହ୍ରୁଦାନନ୍ଦ ପାଢୀ,ପ୍ରମୋଦ ଯେନା, ରମେଶ ଯେନା,ବଂଶୀଧର ଜେନା ଏବଂ ଲକ୍ଷ୍ମୀକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।