ବାରିପଦା: ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ରେ କୁମାରୀ ବିମଳା ମାର୍ଣ୍ଡି ନୂତନ ସରକାରୀନିର୍ବାହୀ ଯନ୍ତ୍ରୀ ଭାବେ ଯୋଗଦାନ କରିଛନ୍ତି l ସେ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ରେ କାର୍ଯାରତ ଥିଲେ l ଏଠାରେ ଥିବା ମୋନାଲିସା ନାଏକ ମୟୁରଭଞ୍ଜ ଜିଲ୍ଲା ପରିଷଦ କୁ ବଦଳି ହୋଇ ଯାଇଛନ୍ତି lବିଜାତଳା ବ୍ଲକ ରେ ନିର୍ବାହୀ ଯନ୍ତ୍ରୀ ପଦବୀ ଖାଲି ପଡିରହିଥିଲା l ନୂତନ ଭାବେ ଯୋଗଦାନ କରିଥିବାନିର୍ବାହୀ ଯନ୍ତ୍ରୀ ଙ୍କୁ ଆଜି ବିଜାତଳା ପଂଚାୟତ ସମିତି ଉପାଧ୍ୟକ୍ଷା ଶ୍ରୀମତୀ ରୂପିମଣି ଟୁଡୁ, ଚଢ଼େପାହାଡି ସମିତି ସଭ୍ୟା କୁନି ସର୍ଦାର,ବିଜାତଳା ସମିତି ସଭ୍ୟ ଡିବା ଟୁଡୁ,ବନକାଟି ସମିତି ସଭ୍ୟା ସଂଗୀତାରାଣୀ ହେମ୍ବ୍ରମ, ସରଗଡା ସମିତି ସଭ୍ୟ ରବୀନ୍ଦ୍ରନାଥ ମୁଣ୍ଡା,ଲୁହାଶିଳା ସମିତି ସଭ୍ୟା ଶୁକ୍ରମଣୀ ମାର୍ଣ୍ଡି, ସମାଜ ସେବୀ ସୁପାଇ ଟୁଡୁ, ପୂର୍ବତନ ମାଣିପୁର ସମିତି ସଭ୍ୟ ଦୁଃଖିଶ୍ୟାମ ଟୁଡୁ,ଭଳଭଦ୍ର ମଣ୍ଡଳ,ସୁଶୀଳା ଟୁଡୁ,ରାଜେନ୍ଦ୍ର ମାର୍ଣ୍ଡି,ବିଜୟ ଦାସ ଏବଂ କୁନା ମୁଣ୍ଡା ଉପସ୍ଥିତ ରହିଥିଲେ lସରକାରୀ ନିର୍ବାହୀ ଯନ୍ତ୍ରୀ ବ୍ଲକ ର ଉନ୍ନତି ପାଇଁ କାର୍ଯ୍ୟ ଆଗେଇ ନେବା ପାଇଁ ପ୍ରତିଶୃତି ଦେଇଥିଲେ l ଏହି ସମ୍ବର୍ଦ୍ଧନା ସମୟରେ ସରକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ ସହ ମାତୃଭାଷା ସାନ୍ତାଳୀ ଆଲୋଚନା ଏକ ଖୁସିର ମାହାଲ ସୃଷ୍ଟି କରିଥିଲା l
