ଭଦ୍ରକ : ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡି ଆଖଣ୍ଡଳମଣୀ ପୀଠ । ଭୋର ୪ଟାରେ ମନ୍ଦିର ପହୁଡ଼ ଖୋଲାଯିବା ପରେ ଆରମ୍ଭ ହୋଇଛି ନୀତିକାନ୍ତି । ପ୍ରଥମ ମଙ୍ଗଳ ଆଳତି ପରେ କନିକା ରାଜାଙ୍କ ଦ୍ଵାରା ପହିଲି ଭୋଗ ଲାଗି ହୋଇଥିଲା । ଭକ୍ତମାନେ ବ୍ୟାରିକେଡ଼ ରେ ଆସି ଆଖଣ୍ଡଳମଣିଙ୍କୁ ଦର୍ଶନ କରୁଛନ୍ତି । ଭୋର ୪ଟା୩୦ ମିନଟରେ ମନ୍ଦିର ଚୁଡାକୁ ଉଠିବ ମହାଦୀପ । ବର୍ଷକର ଏହି ଗୋଟିଏ ଦିନ ବାବାମଣୀ ଭକ୍ତଙ୍କୁ ଅପୂର୍ବ ସୁନାବେଶରେ ଦର୍ଶନ ଦିଅନ୍ତି। ଆଖଣ୍ଡଳମଣୀ ପୀଠରେ ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପୀଠ ଓ ପୀଠ ବାହାରେ ୨୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
