- ୩ କାର ସମେତ ୪୨୨ ଗ୍ରାମ ରୁପା, ୨୬ ଗ୍ରାମ ସୁନା ଓ ଟଙ୍କା ଜବତ
ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଗୋ ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ।ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନକୁ ଗୋମାଫିଆଙ୍କ ଫୁ ।ଯାହାକୁ ନେଇ ମୟୂରଭଂଜ ପୋଲିସ କଠୋର ହୋଇଛି ।ଆଜି ଶନିବାର ଭୋର ସକାଳୁ ରାଇରଙ୍ଗପୁର ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ କେନ୍ଦ୍ରରାଇ ଗ୍ରାମରେ ଗୋତସ୍କର ଓ ନିଶାବେପାରୀଙ୍କ ଘରେ ଅତର୍କିତ ଭାବେ ମୟୂରଭଂଜ ପୋଲିସ ଚଢ଼ାଉ। କରିଛି । କେନ୍ଦରାଇ ଗ୍ରାମର ସେକ୍ ଟକରା ଏବଂ ସେଟ୍ ତବରେଜ ଘରେ ଅତର୍କିତ ରେଡ୍ କରିଛି ପୋଲିସ ବିଭାଗର ମିଳିତ ଟିମ୍ । ଚଢ଼ାଉ ବେଳେ ବିଭିନ୍ନ ଦସ୍ତାବେଜ, ସୁନା ଗହଣା ଆଦି ଜବତ କରିଛି ପୋଲିସ ।ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।ଗୋ ମାଫିଆଙ୍କ ବିରୋଧରେ ସରକାରଙ୍କ କଠୋର ଆଭିମୁଖ୍ୟ ସ୍ପଷ୍ଟ ହୋଇଛି।
ଚଢ଼ାଉ ପ୍ରକ୍ରିୟାରେ ରାଇରଙ୍ଗପୁର ପୋଲିସ ଏସ ଡି ପିଓ ବୀରେନ୍ଦ୍ର ସେନାପତିଙ୍କ ତତ୍ଵାବଧାନରେ ବାରିପଦାରୁ ତିନି ପ୍ଲାଟୁନ ପୋଲିସ ଫୋର୍ସ ଏବଂ ବାଦାମପାହାଡ଼, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା, ବହଳଦା, ଗୋରୁମହିଷାଣୀ ଥାନାର କର୍ମଚାରୀ ରହିଛନ୍ତି,|ତେବେ ଚଢ଼ାଉରେ ସେକ୍ ଟକରାଙ୍କ ଘରୁ ଗୋଟିଏ ଥାର ଗାଡି, ଗୋଟିଏ ଆର୍ଟିକା କାର ,ଗୋଟିଏ ଅଲ୍ଟୋ କାର ଜବତ କରାଯାଇଥିବା ବେଳେ ସେକ୍ ତବରେଜ ଘରୁ ମଧ୍ୟ ଦାସ୍ତାବେଜ ଜବତ କରିଛି ପୋଲିସ | ଏହା ବ୍ୟତୀତ ୪୨୨ଗ୍ରାମ ରୁପା,୨୬ ଗ୍ରାମ ସୁନା ଏବଂ ଚାରି ହଜାରରୁ ଅଧିକ ଟଙ୍କା ଜବତ କରିଛି ପୋଲିସ |ଏହାକୁ ନେଇ ବାଦାମପାହାଡ଼ ଥାନାରେ ୭୬/୨୬ ଏକ ମାମଲା କରିଛି ପୋଲିସ |ପୋଲିସର ଏହିଭଳି କାର୍ଯ୍ୟାନୁଷ୍ଠାନ କୁ ନେଇ ନିଶାବେପାରୀ ଏବଂ ଗୋମାଫିଆଙ୍କ ନିଦ ହଜିଯିବା ସହ କୋକୁଆ ଭୟ ସୃଷ୍ଟି ହୋଇଛି ।
