Img 20250224 Wa0222

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୭ ତମ ଜନ୍ମ ମହୋତ୍ସବ ଧୂମଧାମରେ ପାଳିତ

State

ବାରିପଦା – ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଅଂଚଳ ଅନ୍ତର୍ଗତ ସାନମଉଦା ସତସଙ୍ଗ ବିହାରରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୭ ତମ ଜନ୍ମ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ପ୍ରଭାତରେ ବେଦ ମାଙ୍ଗଳିକ,,ଉଷା କୀର୍ତ୍ତନ,ଧର୍ମ ପାଠ ପଠନ କରାଯାଇଥିଲା ।ପୂର୍ବାହ୍ନରେ ଏକ ସୁସଜ୍ଜିତ ରଥରେ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଫଟୋ ରଖାଯାଇ ଗୁରୁ ଭାଇ ଓ ଗୁରୁମାନଙ୍କର ମାନଙ୍କ ଦ୍ଵାରା ନଗର ପରିକ୍ରମା ଓ କୀର୍ତ୍ତନ କରାଯାଇଥିଲା ।ପରେ ଋତିକ ହରିହର ଦାସଙ୍କ ସଭାପତିତ୍ବରେ ସତସଙ୍ଗ ଓ ସଦାଲୋଚନା ହୋଇଥିଲା ।ପ୍ରଦୀପ ସାହୁ ପ୍ରାରମ୍ଭିକ ସୂଚନା ଦେଇଥିଲେ । ମୁଖ୍ୟ ବକ୍ତା କୀର୍ତ୍ତି ସୁନ୍ଦର କମିଳା ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ର ଦିବ୍ୟ ଜୀଵନ ଓ ଦୀକ୍ଷା ଉପରେ ଆଲୋଚନା କରିଥିଲେ । ସତସଙ୍ଗ ମଣିଷକୁ ଶୃଙ୍ଖଳିତ କରିବା ସହ ସଠିକ୍ ରାସ୍ତାରେ ନେଇଥାଏ ।ଋତିକ ନିଗମାନନ୍ଦ ପଟ୍ଟନାୟକ,ଋତିକ ଗୋଲକ ଆଚାର୍ଯ୍ୟ,ଋତିକ ଡଃ ବିଚିତ୍ରାନନ୍ଦ ପଟ୍ଟନାୟକ,ଅଦୂର୍ଯ ଶିବ ପ୍ରସାଦ ପ୍ରଧାନ,ଯାହା ଡଃ ପ୍ରଣବେଶ ପଟ୍ଟନାୟକ ପ୍ରମୁଖ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ମାନବ ସମାଜ କିଭଳି ସଠିକ୍ ଆଧ୍ୟାତ୍ମିକ ମାର୍ଗରେ ଯାଇ ନିଜକୁ ଶାନ୍ତି ଶୃଙ୍ଖଳା ର ଜୀଇଁବା ପାଇଁ ବାଟ ଦେଖାଇଛନ୍ତି ତାହା ଯୁଗେ ଯୁଗେ ମାନବ ହିତୈଷୀରେ ଲାଗି ରହିବ ବୋଲି କହିଥିଲେ।ଭୂଵନେଶ୍ଵରରୁ ଆଗତ ସିଦ୍ଧାର୍ଥ ରଞ୍ଜନ ଧଳ, ପ୍ରଶାନ୍ତ ନାୟକ,କେଶବ ପୃଷ୍ଟି,ଅନନ୍ତ ସ୍ବାଇଁ ପ୍ରମୁଖ ଭଜନ, କୀର୍ତ୍ତନ ଓ କୋର୍ସ ଆଦି ଗାନ କରି ପରିବେଶକୁ ଉତ୍ସବ ମୁଖର କରିଥିଲେ । ମଧ୍ୟାହ୍ନରେ ସମସ୍ତ ସତସଙ୍ଗୀ ଓ ଭକ୍ତଵତ୍ସଳଙ୍କୁ କମିଟି ତରଫରୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । ଅପରାହ୍ନରେ ମାତୃ ସମ୍ମିଳନୀ ଆୟୋଜିତ ହୋଇଥିଲା । ମାତୃ ସମ୍ମିଳନୀ ରେ ପ୍ରୀତିଲତା ପଟନାୟକ,ଭାରତୀ ମହାନ୍ତି,ଶଶିକଳା ପଲେଇ,ଚନ୍ଦ୍ରକଳା ନାୟକ,ସୁଷମା ମହାକୁଡ଼,ସାଗରିକା ପଲେଇ, ମଧୁମିତା ମଣ୍ଡଳ,ଆଦି ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ଶ୍ରୀକାନ୍ତ ଗିରି,ତ୍ରିନାଥ ପରମାଣିକ, ପଙ୍କଜ ପଲେଇ,ରଦିପ୍ତେନ୍ଦୁ ପ୍ରଧାନ,ଅଜିତ ସାହୁ,ମୋତିଲାଲ ରଣା, ଦୟାନିଧି ମହାକୁଡ଼,ସନ୍ଦୀପ ରଣା, ରାଜେନ୍ଦ୍ର ନାଏକ,ଆଲାଦ ଦାସ,ଶୁଭଂ ବେହେରା,ରାଜା ବେହେରା ,ଅମିୟ ଗିରିଙ୍କୁ ସମେତ ଅନ୍ୟମାନେ ସହଯୋଗ କରିଥିଲେ ।