୫

ଅଷ୍ଟମ ଅଧିବେସନ ନେଇ ବଢ଼ିଲା ବିଧାନସଭା ସୁରକ୍ଷା: ଚାରିପଟେ ରହିବ ତ୍ରିସ୍ତରିୟ ସୁରକ୍ଷା ବଳୟ, ତଦାରଖ କରିବେ ଡିଜି

ରାଜ୍ୟ

ଭୁବନେଶ୍ୱର: ବିଧାନସଭା ବାହାରେ ବ୍ଲାକ କମାଣ୍ଡୋ ।ଅଷ୍ଟମ ଅଧିବେସନ ନେଇ ବଢ଼ିଲା ବିଧାନସଭା ସୁରକ୍ଷା । ଭିଆଇପିଙ୍କ ସୁରକ୍ଷାରେ ୩୦ପ୍ଲାଟୁନ ଫୋର୍ସ । ବିଲ୍ଡିଂ ଉପରେ ଜଗିବେ ସ୍ନାଇପର । ବିଧାନସଭା ଅଧିବେଶନ ସୁରକ୍ଷା ଦୃଷ୍ଟିରୁ ଦାୟିତ୍ବରେ ରହିବେ ୧୫୦ରୁ ଅଧିକ ଅଫିସର। ବିଧାନସଭା ସୁରକ୍ଷାର ତଦାରଖ କରିବେ ପୋଲିସ ଡିଜି ।

ଯେପରି ବିଧାନ ସଭା ଭିତରେ ଓ ବାହାରେ କୋଣସି ପ୍ରକାର ସୁରକ୍ଷାରେ ତ୍ରୁଟି ନହେବ ସେନେଇ କରିବେ ତଦାରଖ । ବିଧାନସଭାର ଚାରିପଟେ ରହିବ ତ୍ରିସ୍ତରିୟ ସୁରକ୍ଷା ବଳୟ । ବିଧାନସଭା ବାହାରେ ଓ ଭିତରେ ସିସିଟିଭି ଜରିଆରେ ରହିବ କଡା ନଜର। କଣ୍ଟ୍ରୋଲ ରୁମ୍ ଜରିଆରେ ରଖାଯିବ ପୂରା ନଜର। ବିଧାନସଭା ସହ ବିଧାନସଭା ବାହାରେ ବିକ୍ଷୋଭକାରୀମାନଙ୍କ ଉପରେ କଡା ନଜର ରଖିବାକୁ ସାଧା ପୋଷାକରେ ମୁତୟନ ରହିବେ ପୋଲିସ ଅଧିକାରୀ ।

ମହିଳା ପୋଲିସ କର୍ମଚରାଇଙ୍କୁ ମୁତୟନ କରାଯିବ। ଡଗ ସ୍କ୍ୱାଡ ଓ ବମ ସ୍କ୍ୱାଡ ସହ ଆମ୍ବୁଲାନ୍ସ ଓ ଅଗ୍ନିଶମ ଟିମ୍ ମଧ୍ୟ ରହିବେ ଆଲର୍ଟ । ବିଧାନସଭା ଚାରିପଟେ ଜନସାଧାରଣଙ୍କ ଯାତାୟାତ ପାଇଁ ମଧ୍ୟ କଟକଣା ରହିଛି  । କେବଳ ଜରୁରୀ ସେବାରେ ନିୟୋଜିତ ଯାନବାହନ ଯାତାୟତ ପାଇଁ ଅନୁମତି ରହିଛି। ବିଧାନସଭା ପରିସରରେ ସୁରକ୍ଷା ଦୃଷ୍ଟିରୁ କଟକଣା ଜାରି । ଜନସାଧାରଣଙ୍କ ନିରାପତ୍ତା ଏବଂ ସୁଗମ ଟ୍ରାଫିକ୍ ପରିଚାଳନା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା କଟକଣା ଜାରି ହୋଇଛି ।