ଲକ୍ଷ୍ନୌ: ଅଯୋଧ୍ୟାରେ ହେବ ଓଡିଶା ଭବନ । ଉତ୍ତରପ୍ରଦେଶର ଅଯୋଧ୍ୟାଠାରେ ଓଡ଼ିଶା ଭବନ ନିର୍ମାଣ ହେବ । ରାମଲାଲାଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତଙ୍କ ରହିବା ଏବଂ ସେମାନଙ୍କ ପାଇଁ ଓଡ଼ିଶାର ଏକ ଉପସ୍ଥିତି ଦେବା ଲାଗି ଏହି ବ୍ୟବସ୍ଥା କରିବେ ଓଡ଼ିଶା ସରକାର । ,ଥିପାଇଁ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବା ନେଇ ଘୋଷଣା କରିଚନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବେ ଉତ୍ତରପ୍ରଦେଶ ଗସ୍ତରେ ଯାଇଥିବା ବେଳେ ଗତକାଲି ପ୍ରୟାଗରାଜ ଯାଇ ବୁଡ ପକାଇଥିଲେ । ଆଉ ଆଜି ଅଯୋଧ୍ୟ ଯାଇ ରାମଲଲାଙ୍କ ଆଶିଷ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ରାମଲାଲାଙ୍କ ଦର୍ଶନ ପାଇଁ ଯାଉଥିବା ଓଡିଶାର ଭକ୍ତଙ୍କ ପାଇଁ ଏହି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେଠି ଓଡିଶା ଭବନ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
ତେବେ ଏବେ ଓଡ଼ିଶା ସରକାରଙ୍କ ଦ୍ୱାରା ନୂଆଦିଲ୍ଲୀ, କୋଲକତା, ଚେନ୍ନାଇଠାରେ ଏହି ଭବନ କାର୍ଯ୍ୟକ୍ଷମ ରହିଛି । ଗୃହ ବିଭାଗ ପକ୍ଷରୁ ଏହି ଭବନଗୁଡ଼ିକର ପରିଚାଳନା କରାଯାଉଛି । ସମାନ ଭାବରେ ଏବେ ରାମଲଲାଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ମଧ୍ୟ ଏହି ଭବନ ନିର୍ମିତ ହେବ । ଯାହା ଦ୍ବାରା ସେଠାକୁ ଯାଉଥିବା ଓଡିଶା ଲୋକ ଏହାର ସେଠି ରହିବା ଓ ଖାଇବା ସୁବିଧା ପାଇପାରିବେ ।