Img 20250220 Wa0270

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ରାଉତରା ଶାଖା ସମ୍ମିଳନୀ ଅନୁଷ୍ଠିତ 

State
ବାରିପଦା – ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ମୟୂରଭଞ୍ଜର ସାରସକଣା ଜୋନ୍ ଅନ୍ତର୍ଗତ ରାଉତରା ଶାଖା ସମ୍ମିଳନୀ ତା ୨୦.୨.୨୫ରିଖ ସ୍ଥାନୀୟ ସାଂସ୍କୃତିକ ବିନୋଦନ କେନ୍ଦ୍ରରେ ମହିଳା ସାଥୀ ସୋମବାରୀ ସିଂ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ସାଥୀ ଶୁକଦେବ ସିଂ ପତାକା ଉତ୍ତୋଳନ କରି ଥିଲେ। ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର ସମ୍ମିଳନୀକୁ ଉଦଘାଟନ କରି କହିଥିଲେ ଆଜିର ଦିନରେ ଶ୍ରମିକ, କୃଷକ, ସାଧାରଣ ମଣିଷ ବଞ୍ଚିବାର ରାହା ଖୋଜୁଥିବା ବେଳେ,ଶାସକଦଳ ନିଜ ସ୍ବାର୍ଥ ସହ ପୁଞ୍ଜିପତି ମାନଂକ ପାଇଁ କାମ କରୁଛି। ଶ୍ରମିକ କାମ ନ ପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ଶବ ହୋଇ ଫେରୁଛି। ଚାଷୀ ଋଣ କରି ଚାଷ କରିଥିଲେ ସୁଦ୍ଧା ଫସଲର ସଠିକ ମୂଲ୍ୟ ନ ପାଇ ୠଣ ବୋଝରେ ଆତ୍ମହତ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ବେକାରୀ ସମସ୍ୟା ଉତ୍କଟ। ଶିକ୍ଷା, ସ୍ୱାସ୍ଥ୍ୟ ସେବା ନାମରେ ସରକାରୀ ପ୍ରାୟୋଜିତ ଲୁଟ୍ ବଢ଼ିଚାଲିଛି। ସ୍ୱଚ୍ଛ ପିଇବା ପାଣିର ଯୋଗାଣ ସରକାରୀ କାଗଜ କଲମରେ ସୀମିତ। ଲୋକେ   ମୌଳିକ ଆବଶ୍ୟକତା ଠାରୁ ବହୁ ଦୂରରେ। ସରକାର ପରେ ସରକାର ଆସୁଛି ହେଲେ ସମସ୍ୟା ସମାଧାନ ହୋଇ ପାରୁନି।
ସଂଗଠିତ ହୋଇ ଆନ୍ଦୋଳନ କଲେ ଆବଶ୍ୟକତା ପୂରଣ ହୋଇ ପାରିବ। ଜୋନ୍ ସମ୍ପାଦକ ସାଥୀ ବଳରାମ ମୁର୍ମୁ କହିଛନ୍ତି,ଏ ଅଞ୍ଚଳରେ ଜଙ୍ଗଲ ଜମିର ପଟ୍ଟା ବହୁ ଲୋକ ପାଇ ପାରିନାହାନ୍ତି। ଆବାସ ଯୋଜନା ଥିଲା ବାଲାଙ୍କ ପାଇଁ। ଏ ବ୍ଲକ୍ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ ର ଅବସ୍ଥା ସଙ୍ଗୀନ। ପ୍ରତିଶୃତି ଦେଇ ବିଜେପି କ୍ଷମତା ଦଖଲ କରିଥିଲେ ମଧ୍ୟ ସେସବୁକୁ ପୂରଣ କରିବାରେ ବିଫଳ। ଆମେ ଏକ ହୋଇ କାମ କରିବାକୁ ଶପଥ ନେଲେ ସମାଧାନର ପନ୍ଥା ବାହାରି ପାରିବ। ସାଥୀ ଗୁରୁବା ସିଂ କହିଥିଲେ ଆମେ ଆଦିବାସୀ ଆମ ହକ ପାଇଁ ଲଢେ଼ଇର ମୈଦାନରେ ପହଞ୍ଚିବୁ। ଶାଖା ସମ୍ପାଦକ ବିଗତ ଦିନର କାମ ଦାମ ରିପୋର୍ଟ ଉପସ୍ଥାପନ କରିଥିଲେ, ଯାହାକୁ ଉପସ୍ଥିତ ସାଥୀମାନେ ଆଲୋଚନା କରି ଗ୍ରହଣ କରିବା ସହ ଆଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନିଷ୍ପତି ହୋଇଛି। ସାଥୀ ପ୍ରତାପ ନାଏକ ଶାଖା ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଆଜିର ସମ୍ମିଳନୀରେ ନିରଞ୍ଜନ ମହାନ୍ତ,ସୂରୁ ସିଂ,ସୁନୀ ସିଂ,କୁନୁ ସିଂ,ଚିପି ସିଂ, ପିତା ସିଂ,ମଗୁଳୁ ସିଂ,ମୀନା ସିଂ,ଟୁନି ସିଂ,ରବିବାରୀ ସିଂ,ଶିବାନୀ ସିଂ, ନନ୍ଦ ସିଂ, ଚନ୍ଦ୍ର ସିଂ,ମାଲଟୁ ସିଂ, ପିଣ୍ଟୁ ସିଂ,ଭାଲୁ ସିଂ, ଜ୍ୟୋତ୍ସ୍ନା ସିଂ ପ୍ରମୁଖ ସାଥୀମାନେ ଉପସ୍ଥିତ ଥିଲେ |