ଆଗରପଡ଼ା :ସ୍ଥାନୀୟ ବିଟିପୁର ଗ୍ରାମବାସୀ ତଥା ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମନାଭ ସେଠୀଙ୍କ ସହଧର୍ମିଣୀ ଟେରାକୋଟା ଶିଳ୍ପୀ ନିରୁପମା ସାହୁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଭଦ୍ରକ ନେହେରୁ ଷ୍ଟାଡିୟମରେ ଚାଲିଥିବା ଭଦ୍ରାଣି ଜିଲ୍ଲା ମହୋତ୍ସବରେ ଜିଲ୍ଲା ଜଜ୍ ସଂଗ୍ରାମ କେଶରୀ ପଟ୍ଟନାୟକ, ଜିଲ୍ଲାପାଳ ଦିଲୀପ ରାଉତରାୟ ପ୍ରମୁଖ ନିରୁପମାଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ନିରୁପମା ୧୫ ବର୍ଷଧରି ଓଡ଼ିଶା ସରକାରଙ୍କ ହସ୍ତତନ୍ତ,ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ମାନ୍ୟତାପ୍ରାପ୍ତ ନିପୁଣ ଶିକ୍ଷୟିତ୍ରୀ ଭାବେ ସୂଚାରୁରୂପେ କାର୍ଯ୍ୟକରି ଆସୁଛନ୍ତି । ବିଭିନ୍ନ ମହିଳା ଗୋଷ୍ଠିଙ୍କୁ ଟେରାକୋଟା କ୍ରାଫ୍ଟ ରେ ଦକ୍ଷତା ବିକାଶ ତାଲିମ ପ୍ରଦାନ କରିବା ସହିତ ତାଙ୍କ ପ୍ରେରଣାରେ ବହୁ ମହିଳା ଉତ୍ପାଦନ ଦ୍ରବ୍ୟ ବିକ୍ରୀ କରି ତାଙ୍କଦ୍ୱାରା ସ୍ୱାବଲମ୍ବି ହୋଇ ପାରିଛନ୍ତି ।
